IND vs SA: ଶ୍ରେୟାସ ଅୟର ନା ହନୁମା ବିହାରୀ! କିଏ ପାଇବ ଚୂଡାନ୍ତ ଏକାଦଶରେ ସ୍ଥାନ, କଣ ଆପଣଙ୍କ ମତ?

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୬ ଡିସେମ୍ବରକୁ ସେଂଚୁରିଆନରେ ଟେଷ୍ଟ ସିରିଜ ଆରମ୍ଭ ହେବାର ଅଛି। ଏହି ଟେଷ୍ଟ ସିରିଜ ପୂର୍ବରୁ ଅନେକ ସିନିୟର ଖେଳାଳି ଆଘାତ କାରଣରୁ ବାହାର ହୋଇଯାଇଥିବା ହେତୁ ଚୂଡାନ୍ତ ଏକାଦଶ ବାଛିବା ପାଇଁ ଟିମ ମ୍ୟାନେଜମେଣ୍ଟକୁ କଷ୍ଟ କରିବାକୁ ପଡିବ। ଖାସ କରି ଶ୍ରେୟସ ଅୟର ଓ ହନୁମା ବିହାରୀଙ୍କୁ ନେଇକି କି କାହାକୁ ମିଳିବ ମୌକା ବା ଦୁହିଁଙ୍କୁ ଏକାସାଥିରେ ମୌକା ମିଳିବ। ୨୬ ଡିସେମ୍ବରରୁ ପ୍ରଥମ ଟେଷ୍ଟ ପୂର୍ଵ ରାତି ପର୍ଯ୍ୟନ୍ତ ଟିମ ମ୍ୟାନେଜମେଣ୍ଟ ଚିନ୍ତିତ ରହିପାରନ୍ତି।

Google

ଆଘାତ କାରଣରୁ ରବିନ୍ଦ୍ର ଜାଡେଜା ଏବେ ଏହି ସିରିଜରୁ ବାହାରେ ଅଛନ୍ତି। ତେଣୁ ୫ ଟି ବୋଲରଙ୍କ ସହ ଯିବା ପାଇଁ ହେଲେ ଟିମ ମ୍ୟାନେଜମେଣ୍ଟକୁ କଡା ଫଇସଲା ନେବାକୁ ହେବ। ଏପରିକି ଏବେ ଫର୍ମରେ ନଥିବା ରାହାଣେଙ୍କ ଉପରେ ମଧ୍ୟ ଜାଗା ପାଇବା ପାଇଁ ଚାପ ଅଛି।

ଶ୍ରେୟସଅୟରଙ୍କ ପକ୍ଷରେ ଏହା ଅଛିକି ତାଙ୍କୁ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଘରୋଇ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରି ସୁନ୍ଦର ଶତକ ଓ ଅର୍ଦ୍ଧଶତକ ମାରିଥିଲେ। ତାଙ୍କର ଫାଷ୍ଟକ୍ଳାସ କ୍ୟାରିଅର ମଧ୍ୟ ବହୁତ ଭଲ ଅଟେ କାରଣ ସେ ଏବେ ପର୍ଯ୍ୟନ୍ତ ୫୬ ଟି ଫାଷ୍ଟ କ୍ଳାସ ମ୍ୟାଚରେ ୮୦.୨୨ ଷ୍ଟାଇକ ରେଟରେ ରନ କରିଛନ୍ତି। ତେଣୁ ତାଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିବାର ସମ୍ଭାବନା ଅଧିକ।

Google

ଯେବେ ହନୁମା ବିହାରୀ ଦକ୍ଷିଣ ଆଫ୍ରିକାରେ ରନ କରୁଥିଲେ ସେହି ସମୟରେ ଅୟର ମଧ୍ୟ ନ୍ୟୁଜିଲାଣ୍ଡ ଆକ୍ରମଣ ଟେଷ୍ଟ ଟିମ ବିରୁଦ୍ଧରେ ରନ କରୁଥିଲେ। ଫରକ କେବଳ ଏତିକିକି ସେ ସେଂଚୁରିଆନ ଓ ବାର୍ଡରସରେ ରନ କରୁଥିଲେ ଓ ଅୟର ଗ୍ରୀନ ପାର୍କ ଓ ୱାନଖଡେରେ ରନ କରୁଥିଲେ।ହନୁମାଙ୍କ ପାଖରେ ମଧ୍ୟ ଭଲ ଫର୍ମ ଅଛି ଓ ସେ ମଧ୍ୟ ନିଜକୁ ସାବ୍ୟସ୍ତ କରିସାରିଛନ୍ତି।

