ପ୍ରାୟ ୪୦ ବର୍ଷ ବୟସରେ ଧମାଲ କଲେ ଆଣ୍ଡରସନ! ୧୫୧ ରନରେ ଅଲ ଆଉଟ ଦକ୍ଷିଣ ଆଫ୍ରିକା

ବ୍ୟୁରୋ ରିପୋର୍ଟ: ପ୍ରାୟ ୪୦ ବର୍ଷ ବୟସରେ ବି ଗଜବ ଫୁର୍ତୀ, ସୁନ୍ଦର ବୋଲିଙ୍ଗ ତାହା ବି ସଠିକ ଲାଇନ ଲେଣ୍ଥ ସହିତ। ଆମେ କହୁଚୁ ଇଂଲଣ୍ଡର ମହାନ ପେସର ଜେମ୍ସ ଏଣ୍ଡରସନଙ୍କ କଥା। ସେ ଷ୍ଟୁଅର୍ଟ ବ୍ରଡଙ୍କ ସହ ମିସି ମଚେଷ୍ଟରରେ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପାରିକୁ ୧୫୧ ରନରେ ଅଲଆଉଟ କରିଦେଇଛନ୍ତି। ଆଣ୍ଡରସନ ଓ ବ୍ରଡ ୩-୩ଟି ୱିକେଟ ନେଇଥିଲେ। ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ କିଛି ଖାସ କରିପାରିଲେନି ଓ ଲଗାତର ୱିକେଟ ଗଳିଚାଲିଲା। ଆଣ୍ଡରସନ ଓ ବ୍ରଡ଼ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାଙ୍କୁ ଅଧିକ ସମୟ ଜମିବାକୁ ଦେଇନଥିଲେ ପିଚରେ।

Google

ନିଜ କ୍ୟାରିୟରର ୧୭୪ ତମ ମ୍ୟାଚ ଖେଳୁଥିବା ଆଣ୍ଡରସନ ୧୫ ଓଭରରେ ୩୨ ରନ ଦେଇ ୩ଟି ୱିକେଟ ନେଇଥିଲେ। ଏହା ସହିତ ତାଙ୍କର ଟେଷ୍ଟରେ ୬୬୧ ୱିକେଟ ହୋଇଯାଇଛି। ସେହିପରି ବ୍ରଡ ୩୭ ରନ ଦେଇ ୩ ଟି ୱିକେଟ ନେଇଥିଲେ। ଅଧିନାୟକ ଷ୍ଟୋକସ ୨ ଟି ଓ ଓଲୋ ରବିନସନ ଏବଂ ଜ୍ୟାକ ଲିଚ ୧-୧ ୱିକେଟ ନେଇଥିଲେ।

ଇଂଲଣ୍ଡ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୨୮ ଓଭରରେ ୩ ଟି ୱିକେଟ ହରାଇ ୧୧୧ ରନ କରିଛି। ପ୍ରଥମ ଦିନ ଖେଳ ଶେଷ ସୁଧା ଜ୍ୟାକ କ୍ରାଉଲି ୧୭ ଓ ଜନି ବେୟରଷ୍ଟୋ ୩୮ ରନ କରି ଖେଳୁଛନ୍ତି। ଏଲେକ୍ସ ଲିସ ୪,ଓଲି ପୋପ ୨୩ ରୁଟ ୯ ରନ କରି ଆଉଟ ହୋଇଛନ୍ତି। ରବାଡ଼ା, ଲୁଙ୍ଗି ଏନଗିଡି ଓ ନୋର୍କୀଆଙ୍କୁ ୧-୧ ୱିକେଟ ମିଳିଛି। ଏବେ ଇଂଲଣ୍ଡ ୪୦ ରନ ପଛରେ ଅଛି।

 

ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଙ୍ଗ କରି ଟ୍ରି ବ୍ରେକ ଭିତରେ ହିଁ ସବୁ ୱିକେଟ ହରାଇଦେଇଥିଲା। ଅଧିନାୟକ ଡିନ ଏଲଗର ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ ନିସ୍ପତି ନେଇଥିଲା। ହେଲେ ଟିମ ୯୨ ରନରେ ୭ ଟି ୱିକେଟ ହରାଇଦେଇଥିଲା। ଯଦି କାଗିସୋ ରବାଡ଼ା କିଛି ସମୟ ବ୍ୟାଟିଙ୍ଗ କରିନଥାନ୍ତେ ଦକ୍ଷିଣ ଆଫ୍ରିକା ବହୁତ କମ ସ୍କୋରରେ ଅଲଆଉଟ ହୋଇଥାନ୍ତା।

କାଗିସୋ ରବାଡ଼ା ୭୨ ବଲରେ ୨ ଟି ଚୌକା ସହ ୩୬ ରନ କରିଥିଲେ। ସେ ନିଜ ଟିମ ପାଇଁ ସବୁଠୁ ଅଧିକ ରନ କରିଥିଲେ। ସେ ଆଉଟ ହୋଇଥିବା ଶେଷ ଖେଳାଳି ରହିଥିଲେ ଓ ପୁରା ଟିମ ୫୩.୨ ଓଭରରେ ଅଲ ଆଉଟ ହୋଇଗଲା।

Leave a Reply

Your email address will not be published. Required fields are marked *