ଆସେସରେ ଉଭୟ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପାଇଁ ସବୁଠାରୁ ବଡ଼ ଟୁର୍ଣ୍ଣାମେଂଟ ଅଟେ। ଉଭୟ ଦଳ ନିଜ ନିଜର ବିଜୟ ପାଇଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥାନ୍ତି। ଏଥିମଧ୍ୟରେ ଚାଲିଥିବା ଆସେସ ଟ୍ରଫିର ଦ୍ଵିତୀୟ ମ୍ୟାଚକୁ ମଧ୍ୟ ଅଷ୍ଟ୍ରେଲିଆ ଅତି ସହଜରେ ଜିତି ନେଇଛି। ଏହାଦ୍ବାରା ଅଷ୍ଟ୍ରେଲିଆ ଏହି ସିରିଜରେ ୨-୦ ରେ ବିଜୟ ହାସଲ କରିଛି।

ଖରାପ ଏବଂ ଦୟନୀୟ ପ୍ରଦର୍ଶନ ପାଇଁ ସମାଲୋଚିତ ହେଉଥିବା ଇଂଲଣ୍ଡ ଦଳ ନିଜ ଲୟକୁ ଫେରିବାର ଅସମର୍ଥ ହୋଇଛି। ମାତ୍ର ଅଧିନାୟକ ଜୋ ରୁଟ ଏହି ମ୍ୟାଚରେ ଏକ ନୂତନ ରେକର୍ଡ ର ଅଧିକାରୀ ହୋଇଛନ୍ତି। ସେ ପୂର୍ବତନ ଅଧିନାୟକ ଅଲିଷ୍ଟର କୁକଙ୍କୁ ପଛରେ ପକାଇ ଇଂଲଣ୍ଡ ଦଳର ସର୍ବାଧିକ ରନ ସ୍କୋରର ହୋଇଯାଇଛନ୍ତି। ସେ ଏହି ମ୍ୟାଚରେ ପ୍ରଥମ ଇନିଂସରେ ୬୨ ରନ ଏବଂ ଦ୍ୱିତୀୟ ଇନିଂସରେ ୨୪ ରନ କରିଥିଲେ। ସେ ନିଜ ଦଳକୁ ବିଜୟୀ କରିପାରି ନଥିଲେ ମଧ୍ୟ ନିଜେ ଏକ ନୂତନ ରେକର୍ଡ ତିଆରି କରିଥିଲେ।
ଇଂଲଣ୍ଡର ଅଧିନାୟକଙ୍କ ସ୍କୋର ଲିଷ୍ଟ ଦେଖିଲେ , ଏଥିରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ବର୍ତ୍ତମାନର ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ। ସେ ୪୮୫୯ ରନ ସଂଗ୍ରହ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଲିଷ୍ଟର କୁକ ଏବଂ ସେ ନିଜ ଅଧିନାୟକ କାଳରେ ୪୮୪୪ ରନ ସଂଗ୍ରହ କରିଥିଲେ। ପୂର୍ବତନ ଅଧିନାୟକ ମାଈକ ଆର୍ଥଟନ ୩୮୧୫ ରନ ସହିତ ତୃତୀୟ ସ୍ଥାନରେ ଏବଂ ଗ୍ରାହମ ଗୁଚ ୩୫୮୨ ରନ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି। ୱାର୍ଲଡ଼ ଟେଷ୍ଟ ଚମ୍ପିୟାନସିପରେ ତାଙ୍କ ପ୍ରଦର୍ଶନ ଦର୍ଶନୀୟ ରହିଥିଲା। ସେ ଏଥିରେ ୨୦୦୦ ରୁ ଅଧିକ ରନ କରିବା ସହିତ ୨୦ ଟି ୱିକେଟ ମଧ୍ୟ ନେଇଥିଲେ।

ଅଧିନାୟକ ଜୋ ରୁଟଙ୍କ ଉତ୍ତମ ପ୍ରଦର୍ଶନ ସତ୍ତ୍ୱେ ଦଳ ଗତ ପ୍ରଦର୍ଶନ ଖରାପ ଥିବାରୁ ଇଂଲଣ୍ଡ ବାରମ୍ବାର ପରାଜିତ ହେଉଛି। ଗୋଟିଏ ବର୍ଷରେ ଏକ କ୍ୟାଲେଣ୍ଡରରେ ସର୍ବାଧିକ ରନ ଲିଷ୍ଟରେ ଗ୍ରୀମ ସ୍ମିଥଙ୍କ ନାମ ଏକ ନମ୍ବର ରେ ରହିଛି। ସେ ୨୦୦୮ ମସିହାରେ ୧୬୬୫ ରନ କରିଥିଲେ। ଦ୍ବିତୀୟ ସ୍ଥାନରେ ବର୍ତ୍ତମାନ ଅଧିନାୟକ ଜୋ ରୁଟ ପହଞ୍ଚି ସାରିଛନ୍ତି। ସେ ୨୦୨୧ ମସିହାରେ ୧୬୩୦ ରନ ସଂଗ୍ରହ କରିସାରିଛନ୍ତି। ଏହା ପୂର୍ବରୁ ୨୦୧୨ ରେ ମଇକେଲ କ୍ଲାର୍କ ୧୫୯୫ ରନ କରିଥିଲେ ଏବଂ ୨୦୦୫ ରେ ରିକି ପାଣ୍ଟିଙ୍ଗ ୧୫୪୪ ରନ କରିଥିଲେ। ତାଙ୍କ ତଳେ ବାଲ ସିଂପ୍ସନ ରହିଛନ୍ତି ଯିଏ କି ୧୯୬୪ ମସିହାରେ ୧୩୮୧ ରନ ସଂଗ୍ରହ କରିଥିଲେ।
ଚଳିତ ଆସେସ ଟ୍ରଫି ପୂର୍ବରୁ ଅଧିନାୟକ ଜୋ ରୁଟ ଶ୍ରୀଲଙ୍କା ବିପକ୍ଷରେ ଲଗାତାର ଦୁଇଟି ଶତକ ହାସଲ କରିଥିଲେ। ଭାରତ ଗସ୍ତ ସମୟରେ ମଧ୍ୟ ଭାରତ ବିପକ୍ଷରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଦର୍ଶନୀୟ ଥିଲା। ଇଂଲଣ୍ଡ ଦଳ ଆସେସରେ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ଦ୍ୱିତୀୟ ମ୍ୟାଚ ହରିଥିଲେ ମଧ୍ୟ ଅଧିନାୟକ ଜୋ ରୁଟ ନିଜର ସାମର୍ଥ୍ୟ ଜାରି ରଖିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।