ଜୋ ରୁଟ କଣ ପାଇଁ ଛାଡିଲେ ଅଧିନାୟକ ପଦ? ମାର୍କ ଉଡ଼ଙ୍କ ବଡ଼ ଖୁଲାସା!

ବ୍ୟୁରୋ ରିପୋର୍ଟ: ଜୋ ରୁଟ ପୂର୍ଵ ମାସରେ ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ ପଦ ଛାଡି ଦେଇଥିଲେ। ବିତିଥିବା ଏକ ବର୍ଷରେ ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଟିମ ଖାସ। ପ୍ରଦର୍ଶନ କରିପାରିନଥିଲା। ଏହି ସମୟରେ ଟିମ ମାତ୍ର ଗୋଟେ ମ୍ୟାଚ ଜିତିଥିଲା। ଅଷ୍ଟ୍ରେଲିଆ ବିରୁଦ୍ଧରେ ଏଶେଜ ସିରିଜରେ ଟିମ ୪-୦ରେ ହାରିଥିଲା। ଏହା ପରେ ଟିମ ୱେଷ୍ଟଇଣ୍ଡିଜ ଗ୍ରସ୍ତ କରିଥିଲା ଓ ସେଠାରେ ମଧ୍ୟ ଟିମକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହାପରେ ରୁଟ ଅଧିନାୟକତ୍ୱ ପଦରୁ ଇସ୍ତପା ଦେବାକୁ ଠିକ ଭାବିଲେ। ଏହା ପରେ ବେନ ଷ୍ଟୋକଙ୍କୁ ଇଂଲଣ୍ଡ ଟେଷ୍ଟ ଟିମର ନୂତନ ଅଧିନାୟକ ପରାଗଲା। ରୁଟ କଣ ପାଇଁ ଅଧିନାୟକ ପଦ ଛାଡିଲେ ଏହାର କାରଣ ମାର୍କ ଉଡ଼ କହିଛନ୍ତି।

Google

“ମିଡ଼ିଲ ପ୍ଲିଜ ଅମ୍ପାୟାର” ପୋର୍ଡ କାଷ୍ଟରେ କଥା ହୋଇ ମାର୍କ ଉଡ଼ ରୁଟଙ୍କ ଅଧିନାୟକତ୍ୱ ପଦ ଛାଡିବା ଉପରେ ବୟାନ ଦେଇଛନ୍ତି। ସେ ରୁଟଙ୍କ ଅଧିନାୟକତ୍ୱରେ ଟେଷ୍ଟରେ ବହୁତ ସଫଳ ରହିଛନ୍ତି। ସେ ସ୍ୱୀକାର କରିଛନ୍ତିକି ରୁଟ ଅଧିନାୟକତ୍ୱରେ ଇଂଲଣ୍ଡ ଟିମକୁ ନିରାଶ କରିଛନ୍ତି। ଉଡ଼ କହିଛନ୍ତି,”ମତେ ରୁଟଙ୍କ ପାଇଁ ଦୁଃଖ ଲାଗୁଛି, ତାଙ୍କ ଅଧିନାୟକତ୍ୱରେ ମୁଁ ବାସ୍ତବରେ ସଫଳ ହୋଇଛି। ରୁଟ ମତେ ମୌକା ଦେଇଥିଲେ, ମୁଁ ଆଘାତ ହେବା ପରେ ସେ ମୋ ସହିତ ସମ୍ପର୍କରେ ଥିଲେ। ଏପରି ଲାଗୁଛି କି ଆମେ ତାଙ୍କୁ ନିରାସ କରିଛୁ କାରଣ ସେ ପଦ ପାଇଁ ଏତେ ସବୁ କରିଛନ୍ତି ଯାହା ଲୋକ ଦେଖି ନାହାଁନ୍ତି”।

କିଛି ବି ଠିକ ହେଲା ନାହିଁ:

ଉଡ଼ ଆଗକୁ କହିଛନ୍ତି,”ସେ ମୋ ସହିତ ବ୍ୟାଟିଙ୍ଗରେ କାମ କରିଛନ୍ତି। ସେ ଏହାକୁ ସଠିକ କରିବା ସହିତ ବହୁତ କିଛି କରୁଥିଲେ। ସେ ଭଲ ପରିଣାମ ପାଇଁ ସବୁକିଛି କରୁଥିଲେ। କିନ୍ତୁ ପରିଣାମ ଭଲ ଆସିପାରିଲା ନାହିଁ ଓ ସେ ଶେଷରେ ଏପରି ନିସ୍ପତି ନେଲେ। ମତେ ତାଙ୍କର ଏହି ନିସ୍ପତି ଦ୍ଵାରା ଖୁସି ଅନୁଭବ ହେଉଛି କାରଣ ଏହା ଯଦି ତାଙ୍କ ପରିବାର ଉପରେ ପ୍ରଭାବ ପକାଉଥିଲା ଏହା ଉଚିତ ନୁହେଁ”।

Google
ରୁଟଙ୍କ ଅଧିନାୟକତ୍ୱରେ ସଫଳ ରହିଲେ ଉଡ଼:

ଜୋ ରୁଟଙ୍କ ଅଧିନାୟକତ୍ୱରେ ପ୍ରେସର ବୋଲର ମାର୍କ ଉଡ଼ ବହୁତ ସଫଳ ଅର୍ଜନ କରିଛନ୍ତି। ସେ ୧୭ ମ୍ୟାଚରେ ୫୫ ୱିକେଟ ନେଇଥିଲେ। ଏହି ସମୟରେ ତାଙ୍କର ଔସତ ୨୯.୯୪ ରହିଥିଲା। ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ସେ ଆହୁରି ସଫଳ ହୋଇପାରିଥାନ୍ତେ କିନ୍ତୁ କହଣୀ ଆଘାତ କାରଣରୁ ସେ ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ଯାଇପାରିନଥିଲେ। ଏହି ଆଘତ ଦ୍ଵାରା ସେ ଆଇପିଏଲ ୨୦୨୨ରେ ମଧ୍ୟ ଖେଳିପାରିନଥିଲେ। ଆଇପିଏଲ ୨୦୨୨ରେ ଲକ୍ଷନଉ ସୁପର ଜାଏଣ୍ଟସ ତାଙ୍କୁ ଟିମରେ ସାମିଲ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *