ବ୍ୟୁରୋ ରିପୋର୍ଟ; ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ୨୨ ଜୁଲାଇରୁ ଆରମ୍ଭ ହେବ। ଏହି ମ୍ୟାଚରେ ଭାରତ ରୋହିତ ଶର୍ମା ,ବିରାଟ କୋହଲି ଓ ରିଷଭ ପନ୍ତଙ୍କ ପରି ସିନିୟର ଖେଳାଳିଙ୍କ ବିନା ଖେଳିବ। ଶିଖର ଧାୱନ ଏହି ସିରିଜରେ ଭାରତୀୟ ଟିମର ଅଧିନାୟକତ୍ୱ କରୁଛନ୍ତି। ଏହି ସିରିଜରେ ଯୁବ ଖେଳାଳିଙ୍କ ପାଖରେ ମୌକା ଅଛି ନିଜକୁ ସାବ୍ୟସ୍ତ କରିବା ପାଇଁ। ଏହା ମଧ୍ୟରେ ପ୍ରଥମ ଏକଦିବସିୟ ପୂର୍ବରୁ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଘାତ ହୋଇଛନ୍ତି। ତାଙ୍କୁ ଏହି ସିରିଜ ପାଇଁ ଉପଅଧିନାୟକ କରାଯାଇଥିଲା କିନ୍ତୁ ସେ ଆଘାତ ହେବା ପରେ ଅଭ୍ୟାସ ପାଇଁ ଆସିନଥିଲେ।
?Ravindra Jadeja could be rested from the ODIs to manage his knee injury
?KL Rahul has tested positive for Covid19, as per Sourav Ganguly, and will miss the T20Is #WIvIND
✍️@vijaymirror https://t.co/sMsfaXVdLQ
— Cricbuzz (@cricbuzz) July 21, 2022
ଜାଡେଜାଙ୍କ ଆଘାତ କେତେ ଗମ୍ଭୀର ଏହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ଯେଉଁଭଳି ସେ ଅଭ୍ୟାସ ସେସନରେ ଅଂଶ ଗ୍ରହଣ କରିନାହଁନ୍ତି ଲାଗୁଛି ସେ ପ୍ରଥମ ମ୍ୟାଚରେ ଖେଳିବାର ସମ୍ଭାବନା କମ। ଧାୱନ ପ୍ରେସ କନ୍ଫରେନ୍ସରେ ଏହାର ଅପଡେଟ ଦେଇଛନ୍ତି। ସେ କହିଥିଲେ ଜାଡେଜାଙ୍କ ଆଣ୍ଠୁରେ ଆଘାତ ଲାଗିଛି ଓ ଏହା କେତେ ଗମ୍ଭୀର ଏହାର ଯାଞ୍ଚ ବିସିସିଆଇ ମେଡିକାଲ ଟିମ କରୁଛି।
ଜାଡେଜା ଏକଦିବସିୟ ସିରିଜରୁ ବାହାର ହୋଇପାରନ୍ତି:
କ୍ରିକବଜର ଖବର ଅନୁସାରେ ଆଗାକୁ ଟି-୨୦ ବିଶ୍ୱକପ ଥିବାରୁ ବିସିସିଆଇ ରିସ୍କ ନେବାକୁ ଚାହିଁବନି ତେଣୁ ଜାଡେଜାଙ୍କୁ ପୁରା ଏକଦିବସିୟ ସିରିଜରେ ଆରାମ ଦିଆଯାଇପାରେ। ତାଙ୍କୁ ଯଦି ଏବେ ପୁରା ଆରାମ ଦିଆଯିବ ତେବେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୨୯ ଜୁଲାଇରୁ ଆରମ୍ଭ ଟି-୨୦ ସିରିଜ ପାଇଁ ସେ ପୁରା ଫିଟ ହୋଇଯାଇଥିବେ।

କିଏ ହେବ ଟିମ ଇଣ୍ଡିଆର ଉପଅଧିନାୟକ?:
ଜାଡେଜା ଆଘାତ ହେବା ଦ୍ଵାରା ଟିମ ମ୍ୟାନେଜମେଣ୍ଟ ପାଇଁ ଏକ ସମସ୍ୟା ଆସିଛି। ଜାଡେଜା ଏହି ସିରିଜ ପାଇଁ ଉପଅଧିନାୟକ ହୋଇଥିଲେ ଏବେ ଝଡ଼ିସେ ସିରିଜରୁ ବାହାର ହେବେ ତାଙ୍କ ଜାଗାରେ ଆଉ କିଛିଜଣଙ୍କୁ ଟିମ ମ୍ୟାନେଜମେଣ୍ଟକୁ ଉପଅଧିନାୟକ କରିବାକୁ ହେବ। ଏହି ଫଇସଲା ବିସିସିଆଇ ରାହୁଲ ଦ୍ରାଭିଡଙ୍କ ଉପରେ ଛାଡିପାରେ। ଟିମରେ ଚାହଲ ଓ ସାରଦୁଲଙ୍କ ପରି ସିନିୟର ଖେଳାଳି ଅଛନ୍ତି।
ଏହା ଅଧ୍ୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତିକି ଏନସିଏରେ ଫିଟ ପାଇଁ ରହିଥିବା ରାହୁଲ କରୋନା ପିଜେଟିଭ ହୋଇଛନ୍ତି। ଏହା ପରେ ସେ ଏବେ ଟି-୨୦ ସିରିଜ ଖେଳିବାର ସମ୍ଭାବନା କମିଯାଇଛି। ପୂର୍ଵ ମାସରେ ତାଙ୍କର ଜର୍ମାନୀରେ ସର୍ଜରି ହୋଇଥିଲା ଓ ଏହି ମାସ ଆରମ୍ଭରୁ ସେ ଏନସିଏରେ ଫିଟ ପାଇଁ ଯାଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।