ବ୍ୟୁରୋ ରିପୋର୍ଟ: ଭେଙ୍କଟେଶ ଅୟରଙ୍କୁ ସମର୍ଥନ କରୁଥିବା ତାଙ୍କର ଫ୍ୟାନସ୍ ମାନଙ୍କ ପାଇଁ ଏହା ଏକ ଖରାପ ଖବର ଅଟେ । ଚଳିତ ବର୍ଷ ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ହେବାକୁ ଟି-୨୦ ବିଶ୍ଵକପ ରେ ହୁଏତ ଭେଙ୍କଟେଶ ଅୟର ଭାଗ ନ ନେଇ ପାରନ୍ତି । ଭଲ ପ୍ରଦର୍ଶନ ସତ୍ତ୍ଵେ ବି ସେ ବିଶ୍ଵକପ ଦଳର ଅଂଶ ନ ହୋଇ ପାରନ୍ତି କଣ ସେ ଆହତ ହୋଇଛନ୍ତି ନା ଚୟନକର୍ତା ତାଙ୍କୁ ବାଛିବାକୁ ଚାହୁଁ ନାହାନ୍ତି ।

ବ୍ଯାଙ୍ଗଲୋର ରଜାତୀୟ କ୍ରିକେଟ ଏକାଡେମି ରୁ ଆସିଥିବା ଖବର ଯାହା କୋଲକାତା ନାଇଟ ରାଇଡର୍ସ ର ଅଲରାଉଣ୍ଡରଙ୍କ ସମର୍ଥକଙ୍କ ହୃଦୟ ଭାଙ୍ଗି ପାରେ କାରଣ ହାର୍ଦିକ ପାଣ୍ଡ୍ୟା ତାହା କରି ଦେଇଛନ୍ତି ଯାହା ବି କାହାକୁ ପ୍ରାୟ ଆଶା ନଥିଲା । ପାଣ୍ଡ୍ୟା ଭାରତୀୟ ଦଳରେ ସାମିଲ ହେବା ପାଇଁ ଯେଉଁ ଫିଟନେସ ପରୀକ୍ଷା ଦେବାକୁ ପଡିଥାଏ ସେ ସେଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାଣ୍ଡ୍ୟା ୟୋୟୋ ପରୀକ୍ଷା ସଫଳ ହୋଇଛନ୍ତି ।
ଗତବର୍ଷ ପାଣ୍ଡ୍ୟାଙ୍କୁ ଆଘାତ ଲାଗିବା କାରଣରୁ ସେ ନିଜର ଫିଟନେସ ପାଇଁ ବହୁତ ଚର୍ଚ୍ଚାରେ ଥିଲେ । ତେଣୁ ସେ ବିଶ୍ଵକପ ଦଳରେ ବୋଲିଂ ମଧ୍ୟ କରି ପାରୁ ନଥିଲେ ବରଂ ଏକ ବ୍ୟାଟ୍ସମ୍ୟାନ୍ ଭାବେ ନିଜର ସ୍ଥାନ ନିଭାଉ ଥିଲେ । ମ୍ୟାଚ୍ ଗୁଡ଼ିକ ସରିବା ପରେ ପାଣ୍ଡ୍ୟା ନିଜର ଫିଟନେସ ଉପରେ କାର୍ଯ୍ୟ କରିବା ପାଇଁ ଯାଇଥିଲେ ଏହି ସମୟରେ ଦଳରେ ଭେଙ୍କଟେଶ ଅୟରଙ୍କୁ ଖେଳିବା ପାଇଁ ସ୍ଥାନ ମିଳିଥିଲା ଏବଂ ସେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ। ପାଣ୍ଡ୍ୟା ଫିଟ୍ ନଥିବାରୁ ତାଙ୍କୁ ଭାରତୀୟ ଫଳରେ ଖେଳିବା ପାଇଁ ଏବଂ ହେବାକୁ ଥିବା ଆଇପିଏଲରେ ସେ ଗୁଜୁରାଟ ତରଫରୁ ଅଧିନାୟକ ଭାବରେ ଖେଳିବା ପାଇଁ ବହୁତ ପ୍ରଶ୍ନ ଥିଲା କିନ୍ତୁ ପାଣ୍ଡ୍ୟା ନିଜର ଫିଟନେସ ଟେଷ୍ଟରେ ସଫଳ ହେବା ସହ ନେଟ୍ସ ରେ ବୋଲିଂ ମଧ୍ୟ କରିଛନ୍ତି ସମ୍ବାଦରେ ପ୍ରକାଶ ହୋଇଥିବା ଖବର ଅନୁଯାୟୀ ସେ ପ୍ରାୟ ୧୩୫ କିମି ବେଗରେ ବଲ ପକାଇ ଥିଲେ ଏବଂ ୟୋୟୋ ପରୀକ୍ଷାରେ ୧୭ ପଏଣ୍ଟ ମଧ୍ୟ ହାସଲ କରିଥିଲେ ।

ଗତବର୍ଷ ଆଇପିଏଲରେ ଭେଙ୍କଟେଶ ଅୟର ୧୦ ଟି ମ୍ୟାଚ୍ ଖେଳି ୩୧୦ ରନ କରିଥିଲେ ଏବଂ ୩ ଟି ୱିକେଟ ମଧ୍ୟ ହାସଲ କରିଥିଲେ ଏ ବର୍ଷ ସେ ପୁନର୍ବାର ମଧ୍ୟ କୋଲକାତା ନାଇଟ ରାଇଡର୍ସ ତରଫରୁ ଖେଳିବେ । ତାଙ୍କୁ କୋଲକାତା ୮ ଲକ୍ଷ ଟଙ୍କା ଦେଇ ରିଟେନ କରିଛି । ତେଣୁ ଏହି ବର୍ଷ ହେବାକୁ ଥିବା ଆଇପିଏଲରେ ଦୁଇ ଜଣଙ୍କ ପ୍ରଦର୍ଶନ ହିଁ ସେମାନେ ବିଶ୍ଵକପରେ ଖେଳିବେ କି ନାହିଁ ନିର୍ଧାରିତ କରିପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।