କିଛି ଦିନ ହେବ ଟିମ ଇଣ୍ଡିଆର କ୍ରିକେଟରେ କେତେକ ପରିବର୍ତ୍ତନ ଦେଖା ଯାଇଛି। ବିରାଟ କୋହଲି ଅଧିନାୟକ ପଦ ଛାଡିବା ପରେ ପରବର୍ତ୍ତୀ ଅଧିନାୟକ ପଦ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାପରେ ରୋହିତ ଶର୍ମାଙ୍କୁ ଟି-ଟ୍ୱେଣ୍ଟି ର ଅଧିନାୟକ ପଦ ଦିଆଯାଇଥିଲା। ବିରାଟ କୋହଲି କେବଳ ଦିନିକିଆ ଏବଂ ଟେଷ୍ଟ ମ୍ୟାଚରେ ନିଜ ଅଧିନାୟକ ପଦ ଜାରି ରଖିବେ ବୋଲି ସୂଚନା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ଅଧିନାୟକ ଘୋଷଣା କରାଯାଇଥିଲା।

ସାଉଥ ଆଫ୍ରିକା ଗସ୍ତରେ ଭାରତୀୟ ଦଳ ଟେଷ୍ଟ ସିରିଜ ୨-୧ ରେ ହାରି ଯାଇଥିଲା। ଏହି ସିରିଜରେ ଗୋଟିଏ ମାତ୍ର ମ୍ୟାଚ ଭାରତୀୟ ଟିମ ଜିତିବାରେ ସମର୍ଥ ହୋଇଥିଲା। ଏହା ପରେ ବିରାଟ କୋହଲି ଟେଷ୍ଟ ଦଳରୁ ଅଧିନାୟକ ପଦ ଛାଡି ଦେଇଥିଲେ। ଟେଷ୍ଟ ଦଳର ଅଧିନାୟକ ପଦ କିଏ ସମ୍ଭାଳିବ? ରିସଭ ପନ୍ତ, ଶ୍ରେୟାସ ଅୟରଙ୍କ ଭଳି ଅନେକ ଯୁବ ଖେଳାଳି ଅଧିନାୟକ ହେବା ଲାଗି ବିସିସିଆଇ ନଜରରେ ଥାଇପାରନ୍ତି। ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଅଧିନାୟକ ହେବା ଲାଗି ଆଶା ରଖିଛନ୍ତି। ସେ ଏକଥା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମାତ୍ର ତାଙ୍କର ଅଧିନାୟକ ନ କରିବାକୁ ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ପାକିସ୍ତାନ କ୍ରିକେଟର ସୋହେବ ଅଖତରଙ୍କ ସହ ଆଲୋଚନା ବେଳେ ପ୍ରକାଶ କରିଥିଲେ ଯେ ଜଣେ ବୋଲର ଏକ ଦଳର ଅଧିନାୟକ ପଦ ସମ୍ଭାଳିବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ। କାରଣ ଏହା ଉପରେ ତାଙ୍କର ଉତ୍ତମ ପ୍ରଦର୍ଶନ ମଧ୍ୟ ନିର୍ଭର କରିଥାଏ। ଏଥିପାଇଁ ଜଣେ ଅଲରାଉଣ୍ଡର ହେଲେ ମଧ୍ୟ ଚଳିବ।

ଅନ୍ୟ ଦେଶର ପୂର୍ବତନ ଅଲରାଉଣ୍ଡର ଅଧିନାୟକଙ୍କ ଉଦାହରଣ ଦେଇ ସେ ଏପରି କହିଛନ୍ତି। ସୂଚନାଯୋଗ୍ୟ ଯେ ରୋହିତ ଶର୍ମାଙ୍କୁ ବିସିସିଆଇ ଦୁଇଟି ଫର୍ମାଟରେ ଅଧିନାୟକ କରିବା ପରେ ତାଙ୍କୁ ଟେଷ୍ଟ ଦଳରେ ଅଧିନାୟକ ଦାୟିତ୍ୱ ଦେବା ନେଇ ମଧ୍ୟ ଆଶା ପ୍ରକାଶ କରିଛି। ସମ୍ଭବତଃ ଅନେକ ଖେଳାଳୀଙ୍କର ଅଧିନାୟକ ହେବା ପାଇଁ ଉତ୍ତମ ଗୁଣ ଥିଲେ ମଧ୍ୟ ରୋହିତଙ୍କ ପଖରେ ଅଭିଜ୍ଞତା ଏବଂ ସଫଳତା ମଧ୍ୟ ରହିଛି। ମାତ୍ର ବୁମରାଙ୍କ ଅଧିନାୟକ ହେବା କଥାକୁ ପରୋକ୍ଷ ଭାବରେ ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ମନା କରି ଦେଇଛନ୍ତି। ତେବେ ଦେଖା ଯାଉ କିଏ ଟେଷ୍ଟର କ୍ୟାପଟେନସି ଭାର ସମ୍ଭାଳୁଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।