ବ୍ୟୁରୋ ରିପୋର୍ଟ: ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସହଜରେ ଶନିବାରକୁ ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମ ଟେଷ୍ଟରେ ଡବଲ ଶତକ ପୁରା କରିପାରିଥାନ୍ତେ। ଯେବେ ସେ ୧୭୫ ରନ କରି ଖେଳୁଥିଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପାରିର ଘୋଷଣା କରିଦେଇଥିଲା। ଏହା ପରେ ସୋସିଆଲ ମିଡ଼ିଆରେ ରୋହିତଙ୍କ ସହ କୋଚ ରାହୁଲ ଦ୍ରାଭିଡଙ୍କୁ ମଧ୍ୟ ଟାର୍ଗେଟ କରଗଲା। ଦ୍ୱିତୀୟ ଦିନର ଖେଳ ଶେଷ ହେବାପରେ ଏବେ ଜାଡେଜା ଏହାର ଖୁଲାସା କରିଛନ୍ତି।

ଏହି ଭାରତୀୟ ଅଲରାଉଣ୍ଡର କହିଛନ୍ତି କି ପାରି ଘୋଷଣା ପାଇଁ ସେ ନିଜେ ସନ୍ଦେଶ ପଠାଇଥିଲେ। ରବୀନ୍ଦ୍ର ଜାଡେଜା ଚାହୁଁଥିଲେକି ତାଙ୍କ ଟିମ ପିଚରେ ମିଳୁଥିବା ଟର୍ନର ଫାଇଦା ଉଠାଉ। ଜାଡେଜା ୨୨୮ ବଲରେ ୧୭୫ ରନ କରି ନଟଆଉଟ ରହିଥିଲେ। ସେ ନିଜର ଟେଷ୍ଟ କ୍ୟାରିଅରର ଦ୍ୱିତୀୟ ଶତକ ପୁରା କଲେ। ସେ ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ ସ୍କୋର ମଧ୍ୟ କଲେ। ଏହା ଦ୍ଵାରା ଭାରତ ୮ ୱିକେଟରେ ୫୭୪ ରନ କରି ପାରି ଘୋଷଣା କରିଥିଲା।
ଜାଡେଜା ନିଜ ପାରିରେ ୧୭ ଟି ଚୌକା ଓ ୩ ଟି ଛକା ମାରିଥିଲେ। ତାଙ୍କ ପାଖରେ ଡବଲ ଶତକ ମାରିବାର ମୌକା ଥିଲା କିନ୍ତୁ ସେ ପାରି ଘୋଷଣା କରିବାକୁ କହିଥିଲେ। ଜାଡେଜା ଦ୍ୱିତୀୟ ଦିନର ଖେଳଶେଷ ହେବାପରେ କହିଛନ୍ତି,”ବଲ ଟର୍ନ ହେବା ଆରମ୍ଭ କରିଦେଇଥିଲା ତେଣୁ ମୁଁ ପାରି ଘୋଷଣା କରିବାକୁ ଅନୁମତି ଦେଇଥିଲି”।
It's raining wickets in Mohali! 👌 👌 @imjadeja strikes twice in an over. 👏 👏
Sri Lanka 7 down.
Follow the match ▶️ https://t.co/XaUgORcj5O#TeamIndia | #INDvSL | @Paytm pic.twitter.com/YkR3nvhE5S
— BCCI (@BCCI) March 6, 2022
୩୩ ବର୍ଷୀୟ ଜାଡେଜା କହିଛନ୍ତି ସେ ପ୍ରଥମ ଦିନରୁ ଥକିଯାଇଥିଲେ ତେଣୁତାଙ୍କ ପାଇଁ ଆସୁ ଆସୁ ବଡ଼ ଶର୍ଟ ଖେଳିବା ସହଜ ନଥିଲା। ତେଣୁ ବିପକ୍ଷ ଟିମ ମଧ୍ୟ ଥକିଯାଇଥିବାରୁ ଏହାର ଫାଇଦା ଉଠାଇବା ପାଇଁ ପାରି ଘୋଷଣା କରିବାକୁ ଜାଡେଜା କହିଥିଲେ।
ଜାଡେଜା କହଥିଲେ ଯେବେ ମୁଁ ବ୍ୟାଟିଙ୍ଗ କରୁଥିଲି ବଲ ଟର୍ନ ଦେଖିବାକୁ ମିଳିଥିଲା ତେଣୁ ଏହାର ଫାଇଦା ନେବାପାଇଁ ଜାଡେଜା ପାରି ଜଲ୍ଦି ଘୋଷଣା କରିବାକୁ କହିଥିଲେ। ଜାଡେଜା ଅଶ୍ୱିନୀ (୬୧) ଙ୍କ ସହ ୭ ମ ୱିକେଟ ପାଇଁ ୧୩୦ ରନ ଓ ମହମ୍ମଦ ସାମୀଙ୍କ ସହ ୯ମ ୱିକେଟ ପାଇଁ ୧୦୩ ରନ ଯୋଡିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।