ବ୍ୟୁରୋ ରିପୋର୍ଟ: ଦକ୍ଷିଣ ଆଫ୍ରିକା ନିଜ ମାଟିରେ ଭାରତକୁ ୨-୧ରେ ହରାଇଛି। ସିରିଜ ପୂର୍ବରୁ ଭାରତୀୟ ଟିମ ବିଜୟ ହେବ ବୋଲି ଜଣାପଡୁଥିଲା। ପ୍ରଥମ ଟେଷ୍ଟ ଜିତି ଭାରତୀୟ ଟିମ ଏହା ସାବ୍ୟସ୍ତ ମଧ୍ୟ କରିଥିଲା କିନ୍ତୁ ଶେଷ ଦୁଇଟି ଟେଷ୍ଟ ଜିତି ଦକ୍ଷିଣ ଆଫ୍ରିକା ଟିମ ସିରିଜ ଜିତିଯାଇଛି।
Evening @WasimJaffer14 !! Just checking you are ok 😜
— Michael Vaughan (@MichaelVaughan) January 14, 2022
ଭାରତୀୟ ଟିମର ପରାଜୟକୁ ନେଇ ଇଂଲଣ୍ଡର ପୂର୍ଵ ଖେଳାଳି ମାଇକଲ ଭନ ଉପହାସ କରିଛନ୍ତି। ସେ ଏହି ଉପହାସ କରି ପୂର୍ଵ ଭାରତୀୟ କ୍ରିକେଟର ୱାସିମ ଜାଫରଙ୍କୁ ଟ୍ୟାଗ କରିଥିଲେ। ଏହାର ଜବାବ ମଧ୍ୟ ୱାସିମ ଜାଫରର ସୁନ୍ଦର ଭାବେ ଦେଇଛନ୍ତି।
ଜାଫର ଦେଲେ କଡା ଜବାବ:
ମାଇକଲ ଭନ ଟ୍ୱିଟରେ ଲେଖିଥିଲେ,”ଆପଣ ଠିକ ଅଛନ୍ତି,ଇଏ ଏବେ ଚେକ କରୁଛନ୍ତି”। ଏହାର ଜବାବରେ ୱାସିମ ଜାଫର ଲେଖିଥିଲେ ,”ସବୁ କିଛି ଠିକ ଅଛି। ଭୁଲିଯାଅନି ଆମେ ଯେବେ ଆପଣଙ୍କ ଉପରେ ୨-୧ର ଲିଡ଼ ହାସଲ କରିରଖିଛୁ। ଭାରତୀୟ ଟିମ ଇଂଲଣ୍ଡ ଗ୍ରସ୍ତରେ ୫ ଟି ମ୍ୟାଚର ଟେଷ୍ଟ ସିରିଜ ଖେଳିଥିଲା। ଏଥିରେ ଟିମ ଇଣ୍ଡିଆ ୨-୧ରେ ଆଗୁଆ ଅଛି। ଶେଷ ମ୍ୟାଚ କରୋନା ପାଇଁ ସ୍ଥଗିତ ହୋଇଯାଇଛି ଯାହା ଜୁଲାଇ ୨୦୨୨ରେ ଖେଳାଯିବ।
Haha all good Michael, don't forget we are still leading you 2-1 😆 https://t.co/vjPxot43mF
— Wasim Jaffer (@WasimJaffer14) January 14, 2022
ଟିମ ଇଣ୍ଡିଆ ପାଖରେ ଇତିହାସ ରଚିବାର ମୌକା ଥିଲା:
ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ସର୍ଵପ୍ରଥମେ ତିନୋଟି ମ୍ୟାଚର ଟେଷ୍ଟ ସିରିଜ ଖେଳିଛି। କେପଟାଉନରେ ହୋଇଥିବା ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ୱିକେଟରେ ହରାଇ ସିରିଜକୁ ୨-୧ରେ ହରାଇଥିଲା। ଭାରତୀୟ ଟିମ ଏବେ ପର୍ଯ୍ୟନ୍ତ ଇତିହାସରେ ଦକ୍ଷିଣ ଆଫ୍ରିକାକୁ ତାର ମାଟିରେ ଟେଷ୍ଟ ସିରିଜରେ ହରାଇନାହିଁ। ଏଥର ଭାରତୀୟ ଟିମ ପାଖରେ ଇତିହାସ ରଚିବାର ମୌକା ଥିଲା କିନ୍ତୁ ଟିମ ଇଣ୍ଡିଆ ଏହାକୁ ହରାଇଦେଇଛି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।