ବ୍ୟୁରୋ ରିପୋର୍ଟ: ଯଶପ୍ରୀତ ବୁମରା ଶେଷରେ ଦମଦାର ବ୍ୟାଟିଙ୍ଗ କରି ଟିମ ଇଣ୍ଡିଆକୁ ମଜବୁତ ସ୍ଥାନରେ ପହଁଞ୍ଚାଇଦେଇଛନ୍ତି। ଇଂଲଣ୍ଡ ବିରୁଦ୍ଧରେ ଭରତୀୟ ଟିମ ପ୍ରଥମ ପାରିରେ ୪୧୬ ରନ କରିଛି। ବୁମରା ୧୬ ବଲରେ ୩୧ ରନ କରିଥିଲେ ଯେଉଁଥିରେ ୪ ଟି ଚୌକା ଓ ୨ ଟି ଛକା ଲଗାଇଥିଲେ। ଏହି ସମୟରେ ସେ ଷ୍ଟଆର୍ଟ ବ୍ରଡ଼ଙ୍କ ଗୋଟେ ଓଭରରେ ୩୫ ରନ ଲଗାଇଥିଲେ। ଏହା ଟେଷ୍ଟ କ୍ରିକେଟର ୧୪୫ ବର୍ଷ ଇତିହାସରେ ସବୁଠୁ ମହଙ୍ଗା ଓଭର ଅଟେ। ଏହା ପରେ ବୁମରା ବୋଲିଙ୍ଗ କରି ଆଲେକ୍ସ ଲିଚ ଓ ଜୈକ କ୍ରୋଲେଙ୍କୁ ଆଉଟ କରିଥିଲେ।

ଯଶପ୍ରୀତ ବୁମରା ଯେମିତି ବ୍ରଡ଼ଙ୍କ ସେହି ଓଭରର ଶେଷ ବଲରେ ଛକା ମାରିଲେ ରେକର୍ଡ ହୋଇଗଲା। ଏହା ପରେ ଡ୍ରେସିଙ୍ଗ ରୁମରେ ବସିଥିବା କୋଚ ରାହୁଲ ଦ୍ରାଭିଡ ତାଳି ଲଗାଇଥିଲେ। ବ୍ୟାଟିଙ୍ଗ କୋଚ ବିକ୍ରମଙ୍କ ସହ କିଛି ଆଲୋଚନା ମଧ୍ୟ କରିଥିଲେ। ସେହିପରି ବିରାଟ କୋହଲି ଓ ଶ୍ରେୟସ ଅୟର ଦୌଡ଼ିକି ଆସି ହସିକି ତାଳି ଲଗାଇଥିଲେ। ବୁମରାଙ୍କ ସହ ବ୍ୟାଟିଙ୍ଗ କରୁଥିବା ସାଥି ବ୍ୟାଟ୍ସମ୍ୟାନ ମହମ୍ମଦ ସିରାଜ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହା ପୂର୍ବରୁ ଟେଷ୍ଟ ଇତିହାସରେ କେବେବି ଏକ ଓଭରରେ ୩୦ ରନ ହୋଇନଥିଲା।
— Guess Karo (@KuchNahiUkhada) July 2, 2022
ଶାସ୍ତ୍ରୀ କହିଥିଲେ-କଳ୍ପନା କରାଯାଇ ନପାରେ:
ପୂର୍ଵ ଭାରତୀୟ କୋଚ ରବି ଶାସ୍ତ୍ରୀଙ୍କର ଏକ ଭିଡ଼ିଓ ବିସିସିଆଇ ସେୟାର କରିଛି। ଏଥିରେ ସେ କହୁଛନ୍ତି ଯେବେ ବୁମରା ଗୋଟେ ଓଭରରେ ୩୫ ରନ ଲଗାଇଲେ ସେବେ ମୁଁ କଣ ଭାବୁଥିଲି ପଚାରନା। ଏହା ପୂର୍ବରୁ ଯୁବରାଜ ସିଂହ ଓ ମୁଁ ଗୋଟେ ଓଭରରେ ୩୬ ରନ ଲଗାଇଥିଲୁ। କିନ୍ତୁ ଯାହା ବୁମରା କଲେ ତାହା କଳ୍ପନା କରାଯାଇନପାରେ। ସେ କହିଛନ୍ତି ବୁମରା ବିଶ୍ୱରେକର୍ଡ କରିଛନ୍ତି। ନମ୍ବର-୧୦ ରେ ବ୍ୟାଟିଙ୍ଗ ଓ ସେ ପ୍ରଥମ ଥର ଅଧିନାୟକତ୍ୱ କରୁଛନ୍ତି।ସେ ବ୍ରାଏନ ଲାରା ,ଜୋର୍ଜ ବେଲି ଓ କେଶବ ମହାରାଜଙ୍କୁ ପଛରେ ପକାଇଦେଇଛନ୍ତି।
ସେ କହିଛନ୍ତି ବୁମରା ବ୍ୟାଟରେ ଏହି ଓଭରରେ ୨୯ ରନ କରିଛନ୍ତି। ବୋଲର ଷ୍ଟୁଆର୍ଟ ବ୍ରଡ଼ ଥିଲେ ଯାହାଙ୍କ ଓଭରରେ ଯୁବରାଜ ସିଂହ ୬ ଟି ଛକା ଲଗାଇଥିଲେ। ଏବେ ଏହି ଓଭରରେ ୩୫ ରନ ହେଲା। ଏହା ପୂର୍ବରୁ ଟେଷ୍ଟରେ ସର୍ବାଧିକ ଗୋଟେ ଓଭରରେ ୨୮ ରନ ହୋଇଥିଲା। କହିରଖିବୁକି ବୁମରା କେବଳ ଦ୍ୱିତୀୟ ଥର ନିଜ ଟେଷ୍ଟ କ୍ୟାରିଅରରେ ୩୦ ରୁ ଅଧିକ ରନ କରିଛନ୍ତି।
3⃣5⃣ runs in one over 🔥
2⃣9⃣ off Bumrah's bat 💥
Here's Former Head Coach @RaviShastriOfc's take on the @Jaspritbumrah93 blitz ⚡⚡#TeamIndia | #ENGvIND pic.twitter.com/fG2wwNstRQ
— BCCI (@BCCI) July 2, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।