ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ ସରିଥିବା ବେଳେ ଦିନିକିଆ ସିରିଜର ଆଜି ପ୍ରଥମ ମ୍ୟାଚ ଖେଳାଯାଉଛି। ଯେଉଁଥିରେ ଆଗ ବ୍ୟାଟିଂ କରି ଇଂଲଣ୍ଡ ଦଳ ୧୧୦ ରନରେ ହୋଇଯାଇଛି ଅଲଆଉଟ। ଜୋସ ବଟଲର ୩୨ ବଲରେ ୩୦ କରି ଆଉଟ ହୋଇଛନ୍ତି।

ସେ ୬ଟି ଚୌକା ଲଗାଇଥିଲେ। ତାଙ୍କର ଏହି ପାରିରେ ଷ୍ଟ୍ରାଇକ ରେଟ ଥିଲା ୯୩.୭୫। ମୋଇନ ଅଲ୍ଲୀ ୧୪, ଡାଭିଡ ୱିଲି ୨୧, ବ୍ରାଇଡନ କ୍ରାସ ୧୫ କରିଥିଲେ। ଆଉ କେଉଁ ଖେଳାଳି ୨ ଅଙ୍କର ରନ କରି ପାରିନଥିଲେ ଏହି ମ୍ୟାଚରେ।
ଭାରତ ପକ୍ଷରୁ ଯଶପ୍ରୀତ ବୁମରା କରିଥିଲେ ଜବରଦସ୍ତ ବୋଲିଂ। ତାଙ୍କ ବୋଲିଂରେ ଧରାଶାୟୀ ଇଂଲଣ୍ଡର ଖେଳାଳି। ସେ ୭.୨ ବଲ ପକାଇ ୩ଟି ମେଡେନ ନେଇ ୧୯ ରନ ଦେଇ ଅକ୍ତିଆର କରିଛନ୍ତି ୬ଟି ୱିକେଟ।

ବୁମରାଙ୍କ ଛଡା ଆକର୍ଷଣୀୟ ବୋଲିଂ ବି କରିଥିଲେ ମହମ୍ମଦ ସାମୀ। ସେ ୭ ଓଭରରେ ୩୧ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ। ପ୍ରସିଦ୍ଧ କ୍ରିଷ୍ଣା ୫ ଓଭରରେ ୨୬ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। ୟୁଜବେନ୍ଦ୍ର ଚାହଲ ୨ ଓଭରରେ ୧୦ ରନ ଦେଇଥିଲେ। ହାର୍ଦିକ ପାଣ୍ଡ୍ୟା ୪ ଓଭରରେ ୨୨ ରନ ଦେଇଥିଲେ।
ତେବେ ଭାରତୀୟ ଦଳ କରିଛି ଜବରଦସ୍ତ ବୋଲିଂ। ବିଶ୍ଵକପ ଦିନିକିଆ ଆଗକୁ ହେବାର ଅଛି, ତେବେ ଏହି ପ୍ରଦର୍ଶନ ଭାରତର ଆତ୍ମବିଶ୍ବାସ ବଢାଇବାରେ ସାହାଯ୍ୟ କରିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।