ରବିନ୍ଦ୍ର ଜାଡେଜାଙ୍କ ନୂଆ ପାରି,ବଡ଼ ଝଟକା ଦେଇ ଗତିକରୁଛି ଟିମ! CSK ପ୍ରଥମ ମ୍ୟାଚରେ ଓହ୍ଲାଇପାରେ ଏହି ପ୍ଲେଇଁ ଇଲେଭେନ ସହ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ଆରମ୍ଭ ମ୍ୟାଚ ପୂର୍ଵ ବର୍ଷରେ ଫାଇନାଲ ଖେଳିଥିବା ଦୁଇ ଟିମ ସିଏସକେ ଓ କେକେଆର ମଧ୍ୟରେ ଅଛି। ଦୁଇ ଟିମ ପୂର୍ଵ ବର୍ଷର ଚାମ୍ପିୟାନ ଥିଲା ସତ କିନ୍ତୁ ଦୁଇ ଟିମ ପୂର୍ଵ ବର୍ଷ ଅପେକ୍ଷା ଏଥର ପୁରା ଅଲଗା ଦେଖିବାକୁ ମିଳୁଛି। ଦୁଇ ଟିମ ନୂଆ ଅଧିନାୟକଙ୍କ ସହ ଓହ୍ଲାଇବେ। ଯେଉଁଠି ଗୋଟେ ପଟ ସିଏସକେ ପ୍ରଥମ ଥର ମହେନ୍ଦ୍ର ସିଂହ ଧୋନି ନୁହେଁ ବରଂ ରବିନ୍ଦ୍ର ଜାଡେଜାଙ୍କ ଅଧିନାୟକତ୍ୱରେ ଓହ୍ଲାଇବ ସେହିପରି କେକେଆର ଏଥର ଶ୍ରେୟସ ଅୟରଙ୍କ ଅଧିନାୟକତ୍ୱରେ ଖେଳିବ।

Google

ଧୋନି ଓପନିଙ୍ଗ ମ୍ୟାଚର ଦୁଇ ଦିନ ପୂର୍ବରୁ ଜାଡେଜାଙ୍କ ଅଧିନାୟକତ୍ୱ ହସ୍ତାନ୍ତର କରିଛନ୍ତି ସତ କିନ୍ତୁ ସେ ୱିକେଟ ପଛରେ ରହି ଜାଡେଜାଙ୍କୁ ସାହାଯ୍ୟ କରିବେ। ସିଏସକେ ଏବେ ଏକ ବଡ଼ ଝଟକା ଦେଇ ଗତିକରୁଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ହିଁ ସିଏସକେକୁ ଦୀପକ ଚାହାର, ମୋଇନ ଅଲ୍ଲୀ ଓ ଋତୁରାଜ ଗାୟକବାଡ଼ଙ୍କ ରୂପରେ ବଡ଼ ଝଟକା ଲାଗିଛି। ଏଥିରୁ ଦୁହିଁଙ୍କ ସିଏସକେ ରିଟେନ କରିଥିଲା ଯେବେ କି ଦୀପକଙ୍କୁ ସିଏସକେ ଅକ୍ସନରେ ୧୪ କୋଟିରେ କିଣିଥିଲା।

ବ୍ୟାଟିଙ୍ଗ ପାଇଁ ଉପର କ୍ରମରେ ଆସିପାରନ୍ତି ଜାଡେଜା:

ମିଡ଼ିଆ ରିପୋର୍ଟ ଅନୁସାରେ ଗାୟକବାଡ଼ ଠିକ ହୋଇଯାଇଛନ୍ତି ଓ ସେ ପ୍ରଥମ ମ୍ୟାଚରୁ ଖେଳିପାରନ୍ତି। କିନ୍ତୁ ସିଏସକୁ ଦୀପକ ଚାହାର ଓ ମୋଇନ ଅଲ୍ଲୀଙ୍କ ରୁପରେ ବଡ଼ ଝଟକା ଲାଗିଛି।ମୋଇନ ଅଲ୍ଲୀ ବିଜା ସମସ୍ୟା କାରଣରୁ ପ୍ରଥମ ମ୍ୟାଚରେ ଖେଳିବେନି ସେହିପରି ଦୀପକ ଚାହାର ଆଘାତ କାରଣରୁ ଅଧିକାଂଶ ମ୍ୟାଚରେ ବାହାର ରହିପାରନ୍ତି। ଏହି କାରଣରୁ ଟିମର ବ୍ୟାଟିଙ୍ଗ ଅର୍ଡରରେ ଆରମ୍ଭ ମ୍ୟାଚରୁ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ସିଏସକେ ଦୀପକ ଚାହାରଙ୍କ ଜାଗା ସିଭମ ଦୁବେ ଓ ମୋଇନ ଅଲ୍ଲୀଙ୍କ ଜାଗା କ୍ରିସ ଜୋର୍ଡନଙ୍କୁ ଦେଇପାରେ।

Google

ଗାୟକବାଡ଼ ଓ କନୱେ ଓପନିଙ୍ଗ କରିପାରନ୍ତି, ଏହା ପରେ ରବିନ ଉଥାପା ୩ ନମ୍ବର ଓ ଅମ୍ବାତି ରାଇଡୁ ୪ ନମ୍ବରରେ ଖେଳିପାରନ୍ତି। ଏହା ପରେ ସିବମ ଦୁବେ, ମହେନ୍ଦ୍ର ସିଂହ ଧୋନି ଓ ଡିଜେ ବ୍ରାଭୋ ଓହ୍ଲାଇପାରନ୍ତି। ବୋଲରଙ୍କ କଥା କହିବାତ ସିଏସକେ ଦୁଇଟି ବିଦେଶୀ ଖେଳାଳିଙ୍କୁ ମୌକା ଦେଇପାରେ।ବପିଚକୁ ଦେଖି କ୍ରିସ ଜୋର୍ଡନ ଓ ଏଡ଼ନ ମିଲନେ ଭଲ ବିକଳ୍ପ ହୋଇପାରନ୍ତି।

ସିଏସକେର ସମ୍ଭାବିତ ଚୂଡାନ୍ତ ଏକାଦଶ:

ଋତୁରାଜ ଗାୟକୱାଡ଼,ଡେଭନ କନୱେ,ରବିନ ଉଥାପା, ଅମ୍ବତି ରାୟୁଡୁ,ରବିନ୍ଦ୍ର ଜାଡେଜା, ସିଭମ ଦୁବେ,ଏମ ଏସ ଧୋନି,ଡିଜେ ବ୍ରାଭୋ, କ୍ରିସ ଜୋର୍ଡନ,ରାଜବରଧନ ହେଁଗରଗେକର ଓ ଆଡ଼ମ ମିଲନେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.