ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା! ଫର୍ମରେ ଥିବା ଜାଡେଜା ଏସିଆ କପରୁ ବାଦ,ଏହି ଖେଳାଳି ହେଲେ ସାମିଲ

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା,ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଘାତ କାରଣରୁ ହେଲେ ଏସିଆ କପ ୨୦୨୨ରୁ ବାହାର। ଏବେ ପର୍ଯ୍ୟନ୍ତ ଏହି ଏସିଆ କପରେ ସେ ସୁନ୍ଦର ପ୍ରଦର୍ଶନ କରିଥିଲେ। ପାକିସ୍ତାନ ବିରୁଦ୍ଧରେ ୩୫ ରନର ମ୍ୟାଚ ବିଜୟୀ ପାରିସେ ଖେଳିଥିଲେ। ହଙ୍କକଙ୍ଗ ବିରୁଦ୍ଧରେ ସେ ଏକ ରନ ଆଉଟ କରିଥିଲେ ଓ ଗୋଟେ ୱିକେଟ ମଧ୍ୟ ନେଇଥିଲେ। ଟିମ ଗ୍ରୁପ ଷ୍ଟେଜରେ ଦୁଇଟି ମ୍ୟାଚ ଜିତି ସୁପର ୪ରେ ସ୍ଥାନ ପାଇଛି। ଏବେ ଜାଡେଜାଙ୍କୁ ଜାଗାରେ ବାମହାତୀ ସ୍ପିନର ଅକ୍ସର ପଟେଲଙ୍କୁ ଟିମରେ ସାମିଲ କରାଯାଇଛି।

Google

ବିସିସିଆଇ ସଚିବ ଜୟ ସାହାଙ୍କ ବୟାନ ଅନୁସାରେ ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଲା ଦ୍ଵାରାସେ ଏସିଆକପରୁ ବାହାର ହୋଇଯାଇଛନ୍ତି। ଏବେ ସେ ବିସିସିଆଇର ମେଡିକାଲ ଟିମର ନଜରରେ ଅଛନ୍ତି। ଆଇପିଏଲ ୨୦୨୨ରେ ମଧ୍ୟଆଘାତ କାରଣରୁ ପୁରା ଆଇପିଏଲ ସେ ଖେଳିପାରିନଥିଲେ। ତାଙ୍କ ପୂର୍ବରୁ ପେସ ବୋଲର ବୁମରା ଓ ହର୍ଷଲ ପଟେଲ ଆଘାତ କାରଣରୁ ଏସିଆ କପରୁ ବାହାର ହୋଇଥିଲେ।

ଅଲରାଉଣ୍ଡର ରୂପରେ ଥିଲେ ମହତ୍ତ୍ୱପୂର୍ଣ୍ଣ:

ଜାଡେଜା ଅଲରାଉଣ୍ଡର ରୂପରେ ଟିମ ପାଇଁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ। ସେ ଏବେ ପର୍ଯ୍ୟନ୍ତ ୬୪ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ୪୫୭ ରନ କରିଛନ୍ତି। ଏହା ସହ ସେ ଏତିକି ମ୍ୟାଚରେ ୫୧ ୱିକେଟ ମଧ୍ୟ ନେଇଛନ୍ତି। ସେ ମୋଟ ଟି-୨୦ରେ ୨୯୨ ମ୍ୟାଚରେ ୩୧୬୯ ରନ କରିଛନ୍ତି। ଏଥିରେ ସେ ୨ ଟି ଅର୍ଦ୍ଧଶତକ ଲଗାଇବାରେ ସଫଳ ରହିଛନ୍ତି ଓ ୧୯୪ ୱିକେଟ ମଧ୍ୟ ନେଇଛନ୍ତି।

ଅକ୍ସର ପଟେଲ ମଧ୍ୟ ମହାନ ଖେଳାଳି:

ଅକ୍ସର ପଟେଲଙ୍କୁ ଷ୍ଟାଣ୍ଡବାଇ ଖେଳାଳି ରୂପରେ ସାମିଲ କରାଯାଇଥିଲା। ସେ ଟି-୨୦ ଇଣ୍ଟରନେସନାଲରେ ୨୫ ମ୍ୟାଚରେ ୨୧ ୱିକେଟ ନେଇସାରିଛନ୍ତି। ଏହା ସହ ସେ ୧୮ ଔସତରେ ୧୪୭ ରନ ମଧ୍ୟ କରିଛନ୍ତି। ସେ ମୋଟ ଟି-୨୦ରେ ୧୯୧ ମ୍ୟାଚରେ ଦୁଇ ହଜାର ପାଖାପାଖି ରନ କରିବା ସହ ୧୬୧ ୱିକେଟ ନେଇଛନ୍ତି।

ଏସିଆକପ ପାଇଁ ଭାରତୀୟ ଟିମ:

ରୋହିତ ଶର୍ମା (ଅଧିନାୟକ),କେଏଲ ରାହୁଲ (ଉପ ଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ,ରିଷଭ ପନ୍ତ, ଦୀପକ ହୁଡ୍ଡା, ଦିନେସ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା,ଅକ୍ସର ପଟେଲ, ଆର ଅଶ୍ୱିନୀ,ୟୁଜବେନ୍ଦ୍ର ଚାହଲ, ରବି ବିସ୍ନୋଇ, ଭୁବନେଶ୍ୱର କୁମାର, ଅର୍ସଦୀପ ସିଂ ଓ ଆଭେଶ ଖାନ।

Leave a Reply

Your email address will not be published. Required fields are marked *