ବ୍ୟୁରୋ ରିପୋର୍ଟ: ପ୍ରଥମ ଏକଦିବସିୟରେ ୧୦ ୱିକେଟରେ ଜିତିବା ପରେ ଏବେ ଟିମ ଇଣ୍ଡିଆର ଲକ୍ଷ୍ୟ ସିରିଜ ହାତେଇବା ରହିବ। ଦ୍ୱିତୀୟ ଏକଦିବସିୟରେ ସବୁ ଫ୍ୟାନ୍ସଙ୍କ ନଜର ଯଶପ୍ରୀତ ବୁମରାଙ୍କ ଉପରେ ରହିବ। ପ୍ରଥମ ଏକଦିବସିୟରେ ସେ ଜୋରଦାର ବୋଲିଂର ପ୍ରଦର୍ଶନ କରିଥିଲେ। ଏହା ପରେ ମହାନ ଇଂଲଣ୍ଡ ଖେଳାଳି ତାଙ୍କ ଫ୍ୟାନ ହୋଇଯାଇଛନ୍ତି।

ବୁମରାଙ୍କ ପ୍ରସଂସକ ହୋଇଛନ୍ତି ଏହି କ୍ରିକେଟର:
ଯଶପ୍ରୀତ ବୁମରା ପ୍ରଥମ ଏକଦିବସିୟରେ ନିଜ ଏକଦିବସିୟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ବୁମରାଙ୍କ ଏହି ପ୍ରଦର୍ଶନର ପ୍ରଶଂସା ସମସ୍ତେ କରୁଛନ୍ତି। ଏହି ସବୁ ମଧ୍ୟରେ ଇଂଲଣ୍ଡର ମହିଳା କ୍ରିକେଟର ଡେନିୟଲ ୱେଟଙ୍କର ଏକ ଟ୍ୱିଟ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି। ସେ ମଧ୍ୟ ବୁମରାଙ୍କ ଏହି ସୁନ୍ଦର ପ୍ରଦର୍ଶନର ପ୍ରସଂସକ ହୋଇଯାଇଛନ୍ତି। ସେ ଟ୍ୱିଟରରେ ବୁମରାଙ୍କୁ ଟ୍ୟାଗ କରି ଲେଖିଛନ୍ତି”ଅନପ୍ଲେବଲ”।
ବିରାଟ କୋହଲିଙ୍କୁ ମଧ୍ୟ କରିଥିଲେ ପ୍ରପୋଜ:
ଡେନିୟଲ ୱେଟ ଥରେ ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ବିରାଟ କୋହଲିଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ,ସେବେ ସେ ପ୍ରଥମଥର ଲାଇମଲାଇଟକୁ ଆସିଥିଲେ। ସେ ୨୦୧୪ରେ ଟ୍ୱିଟରରେ ବିରାଟ କୋହଲିଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ। ସେବେ ଚାରିଆଡେ ଆଲୋଚନା ହେବାରେ ଲାଗିଥିଲା। ଏହି କିଛି ଦିନ ପୂର୍ବରୁ ସେ ଟ୍ୱିଟ କରି ଅର୍ଜୁନ ତେନ୍ଦୁଲକର ଏକ ଫଟୋ ସେୟାର କରିଥିଲେ। କହିରଖିବୁ ଅର୍ଜୁନ ଓ ଡେନିୟଲ ୱେଟ ଭଲ ସାଙ୍ଗ ଅଟନ୍ତି।
Unplayable @Jaspritbumrah93 🫣
— Danielle Wyatt (@Danni_Wyatt) July 12, 2022
ଡେନିୟଲଙ୍କର ଇଣ୍ଟରନେସନାଲ କ୍ୟାରିଅର:
ସେ ଏବେ ପର୍ଯ୍ୟନ୍ତ ଇଂଲଣ୍ଡ ତରଫରୁ ମୋଟ ୯୩ ଏକଦିବସିୟ ,୧୨୪ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି। ସେ ଏକଦିବସିୟରେ ୨୨.୧୦ ଔସତରେ ୧୪୮୯ ରନ କରିଛନ୍ତି ଓ ୨୭ ୱିକେଟ ନେଇଥିଲେ। ସେହିପରି ଟି-୨୦ ଇଣ୍ଟରନେସନାଲରେ ସେ ୨୧.୩୬ ଔସତରେ ୧୯୬୬ ରନ କରିଛନ୍ତି ଓ ୪୬ ୱିକେଟ ମଧ୍ୟ ନେଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।