ବ୍ୟୁରୋ ରିପୋର୍ଟ: ରବିନ୍ଦ୍ର ଜାଡେଜାଙ୍କୁ ଆଇପିଏଲ ୨୦୨୨ ମ୍ୟାଚ ଆରମ୍ଭ ପୂର୍ବରୁ ବଡ଼ ଦାୟୀତ୍ୱ ମିଳିଥିଲା। ସିଏସକେ ଟିମ ତାଙ୍କୁ ଧୋନିଙ୍କୁ ଜାଗାରେ ଅଧିନାୟକ କରିଥିଲା। କିନ୍ତୁସେ ଭଲ ଅଧିନାୟକତ୍ୱ କରିପାରିଲେ ନାହିଁ ଓ ପ୍ରଥମ ୮ଟି ମ୍ୟାଚରେ ଟିମ ୨ ଟି ହିଁ ମ୍ୟାଚ ଜିତିଥିଲା। ଏହା ପରେ ସେ ପୁଣି ଅଧିନାୟକତ୍ୱ ଧୋନିଙ୍କୁ ଦେଲେ। ଜାଡେଜା ଆଇପିଏଲ ୨୦୨୨ରେ ବୋଲିଙ୍ଗ ଓ ବ୍ୟାଟିଙ୍ଗ ଦୁଇଟି ଯାକରେ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି। ସିଏସକେ ଆଇପିଏଲ ୨୦୨୨ରେ ୧୪ ରୁ ମାତ୍ର ୪ ଟି ହିଁ ମ୍ୟାଚ ଜିତିଛି। ଟିମ ପଏଣ୍ଟ ଟେବୁଲରେ ୯ମ ସ୍ଥାନରେ ରହିଛନ୍ତି। ଧୋନି କହିଥିଲେ କି ସେ ଆଗାମୀ ସିରିଜରେ ମଧ୍ୟ ଓହ୍ଲାଇବେ। ତେଣୁ ସେ ଆଗାମୀ ସିଜନରେ ମଧ୍ୟ ଅଧିନାୟକତ୍ୱ କରିପାରନ୍ତି।

ଆଇପିଏଲ ୨୦୨୨ରେ ସିଏସକେ ଚାରି ଖେଳାଳିଙ୍କୁ ରିଟେନ କରିଥିଲା ଯେଉଁଥିରେ ସବୁଠୁ ଅଧିକ ଜାଡେଜାଙ୍କୁ ୧୬ କୋଟି ମିଳିଥିଲା,ଯେବେକି ଧୋନିଙ୍କୁ ୧୨ କୋଟି ମିଳିଥିଲା। ଆଘାତ ହେବା ପରେ ସିଜନର କେତେକ ମ୍ୟାଚ ବାକିଥାଇ ବାହାର ହୋଇଯିବା ପରେ ଜାଡେଜା ସୋସିଆଲ ମିଡ଼ିଆରେ ଟିମକୁ ଅନଫଲୋ କରିଦେଇଥିଲେ। ସେବେଠୁ ତାଙ୍କର ଟିମ ମ୍ୟାନେଜମେଣ୍ଟ ସହ ବିବାଦର ଖବର ସାମ୍ନାକୁ ଆସୁଛି। ଏହା ମଧ୍ୟରେ ପୂର୍ଵ ଭାରତୀୟ ଖେଳାଳି ଆକାଶ ଚୋପଡା କହିଛନ୍ତିକି ଜାଡେଜାଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠୁଛି। ଏହା ପୂର୍ବରୁ ତାଙ୍କୁ ଅଧିନାୟକତ୍ୱରୁ ହଟାଯାଇଥିଲା। ଟିମ ତାଙ୍କୁ ୧୬ କୋଟିରେ ସାମିଲ କରିଥିଲା ,ଲାଗୁଚି କି ଆଗାମୀ ସିଜନରେ ସେ ଅଧିନାୟକତ୍ୱ କରିବେ ନାହିଁ।
ଏପରି ଖେଳାଳି ମିଳିବେ ନାହିଁ:
ଆକାଶ ନିଜ ୟୁଟୁବ ଚ୍ୟାନେଲରେ କହିଛନ୍ତିକି ଧୋନି କହିଥିଲେ ଜାଡେଜା ଅଧିନାୟକ ହେବା ଦ୍ଵାରା ଏହାର ପ୍ରଭାବ ତାଙ୍କ ପ୍ରଦର୍ଶନରେ ପଡୁଛି। କିନ୍ତୁ ଆଗାମୀ ସିଜନରେ କଣ ହେବ ଯଦି ଟିମ ତାଙ୍କୁ ରିଲିଜ କରିଦେବତ ତେବେ ୧୬ କୋଟି ବଳିପଡିବ, କିନ୍ତୁ ତାଙ୍କ ଭଳି ଖେଳାଳି ମିଳିବନି।କହିରଖିବୁ କି ଆଇପିଏଲ ୨୦୨୨ରେ ଜାଡେଜା ୧୦ ଟି ମ୍ୟାଚରେ ୧୯ ଔସତରେ ମାତ୍ର ୧୧୬ ରନ ହିଁ କରିଛନ୍ତି। ଏହି ସିଜନରେ ସେ ସର୍ବଶ୍ରେଷ୍ଠ ପାରି ୨୬ ରନର ନଟଆଉଟ ପାରି ଖେଳିଛନ୍ତି। ସେ ୫୦ର ଔସତରେ ମାତ୍ର ୫ ଟି ୱିକେଟ ନେଇଥିଲେ।

ଆଇପିଏଲ ୨୦୨୨ର କଥା କହିବା ତ ମୋଟ ୧୦ ଟିମ ଓହ୍ଲାଇଥିଲେ। ଲକ୍ଷନୌ ସୁପର ଜାଏଣ୍ଟସ ଓ ଗୁଜରାଟ ଟାଇଟନ୍ସକୁ ପ୍ରଥମ ଥର ମୌକା ମିଳିଛି। ଗୁଜରାଟ ସୁନ୍ଦର ପ୍ରଦର୍ଶନ କରି ଟେବୁଲରେ ଟପ କରିବା ସହିତ ଫାଇନାଲରେ ପହଁଞ୍ଚିଯାଇଛି। ସେହିପରି ଆଜି ଏଲିମିନେଟର ମ୍ୟାଚରେ ଲକ୍ଷନୌ ଆରସିବି ସହ ଖେଳୁଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।