ଜୋ ରୁଟଙ୍କ ବିରଳ କୀର୍ତ୍ତିମାନ! ଆସେସର ଦ୍ୱିତୀୟ ମ୍ୟାଚରେ ଗାଭାସ୍କର ଏବଂ ସଚିନଙ୍କୁ ପକାଇଲେ ପଛରେ

ଇଂଲଣ୍ଡ ଅଧିନାୟକ ଜୋ ରୁଟ ଆସେସ ସିରିଜର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ପ୍ରଥମେ ସୁନୀଲ ଗାଭାସ୍କର ଓ ପରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ।

Google

କୌଣସି ବି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଏହି ସିଜନରେ ଟେଷ୍ଟରେ ୫୦୦ ରନ ପର୍ଯ୍ୟନ୍ତ ପହଁଚିପାରିନାହାନ୍ତି। ଜୋ ରୁଟ କିନ୍ତୁ ଏହି ସିଜନରେ ଟେଷ୍ଟରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି।

ଏହା ସହିତ ସେ କୌଣସି ଏକ ସିଜନରେ ସବୁଠୁ ଅଧିକ ରନ କରିଥିବା ଟପ ୫ ବ୍ୟାଟ୍ସମ୍ୟାନଙ୍କ ସୂଚୀରେ ସାମିଲ ହୋଇଯାଇଛନ୍ତି। ସେ ଏହି ମାମଲାରେ ସୁନୀଲ ଗାଭାସ୍କର ଓ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଛନ୍ତି।

ସଚିନ ଏକ ସିଜନରେ ଟେଷ୍ଟରେ ବର୍ଷ ୨୦୧୦ରେ ୧୫୬୨ ରନ କରିଥିଲେ। ଜୋ ରୁଟ ୧୫୬୩ ରନ କରି ତାଙ୍କ ଆଗକୁ ଚାଲିଯାଇଛନ୍ତି।

କୌଣସି ଏକ କ୍ୟାଲେଣ୍ଡର ବର୍ଷରେ ସବୁଠୁ ଅଧିକ ରନ କରିବା ଲିଷ୍ଟରେ ରୁଟ ପ୍ରଥମେ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇଲେ। ଯିଏକି ୧୯୭୯ ରେ ୧୫୪୯ ରନ କରିଥିଲେ ଓ ଅନେକ ବର୍ଷ ପର୍ଯ୍ୟନ୍ତ ୬ ନମ୍ବରରେ ରହିଥିଲେ।

ରୁଟ ଆଗକୁ ଯିବା ଦ୍ଵାରା ଗାଭସ୍କର ୭ ମ ଓ ସଚିନ ତେନ୍ଦୁଲକର ୬ ନମ୍ବର ସ୍ଥାନକୁ ଚାଲିଆସିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.