ପ୍ରଥମ ଟି-୨୦ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆ ଦ୍ୱିତୀୟ ଟି-୨୦ ରେ ୨୦୦ ପାର ରନ କରିବାରେ ବିଫଳ ରହିଛି। ରୋହିତଙ୍କ କ୍ୟାପଟେନସିରେ ପ୍ରଥମ ଟି-୨୦ ଜିତିଥିଲା ଭାରତୀୟ ଦଳ। ହେଲେ ଦ୍ୱିତୀୟ ଟି-୨୦ ରେ ଭାରତୀୟ ଦଳ ୧୭୦ ରନ କରିଛି। ଦଳ ପାଇଁ ଜବରଦସ୍ତ ବ୍ୟାଟିଂ କରିଥିଲେ ରବୀନ୍ଦ୍ର ଜାଡେଜା।

ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ବଲରେ ୩୧ କରି ଆଉଟ ହୋଇଯାଇଥିଲେ। ଋଷଭ ପନ୍ତ ୧୫ ବଲରେ ୨୬ କରି ଆଉଟ ହୋଇଯାଇଥିଲେ। ସେ ୪ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ବିରାଟ କୋହଲି ୧ ରନ କରି ଆଉଟ ହୋଇଯାଇଥିଲେ।
ରବୀନ୍ଦ୍ର ଜାଡେଜା ଆକର୍ଷଣୀୟ ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ସେ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୨୯ ବଲରେ ୪୬ କରିଥିଲେ। ସାମିଲ ଥିଲା ୫ଟି ଚୌକା। ଦିନେସ କାର୍ତ୍ତିକ ୧୨ ରନ କରି ଆଉଟ ହୋଇଯାଇଥିଲେ। ହର୍ଷଲ ପଟେଲ ୧୩ କରିଥିଲେ।
India was 89 for 5 from 10.4 overs, under big pressure and then Jadeja scored unbeaten 46 runs from 29 balls including 5 fours – he continues to play vital knocks. pic.twitter.com/9XSfsUnlZn
— Johns. (@CricCrazyJohns) July 9, 2022
ଇଂଲଣ୍ଡର ବୋଲିଂ ଉଚ୍ଚକୋଟୀର ଥିଲା। ଜବରଦସ୍ତ ବୋଲିଂର ଷ୍ଟାଇଲ ଜାରି ରଖିଥିଲେ ଇଂଲଣ୍ଡ ବୋଲର। ୪ ଓଭରରେ ୧୫ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ ରିଚାର୍ଡ ଗ୍ଲେସନ। କ୍ରିସ ଜୋର୍ଡନ ବି ଆକର୍ଷଣୀୟ ବୋଲିଂ କରିଥିଲେ। ସେ ୪ ଓଭର ବୋଲିଂ କରି ୨୭ ରନ ଦେଇ ୪ଟି ୱିକେଟ ନେଇଥିଲେ। ରୋହିତ ଶର୍ମାଙ୍କ କ୍ୟାପଟେନସିରେ ଭାରତ ଏଯାଏ ଟି-୨୦ ସିରିଜରେ ୧-୦ ରେ ଆଗୁଆ ଇଂଲଣ୍ଡ ଠୁ ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।