ଟି-୨୦ ବିଶ୍ୱକପର ପ୍ଲେଇଁ ଇଲେଭେନରେ ଜାଗା ପାଇବେନି ଶ୍ରେୟସ ଅୟର! ଏହି ଜବରଦସ୍ତ ଖେଳାଳି ଦେଲେ ବଡ଼ ବୟାନ

ବ୍ୟୁରୋ ରିପୋର୍ଟ: ଶ୍ରେୟସ ଅୟର ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜରେ ଏବେ ପର୍ଯ୍ୟନ୍ତ ଏତେ ଭଲ ପ୍ରଦର୍ଶନ କରିପାରିନାହଁନ୍ତି। ସେସ ଦୁଇଟି ମ୍ୟାଚରେ ସେ ୨୦ ରନ ମଧ୍ୟ କରିପାରିନାହାଁନ୍ତି। ସିରିଜର ଶେଷ ମ୍ୟାଚ ୧୯ ଜୁନକୁ ବାଙ୍ଗାଲୋରରେ ଖେଳାଯିବାର ଅଛି। ତେଣୁ ଏହି ମ୍ୟାଚରେ ନମ୍ବର ୩ରେ ଖେଳୁଥିବା ଶ୍ରେୟସ ଅୟର ବଡ଼ ପାରି ଖେଳିବା ଆବଶ୍ୟକ। ୫ ଟି ମ୍ୟାଚ ବିଶିଷ୍ଟ ସିରିଜ ଏବେ ୨-୨ରେ ବରାବରୀରେ ଅଛି ,ଶେଷ ମ୍ୟାଚ ଜିତିବା ୱାଲା ଟିମ ସିରିଜ ଜିତିବ। ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହେବାର ଅଛି ଯେଉଁଥି ପାଇଁ ଟିମ ମ୍ୟାନେଜମେଣ୍ଟ ଓ କୋଚ ରାହୁଲ ଦ୍ରାଭିଡ ଯୁବ ଖେଳାଳିଙ୍କୁ ମୌକା ଦେଉଛନ୍ତି। ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରାଙ୍କ ପରି ଖେଳାଳିଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି।

Google

ଶ୍ରେୟସ ଅୟରଙ୍କୁ ପେସରଙ୍କ ବିରୁଦ୍ଧରେ ଖେଳିବାର ଅସୁବିଧା ହେଉଛି। ତେଣୁ ଅଷ୍ଟ୍ରେଲିଆର ଦ୍ରୁତ ପିଚରେ ତାଙ୍କୁ ଅସୁବିଧା ହୋଇପାରେ କ୍ରିକବଜରେ ଏକ ପ୍ରଶ୍ନର ଉତ୍ତରରେ ପୂର୍ଵ ଭାରତୀୟ ଖେଳାଳି ବସିମ ଜାଫର କହିଛନ୍ତି ତାଙ୍କୁ ଅସୁବିଧା ହେବ। ଯଦି ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ଚୂଡାନ୍ତ ଏକାଦଶ ଖେଳିବ ତେବେ ତାଙ୍କ ଜାଗା ଅସୁବିଧା ହେବ। କେ ଏଲ ରାହୁଲ, ବିରାଟ କୋହଲି, ରୋହିତ ଶର୍ମା ଓ ସୂର୍ଯ୍ୟ କୁମାର ଯାଦବ ଆସିବା ପରେ ସେ ଟିମରେ ଜାଗା ପାଇବା କଷ୍ଟକର ହେବ।

ଶେଷ ଦୁଇଟି ମ୍ୟାଚରେ ୧୮ ରନ:

ଶ୍ରେୟସ ଅୟର ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜରେ ଭଲ ଆରମ୍ଭ କରିଥିଲେ। ସେ ପ୍ରଥମ ମ୍ୟାଚରେ ୩୬ ଓ ଦ୍ୱିତୀୟ ମ୍ୟାଚରେ ୪୦ ରନ କରିଥିଲେ। କିନ୍ତୁ ଶେଷ ଦୁଇଟି ମ୍ୟାଚରେ ସେ ୧୪ ଓ ୪ ରନ କରିଛନ୍ତି। ମାନେ ଶେଷ ଦୁଇଟି ମ୍ୟାଚରେ ସେ ୧୮ ରନ କରିଛନ୍ତି। ସେ ୪୦ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ୩୫ ଔସତରେ ୯୦୩ ରନ କରିଛନ୍ତି। ୬ ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି ଓ ଏହି ସମୟରେ ତାଙ୍କ ଷ୍ଟାଇକ ରେଟ ୧୪୦ର ରହିଥିଲା। ସେ ମୋଟ ଟି-୨୦ରେ ୧୮୨ ମ୍ୟାଚରେ ୪୯୦୪ ରନ କରିଛନ୍ତି। ଏଥିରେ ତାଙ୍କର ୨ ଟି ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ ଅଛି। ଆଇପିଏଲ ୨୦୨୨ରେ ସେ କେକେଆର ଟିମର ଅଧିନାୟକ ଥିଲେ କିନ୍ତୁ ଟିମ ପ୍ଲେ ଅଫରେ ପହଁଚିପାରିନଥିଲା।

Google

ରିଷଭ ପନ୍ତଙ୍କ ବ୍ୟାଟିଙ୍ଗକୁ ନେଇ ବସିମ ଜାଫର କହିଛନ୍ତି ତାଙ୍କୁ ନିଜର ଅଫ ସାଇଡ଼ର ଖେଳରେ ସୁଧାର କରିବାକୁ ହେବ। ସେ ଲଗାତର ଗୋଟେ ଜାଗାରେ ଆଉଟ ହେଉଛନ୍ତି। ଦକ୍ଷିଣ ଆଫ୍ରିକା ସିରିଜ ଠିକ ପୂର୍ବରୁ କେ ଏଲ ରାହୁଲ ଅଧିନାୟକ ହେବା ପରେ ରିଷଭ ପନ୍ତ ସିରିଜରେ ଅଧିନାୟକତ୍ୱ କରୁଛନ୍ତି। କିନ୍ତୁ ଏହି ସିରିଜରେ ସେ ଏବେ ପର୍ଯ୍ୟନ୍ତ ବ୍ୟାଟିଙ୍ଗରେ ଭଲ ପ୍ରଦର୍ଶନ କରିପାରିନାହଁନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *