ବ୍ୟୁରୋ ରିପୋର୍ଟ: ଯଶପ୍ରୀତ ବୁମରା ସୋମବାରକୁ କହିଛନ୍ତିକି ଯଦି ଭବିଷ୍ୟତରେ ମତେ ଅଧିନାୟକ କରିବାକୁ ସୁଯୋଗ ମିଳିବ ତେବେ ଏହି ଦାୟୀତ୍ୱ ଗ୍ରହଣ କରିବା ପାଇଁ ମୁଁ ପଛଘୁଞ୍ଚା ଦେବିନି। ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ତାଙ୍କର ତିନୋଟି ଯାକ ଫର୍ମାଟରେ ଅଧିନାୟକତ୍ୱ ସମାପ୍ତ ହୋଇଯାଇଛି। ଯେବେକି ରୋହିତ ଶର୍ମା ଆଗାମୀ ବର୍ଷ ୩୫ ବର୍ଷର ହୋଇଯିବେ। ଏବେ ପ୍ରଶ୍ନ ଉଠୁଛି ଏପରି କେଉଁ ଖେଳାଳି ଅଧିନାୟକ ହୋଇପାରେ ଯିଏକି ଲମ୍ବା ସମୟ ପର୍ଯ୍ୟନ୍ତ ଅଧିନାୟକତ୍ୱ ସମ୍ଭାଳିବ। ଏହି କାରଣରୁ ବୁମରାଙ୍କୁ ଭବିଷ୍ୟତର ଅଧିନାୟକ ମାନାଯାଉଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ୧୯ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି।

ଯଶପ୍ରୀତ ବୁମରା ବୁଧବାରକୁ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜ ଆରମ୍ଭ ହେବା ପୂର୍ବରୁ କହିଛନ୍ତି,”ଯଦି ଏହି ମୌକା ମିଳିବ ତେବେ ଏହା ମୋ ପାଇଁ ସଂମାନର କଥା ହେବ ମତେ ଲାଗୁନାହିଁକି ଏହା ପାଇଁ କୌଣସି ଖେଳାଳି ମନାକରିବ ମୁଁ ମଧ୍ୟ ଅରାଜି ନୁହେଁ। ସେ କୌଣସିବି ଅଧିନାୟକତ୍ୱ ପଦ ହେଉନା କାହିଁକି। ମୁଁ ସବୁବେଳେ ନିଜର ସର୍ବଶ୍ରେଷ୍ଠ କ୍ଷମତା ସହତ ଯୋଗଦାନ ଦେବୀ”। ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜରେ ବୁମରା ଉପଅଧିନାୟକ ଅଟନ୍ତି। ଓ ସେ କହିଛନ୍ତି ଦାଇତ୍ୱ ନେବା ଓ ସାଥିମାନଙ୍କୁ ସାହାଯ୍ୟ କରିବା ତାଙ୍କର ସ୍ବଭାବିକ ଗୁଣ ଅଟେ।
କୋହଲି ପୂର୍ବରୁ ସୂଚନା ଦେଇଥିଲେ:
ଯଶପ୍ରୀତ ବୁମରା କହିଛନ୍ତି ମୁଁ ଏହି ସ୍ଥିତିକୁ ସେହିପରି ଦେଖୁଛି। ଦାୟୀତ୍ୱ ନେବା ଖେଳାଳିଙ୍କ ସହାୟତା କରିବା ସର୍ଵଦା ମୋ ଦୃଷ୍ଟିକୋଣ ରହିଛି ପରିସ୍ଥିତି କିପରି ହେଉନା କାହିଁକି ମୁଁ ନିଜେ ଦୃଷ୍ଟି କୋଣ ବଦଳାଇବିନି। ବୁମରା ଏହା କହିଛନ୍ତିକି କୋହଲି ସାଥି ଖେଳାଳିଙ୍କୁ ବୈଠକରେ ଅଧିନାୟକତ୍ୱ ଛାଡିବା କଥା କହିଥିଲେ। ଟିମ ବିରାଟଙ୍କର ଫଇସଲାର ମଧ୍ୟ ସମ୍ମାନ କରୁଛି। ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜରେ କେ ଏଲ ରାହୁଲ ଅଧିନାୟକତ୍ୱ କରିବେ କାରଣଅଧିନାୟକ ରୋହିତ ଶର୍ମା ଆଘାତ ଅଛନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।