IND vs ENG: ରୋହିତ ଖେଳିବେନି ଶେଷ ଟେଷ୍ଟ! BCCI ର ବଡ଼ ଘୋଷଣା, ବୁମରା ବନିଲେ ଭାରତର ନୂଆ କ୍ୟାପଟେନ, ପନ୍ତଙ୍କୁ ନୂଆ ଦାୟିତ୍ୱ!

ବ୍ୟୁରୋ ରିପୋର୍ଟ: ବୁମରା ବନିଲେ ଭାରତୀୟ ଦଳର କ୍ୟାପଟେନ। BCCI କରିଛି ଘୋଷଣା। ରୋହିତ ଶର୍ମା କୋଭିଡ କାରଣରୁ ବାହାରିବା ପରେ ଯଶପ୍ରୀତ ବନିଛନ୍ତି ଭାରତର ନୂଆ କ୍ୟାପଟେନ। କପିଲ ଦେବଙ୍କ ପରେ ଯଶପ୍ରୀତ ବୁମରା ଟିମ ଇଣ୍ଡିଆର କ୍ୟାପଟେନ ଦାୟିତ୍ୱ ନେବାରେ ପ୍ରଥମ ଫାଷ୍ଟ ବୋଲର।

ଏଜବେଷ୍ଟନରେ ଖେଳାଯିବାକୁ ଥିବା ଏହି ୫ମ ଟେଷ୍ଟରେ ବୁମରା ସମ୍ଭାଳିବେ କ୍ୟାପଟେନସି ପଦ। ସିରିଜରେ ଭାରତ ୨-୧ ରେ ଆଗୁଆ ଅଛି। ବିରାଟ କୋହଲିଙ୍କ କ୍ୟାପଟେନସିରେ ଭାରତ ୨-୧ ରେ ହୋଇଥିଲା ଆଗୁଆ। ଏହି ମ୍ୟାଚ ଭାରତ ଜିତିଲେ କିମ୍ବା ଡ୍ର କଲେ ଭାରତ ଜିତିବ ସିରିଜ।

ବିଶ୍ୱ ଟେଷ୍ଟ ଚମ୍ପିୟନସିପ ପାଇଁ ମଧ୍ୟ ଏହି ଟେଷ୍ଟ ଅଟେ ଗୁରୁତ୍ୱପୂର୍ଣ୍ଣ। BCCI ର ରିପୋର୍ଟକୁ ଆଧାର କଲେ ଗୁରୁବାର ଦିନ ସକାଳେ ରୋହିତଙ୍କ ନମୂନା ପରୀକ୍ଷଣ ହୋଇଥିଲା ଏବଂ ପଜିଟିଭ ଆସିଥିଲା ରିପୋର୍ଟ । ବୁମରା କ୍ୟାପଟେନ ଏବଂ ପନ୍ତ ବନିଛନ୍ତି ଭାଇସ କ୍ୟାପଟେନ। ପୂର୍ବ ବର୍ଷ ଇଂଲଣ୍ଡରେ ଶତକ ଲଗାଇଥିଲେ ଋଷଭ ପନ୍ତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *