ଏହି ବିସ୍ପୋରକ ବ୍ୟାଟ୍ସମାନ ଅକ୍ସନରେ ଥିଲେ ଅନସୋଲଡ଼ ଏବେ ରୟଙ୍କ ଜାଗାରେ ପାଣ୍ଡ୍ୟାଙ୍କ ଟିମ ଗୁଜୁରାଟ ପଟେ ସାମିଲ! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଇଂଲଣ୍ଡର ଓପନର ଯେସନ ରୟ ନିଜ ନାମ ଗୁଜୁରାଟ ଟାଇଟାନ୍ସ ଫ୍ରାଂଚାଇଜିରୁ ଫେରାଇ ନେଇଥିଲେ। ସେ ଲମ୍ବା ସମୟ ପାଇଁ ବାୟୋ ବବୋଲରେ ରହିବା କାରଣରୁ ଏହି ଫଇସଲା କରିଛନ୍ତି। ତାଙ୍କ ବଦଳରେ ଆଫଗାନିସ୍ତାନର ଆକ୍ରମନାତ୍ମକ ଓପନର ରାହମାନୁଲ୍ଲା ଗୁରନାଜଙ୍କୁ ତାଙ୍କ ସ୍ଥାନରେ ରଖା ଯାଇଛି।

Google

ଗୁଜୁରାଟ ଟାଇଟାନ୍ସ ରାହମନୁଲ୍ଲାହ ଗୁର୍ବାଜଙ୍କୁ ୫୦ ଲକ୍ଷ ଟଙ୍କାର ତାଙ୍କ ବେସ୍ ପ୍ରାଇଜରେ କିଣିଛି। ସେ ଏହି ଟିମ ସହ ଯୋଡିବା ତୃତୀୟ ଆଫ୍ଗାନି କ୍ରିକେଟର ଅଟନ୍ତି। ତାଙ୍କ ଆଗରୁ ଷ୍ଟାର ସ୍ପିନର ରାଶିଦ ଖାନ ଏବଂ ନୁର ଅହମ୍ମଦ ବି ଏହି ଟିମ ସହ ଯୋଡ଼ା ହେଇ ସାରିଛନ୍ତି। ତାଙ୍କୁ କେହି ବି ଫ୍ରାଂଚାଇଜି କିଣି ନଥିଲେ ଆଉ ଏହା ତାଙ୍କର ପ୍ରଥମ ଆଇପିଏଲ ଅଟେ।

ଯେସନ ରୟଙ୍କୁ ଏହି ଟିମ ୨ କୋଟି ଟଙ୍କାରେ ନିଜ ସହ ସାମିଲ କରିଥିଲା ମାତ୍ର ସେ ସିଜିନ ଆରମ୍ଭ ହେବା ଆଗରୁ ହିଁ ନିଜ ନାମ ଫେରାଇ ନେଇଥିଲେ। ତାଙ୍କର ଟି-୨୦ କ୍ରିକେଟରେ ଷ୍ଟ୍ରାଇକ ରେଟ ୧୪୩ରୁ ମଧ୍ୟ ଅଧିକ ଅଟେ ଆଉ ଏହି ଫର୍ମାଟରେ ୧୫୦ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରୁଥିବା ରାହମନୁଲ୍ଲାହ ଗୁଜୁରାଟ ଟିମକୁ ଆକ୍ରମକ ଆରମ୍ଭ ଦେଇ ପାରନ୍ତି।

 

ଗୁର୍ବାଜ ଦୁନିଆ ସାରା ଅନେକ ଟି ଟ୍ୱେଣ୍ଟି ଲିଗ ଖେଳି ସାରିଛନ୍ତି। ସେ ପାକିସ୍ତାନ ସୁପର ଲିଗରେ ମୂଳତାନ ସୁଲତାନ ତଥା ଶ୍ରୀଲଙ୍କା ପ୍ରିମିଆର ଲିଗରେ କେଣ୍ଡି ଟାସ୍କର୍ତ୍ସଙ୍କ ପାଇଁ ତଥା ବାଙ୍ଗଳାଦେଶ ପ୍ରିମିଆର ଲିଗରେ ଖୁଲନା ଟାଇଗର୍ସଙ୍କର ଖେଳି ସାରିଛନ୍ତି। ଏଯାଏ ପ୍ରାୟ ୬୯ ଟି ଟ୍ୱେଣ୍ଟି କ୍ରିକେଟରେ ସେ ୧୧୩ଟି ଛକା ମାରି ସାରିଛନ୍ତି। ଗୁଜୁରାଟ ଟିମ ତାଙ୍କୁ ଆପଣେଇବା ପାଇଁ ବିସିସିଆଇର ସବୁଜ ପତାକାର ଅପେକ୍ଷା କରିଛି।

ଯାହା ଶୁଣାଯାଏ କି ଟିମର ରାଶିଦ ଖାନଙ୍କ ଠାରୁ ଏହା ବାବଦରେ ଉପଦେଶ ନିଆ ଯାଇଛି। ଗୁର୍ବାଜଙ୍କର ଆସିବା କ୍ଷଣି ହିଁ ଟିମର ଅନେକ ସମସ୍ୟାର ସମାଧାନ ହେଇଯାଇପାରେ। ମ୍ୟାଥିଉ ୱେଡ଼ ଟିମରେ ଦ୍ୱିତୀୟ ସପ୍ତାହରେ ମହଜୁଦ ରହିବେ ଏବଂ ଏକମାତ୍ର ୱିକେଟ କିପରି ଋଦ୍ଧିମାନ ସାହା ଅଛନ୍ତି ଯାହାଙ୍କର ଟି ଟ୍ୱେଣ୍ଟି ରେକର୍ଡ ଏତେ ଖାସ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *