ବ୍ୟୁରୋ ରିପୋର୍ଟ: ଭାରତକୁ ଶ୍ରୀଲଙ୍କା ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ବିଜୟରେ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେହି ମ୍ୟାଚରେ ଟିମ ଇଣ୍ଡିଆ ଧମାକାଦାର ଅର୍ଦ୍ଧଶତକ ମାରିଥିଲେ। ଏହା ଦ୍ଵାରା ତିନୋଟି ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୨-୦ରେ ଆଗୁଆ ହୋଇଯାଇଛି। ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରେୟସ ଗ୍ରାଉଣ୍ଡର ସବୁ ପଟକୁ ଶର୍ଟ ମାରିଥିଲେ। ଟିମର ପୂର୍ଵ ଅଧିନାୟକ ସୁନୀଲ ଗାଭାସ୍କର ଶ୍ରେୟସଙ୍କ ଏହି ପାରିକୁ ଦେଖି ଖୁବ ପ୍ରଶଂସା କରିଛନ୍ତି।

ସୁନୀଲ ଗାଭାସ୍କର ଷ୍ଟାର ସ୍ପୋର୍ଟସକୁ କହିଛନ୍ତି,”ଶ୍ରେୟସ ଯେଉଁଭଳି ପାରି ଖେଳିଛନ୍ତି ଏଥିରେ ତାଙ୍କର ଚତୁରତା ଦେଖାଗଲା। ଯେଉଁଭଳି ସେ ଶର୍ଟ ଖେଳୁଥିଲେ ଏଥିରେ ତାଙ୍କର ଆତ୍ମବିଶ୍ୱାସ ସଫା ଦେଖାଯାଉଥିଲା। ସବୁଠୁ ପ୍ରଥମେ ସେ ଷ୍ଟ୍ରେଟ ଡ୍ରାଇଭ ମାରି ଚୌକା ମାରିଥିଲେ। ଏହା ପରେ ସେ ଉପରେ ଶର୍ଟ ମାରିଥିଲେ। ଏହା ଦ୍ଵାରା ତାଙ୍କର କ୍ୟାଚ ଆଉଟ ହେବାର ସମ୍ଭାବନା କମ ଥିଲା। ଏହା ଏଥିପାଇଁ କାରଣ ଫିଲଡ଼ର ସାଇଡ଼ ସ୍କ୍ରିନରେ ଛିଡା ହୋଇନଥାନ୍ତି। ସେଥିପାଇଁ ଯେତେ ହେଇପାରିବ ସିଧା ଖେଳ। ଯଦି ବଲ ହଲିବ ତେବେ ହାଲକା ବାଜି ଆଡେ ସାଡେ ଚାଲିଯିବ”।
ଶ୍ରେୟସ ଅୟରଙ୍କର ୪୪ ବଲରେ ସୁନ୍ଦର ୭୪ ରନର ପାରି ଦ୍ଵାରା ଦ୍ୱିତୀୟ ଟି-୨୦ରେ ଭାରତ ୭ ୱିକେଟରେ ବିଜୟ ହାସଲ କରି ସିରିଜରେ ୨-୦ରେ ଆଗୁଆ ହୋଇଥିବା ବେଳେ ୩ୟ ଟି-୨୦ ଜିତି ସିରିଜ ୩-୦ ରେ ଜିତିନେଇଛି। ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଙ୍ଗ କରି ୧୮୩ ରନ କରିଥିଲା। ଜବାବରେ ଭାରତ ଓପନର ରୋହିତ ଶର୍ମା (୧) ଓ ଇସାନ କିସନ (୧୬) ଜଲଦି ଆଉଟ ହେବା ପରେ ମଧ୍ୟ ମ୍ୟାଚକୁ ୧୭.୧ ଓଭରରେ ତିନୋଟି ୱିକେଟ ହରାଇ ଜିତିଯାଇଥିଲା।
“Iyer was playing with the full face of the bat as much as possible except the odd occasions. He was unbelievable. It was more like a Djokovic or a Federer forehand,” #SunilGavaskar said. #INDvSL https://t.co/hoJhqDPvbH
— Circle of Cricket (@circleofcricket) February 27, 2022
ମ୍ୟାନ ଅଫ ଦି ମ୍ୟାଚ ଶ୍ରେୟସ ଅୟରଙ୍କୁ ସଞ୍ଜୁ ସାମସନ ଓ ରବିନ୍ଦ୍ର ଜାଡେଜାଙ୍କ ଭଲସପୋର୍ଟ ମିଳିଲା। ସେ ତୃତୀୟ ୱିକେଟ ପାଇଁ ସାମସନଙ୍କ ସହ ୮୪ ରନର ପାର୍ଟନରସିପ କରିଥିଲେ। ସାମସନ ୨୫ ବଲରେ ଦୁଇଟି ଚୌକା ଓ ତିନୋଟି ଛକା ଦ୍ଵାରା ୩୯ ରନ କରିଥିଲେ। ଏହା ପରେ ଅୟର ଜାଡେଜାଙ୍କ ସହ ୫୮ ରନର ନଟଆଉଟ ପାର୍ଟନରସିପ କରିଥିଲେ ଯେଉଁଥିରେ ଜାଡେଜା ୧୮ ବଲରେ ୪୫ ରନ କରିଥିଲେ।
ଗାଭାସ୍କର କହିଛନ୍ତି,”ଶ୍ରେୟସ ଯେତେ ହେବ ସିଧା ଶର୍ଟ ଖେଳିଛନ୍ତି। ଏହା ଦେଖିବା ଆତ୍ମବିଶ୍ୱାସ ଭରା ଥିଲା,ଏହା ଜୋକୋବିଚ ବା ରୋଜର ଫେଡ଼ରରଙ୍କ ଫୋରହେର୍ଡ ଭଳି ଥିଲା”। ଗାଭସ୍କର ସଞ୍ଜୁ ସାମସନଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ସଞ୍ଜୁ ତାଙ୍କ ପସନ୍ଦ ଖେଳାଳିଙ୍କ ମଧ୍ୟରୁ ଜଣେ ଓ ତାଙ୍କୁ ଖେଳୁଥିବାର ଦେଖିବା ସୁନ୍ଦର ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।