ବ୍ୟୁରୋ ରିପୋର୍ଟ: ଯେସନ ରୟ ଆଇପିଏଲ ୨୦୨୨ ଆରମ୍ଭ ପୂର୍ବରୁ ଡେବ୍ୟୁ କରିବାକୁ ଯାଉଥିବା ଗୁଜୁରାଟ ଟାଇଟନ୍ସକୁ ବଡ଼ ଝଟକାଦେଇଛନ୍ତି। ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଯେସନ ରୟ ଆଇପିଏଲର ଏହି ସିଜନରୁ ହଟିଯାଇଛନ୍ତି। ଗୁଜୁରାଟ ରୟଙ୍କୁ ଅକ୍ସନରେ ୨ କୋଟିର ବେସ୍ ପ୍ରାଇସରେ କିଣିଥିଲା। କ୍ରିକଇନ୍ଫୋର ଖବର ଅନୁସାରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ପୂର୍ଵସପ୍ତାହରେ ହିଁ ଆଇପିଏଲର ଏହି ସିଜନରୁ ହଟିବାର ଖବର ଟିମକୁ ଦେଇଦେଇଥିଲେ। ଟାଇଟନନ୍ସ ଏହାର ବିକଳ୍ପର କୌଣସି ଫଇସଲା ଏବେ ପର୍ଯ୍ୟନ୍ତ ନେଇନାହାନ୍ତି। ରିପୋର୍ଟ ଅନୁସାରେ ସେ ସେ ଟୁର୍ଣ୍ଣାମେଣ୍ଟରେ ବାୟୋବବୁଲରେ ଏତେ ଦିନ ରହିପାରିବେନି କାରଣ ଦର୍ଶାଇ ନାମ ଫେରାଇ ନେଇଛନ୍ତି।

୩୧ ବର୍ଷୀୟ ରୟ ଅଳ୍ପଦିନ ତଳେ ବାୟୋ ବବୁଲରେ ଖେଳାଯାଇଥିବା ପାକିସ୍ତାନ ସୁପରଲିଗରେ ସୁନ୍ଦରପ୍ରଦର୍ଶନ କରିଥିଲେ। ସେ କ୍ୱେଟା ଗ୍ଲେଡିଟର୍ସ ପାଇଁ ସବୁଠୁ ଅଧିକ ରନ କରିଥିବା ଖେଳାଳି ରହିଥିଲେ।ଯିଏକି ୬ ଟି ଟିମ ବିଶିଷ୍ଟ ଲିଗରେ ୫ ମ ସ୍ଥାନରେ ରହିଥିଲା। ୬ ଟି ମ୍ୟାଚରେ ସେ ୫୦.୫୫ ଔସତରେ ୩୦୩ ରନ କରିଥିଲେ। ଯେଉଁଥିରେ ୨ ଟି ଅର୍ଦ୍ଧଶତକ ଓ ଗୋଟେ ଶତକ ସାମିଲ ଥିଲା।
ଦ୍ୱିତୀୟ ଥର ଆଇପିଏଲରୁ ନାମ ନେଲେ ଫେରାଇ:
ଏପରି ଦ୍ୱିତୀୟ ଥର ହୋଇଛି ଯେବେ ଅକ୍ସନରେ ଯେସନ ରୟଙ୍କୁ ଟିମ ସାମିଲ କଲାପରେ ସେ ନାମ ଫେରାଇନେଇଛନ୍ତି। ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟଲ୍ସ ତାଙ୍କୁ ୧ .୫ କୋଟିରେ କିଣିଥିଲା। କିନ୍ତୁ ବ୍ୟକ୍ତିଗତ କାରଣ ପାଇଁ ସେ ନାମ ଫେରାଇନେଇଥିଲେ। ଟାଇଟନ୍ସ ଚତ୍ରୁର୍ଥ ଟିମ ଯାହାପାଇଁ ରୟ ଖେଳିଥାନ୍ତେ।
Jason Roy has confirmed that he has pulled out of the upcoming season of the Indian Premier League to spend some quality time with his family. #JasonRoy #GujaratTitans #IPL2022 #Cricket https://t.co/Y51I7DaTNb
— CricketNext (@cricketnext) March 1, 2022
ଏହା ପୂର୍ବରୁ ରୟ ଗୁଜୁରାଟ ଲାୟନ୍ସ ,ଦିଲ୍ଲୀ ଡେୟରଡେଭିଲର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳିସାରିଛନ୍ତି। ଆଇପିଏଲ ୨୦୨୧ ଅକ୍ସନରେ ସେ ବିକ୍ରି ହୋଇନଥିଲେ କିନ୍ତୁ ଅଲରାଉଣ୍ଡର ମିଚେଲ ମାର୍ସଙ୍କ ବିକଳ୍ପ ରୂପରେ ତାଙ୍କୁ ହାଇଦ୍ରାବାଦ ଟିମରେ ସାମିଲ କରାଯାଇଥିଲା। ରୟ ୧୩ ଆଇପିଏଲ ମ୍ୟାଚରେ ୩୨୯ ରନ କରିଛନ୍ତି। ଯେଉଁଥିରେ କି ୨ ଟି ଅର୍ଦ୍ଧଶତକ ସାମିଲ ଅଛି। ଯାହାକିସେ ଦିଲ୍ଲୀ ଓ ହାଇଦ୍ରାବାଦ ପାଇଁ ମାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।