ଅୟର ଟେଷ୍ଟ କ୍ରିକେଟରେ ପୂର୍ବରୁ ପ୍ରସ୍ତୁତ ଅଛନ୍ତି:କହିରଖିବୁ ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଅୟର ପ୍ରଥମ ପାରିରେ ନ୍ୟୁଜିଲାଣ୍ଡର ପ୍ରେସ ଆଟାକ ସାମ୍ନାରେ ସୁନ୍ଦର ବ୍ୟାଟିଙ୍ଗ କରି ଶତକ ମାରିଥିଲେ। ସେହିପରି ଦ୍ୱିତୀୟ ପାରିରେ ମଧ୍ୟ ଯେଉଁଠି କୌଣସି ବ୍ୟାଟ୍ସମ୍ୟାନ ଭଲ ଖେଳିପାରୁନଥିଲେ ଅୟର ଦ୍ୱିତୀୟ ପାରୀରେ ମଧ୍ୟ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ। ସେ ସେହି ମ୍ୟାଚରେ ନିଜ ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଦେଇଥିଲେ।

Google

ସେହିପରି ମୟଙ୍କ ଅଗ୍ରୱାଲ ମଧ୍ୟ ନ୍ୟୁଜିଲାଣ୍ଡ ସହ ମୁମ୍ବାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ କିଛି ଏପରି କରିଦେଖାଇଥିଲେ। ସେ ମୁମ୍ବାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ପ୍ରଥମ ପାରିରେ ଯେଉଁଠି ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ ତିଷ୍ଠି ପାରୁନଥିଲେ ସେ ସୁନ୍ଦର ୧୫୦ ରନର ପାରି ଖେଳିଥିଲେ। ସେହିପରି ଦ୍ୱିତୀୟ ପାରିରେ ମଧ୍ୟ ସୁନ୍ଦର ଅର୍ଦ୍ଧଶତକୀୟ ପାରି ଖେଳିଥିଲେ। ଏହି ମ୍ୟାଚରେ ଇଣ୍ଡିଆ ଏକ ବଡ଼ ବିଜୟ ହାସଲ କରିଥିଲା।

ହନୁମା ବିହାରୀ ୧୧ ରୁ ୧୧ ଟି ଟେଷ୍ଟ ବିଦେଶରେ ଖେଳିଛନ୍ତି:ବିହାରୀ ଚୂଡାନ୍ତ ଏକାଦଶରେ ମୌକା ପାଇବାର ମଧ୍ୟ ସମ୍ଭାବନା ଅଛି ଏହାର ବଡ଼ କାରଣ ହେଉଛି ସେ ୧୨ ଟି ଟେଷ୍ଟରୁ ୧୧ ଟି ବିଦେଶରେ ଖେଳିଛନ୍ତି ଓ ନିଜକୁ ସେଠାରେ ସାବ୍ୟସ୍ତ କରି ମଧ୍ୟ ଦେଖାଇଛନ୍ତି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଘରୋଇ ସିରିଜରେ ସେ ୯୩, ଓ ୧୧୧ ରନର ପାରି ମଧ୍ୟ ଖେଳିଛନ୍ତି। ସିଡ଼ନି ଟେଷ୍ଟରେ ସେ ଯେଉଁ ୨୩୭ ବଲ ଖେଳି ଭାରତର ପରାଜୟକୁ ଡ୍ର ରେ ପରିଣତ କରିଥିଲେ।

Google

ବିହାରୀ ଓ ଅୟରଙ୍କ ମଧ୍ୟରୁ କାହାକୁ ମିଳିବ ମୌକା?:ଟେଷ୍ଟରେ ୩୨.୮୪ ଔସତରେ ଖେଳୁଥିବା ହନୁମା ବିହାରୀଙ୍କୁ ପ୍ରଥମ ଟେଷ୍ଟରେ ମୌକା ମିଳିବ କି ନାହିଁ ତାହା କହିବା କଷ୍ଟକର। ସେ ଭାରତ ବାହାରେ ଯେଉଁ ୧୧ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ସେଥିରେ ସେ (୩୪.୧୧) ଔସତରେ ଖେଳିଥିବା ବେଳେ ପୂଜାରା (୩୪.୦୦) ଓ କୋହଲି (୩୨.୧୮) ଔସତରେ ଖେଳିଛନ୍ତି।

ଶେଷରେ କଥା ସେଇଠି ଆସି ଅଟକୁଛି କି ୨୬ ଡିସେମ୍ବରରେ ଖେଳାଯିବାକୁ ଥିବା ଟେଷ୍ଟରେ ଭାରତ ମିଡ଼ିଲ ଅର୍ଡରରେ କାହାକୁ ମୌକା ଦେବ ଓ କାହାକୁ ବାହାର କରିବ। ଅୟର ବା ବିହାରୀ ବା ଦୁହେଁ? ଏହା ଏକ ଏପରି ପ୍ରଶ୍ନ ଯାହାର ଉତ୍ତର ଏବେ ଦେବା ସହଜ ନୁହେଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *