ବ୍ୟୁରୋ ରିପୋର୍ଟ: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଟିଂହମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଚତ୍ରୁର୍ଥ ଦିନ ସୋମବାରକୁ ଇଂଲଣ୍ଡର ପେସର ଜେମ୍ସ ଆଣ୍ଡରସନ ଇତିହାସ ରଚିଛନ୍ତି। ସେ ଟେଷ୍ଟ କ୍ରିକେଟରେ ନିଜର ୬୫୦ ୱିକେଟ ପୁରା କରିଛନ୍ତି। ସେ ନଟିଂହମ ଟେଷ୍ଟର ଦ୍ୱିତୀୟ ଦିନ ନ୍ୟୁଜିଲାଣ୍ଡର ଅଧିନାୟକ ଟମ ଲାଥମଙ୍କୁ ଆଉଟ କରି ଏହି ଉପଲବ୍ଧି ହାସଲ କରିଛନ୍ତି। ଖାସ କଥା ଏହାକି ସେ ଟେଷ୍ଟର ୧୪୫ ବର୍ଷରେ ୬୫୦ ୱିକେଟ ନେଇଥିବା ପ୍ରଥମ ପେସର ଅଟନ୍ତି।

ଟେଷ୍ଟରେ ସବୁଠୁ ଅଧିକ ୱିକେଟ ନେବା ମାମଲାରେ ଆଣ୍ଡରସନ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଆଗରେ ସେନ ୱାରନ ଓ ଶ୍ରୀଲଙ୍କାର ମୁଥେୟା ମୁରଲିଧରନ ଅଛନ୍ତି। ମୁରଲୀଧରଣ ୧୩୩ ଟେଷ୍ଟରେ ୮୦୦ ୱିକେଟ ଓ ସେନ ବନ ୧୪୫ ଟେଷ୍ଟରେ ୭୦୮ ୱିକେଟ ନେଇଛନ୍ତି।
ଅନୁଭବୀ ଆଣ୍ଡରସନଙ୍କ ପରେ ଟେଷ୍ଟରେ ସବୁଠୁ ଅଧିକ ୱିକେଟ ଅଷ୍ଟ୍ରେଲିଆର ଗ୍ଲେନ ମେକଗ୍ରୋ ଅଛନ୍ତି। ସେ ୧୨୪ ଟେଷ୍ଟରେ ୫୬୩ ୱିକେଟ ନେଇଥିଲେ। ତାଙ୍କର ଏହି ରେକର୍ଡ ଏଣ୍ଡରସନଙ୍କ ସାଥି ବୋଲର ଷ୍ଟୁଆର୍ଟ ବ୍ରଡ଼ ଭାଙ୍ଗିପାରନ୍ତି। ବ୍ରଡ଼ ଏବେ ପର୍ଯ୍ୟନ୍ତ ୫୪୩ ୱିକେଟ ନେଇସାରିଛନ୍ତି ଓ ମେକଗ୍ରୋଙ୍କୁ ପଛରେ ପକାଇବା ପାଇଁ ତାଙ୍କୁ ଆଉ ୨୧ ୱିକେଟରେ ଆବଶ୍ୟକତା ଅଛି। ଆଣ୍ଡରସନ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଲର୍ଡ଼ସରେ ହୋଇଥିବା ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ମଧ୍ୟ ସୁନ୍ଦର ବୋଲିଙ୍ଗ କରିଥିଲେ। ସେ ମ୍ୟାଚରେ ୬ ଟି ୱିକେଟ ନେଇଛନ୍ତି। ଆଣ୍ଡରସନ ଟେଷ୍ଟରେ ସର୍ଵ ପ୍ରଥମେ ୪୦୦,୫୦୦,୬୦୦,୬୫୦ ୱିକେଟ ନେଇଥିବା ବୋଲର ଅଟନ୍ତି।
James Anderson#ENGvNZ pic.twitter.com/sFCJ5sq0sJ
— RVCJ Media (@RVCJ_FB) June 13, 2022
ଏଣ୍ଡରସନ ଟେଷ୍ଟରେ ଏବେ ପର୍ଯ୍ୟନ୍ତ ୩୧ ଥର ୫ ଓ ୩ ଥର ୧୦ ୱିକେଟ ନେବାର କାରନାମା କରିଛନ୍ତି। ସବୁଠୁ ଅଧିକ ଟେଷ୍ଟ ୱିକେଟ ନେଇଥିବା ମୁରଲୀଧରଣ ୬୭ ଥର ୫ ୱିକେଟ ନେବାର କାରନାମା କରିଛନ୍ତି। ଆଣ୍ଡରସନ ସବୁଠୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଥିବା ବୋଲର ଅଟନ୍ତି।ସେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ନଟିଂହମରେ ୧୭୧ ତମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ସେ ଟେଷ୍ଟରେ ୩୬ ହଜାରରୁ ଅଧିକ ବଲ ପକାଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।