IPL ମେଗା ଅକ୍ସନ କିଛି ଦିନ ହେବ ସାରିସାରିଛି। ମେଗା ଅକ୍ସନରେ ପୂର୍ବ ଦଳ ଗୁଡିକ ସହିତ ନୂତନ ଦୁଇଟି ଦଳ ସାମିଲ କରାଯାଇଛି। ଏହି ଦୁଇଟି ହେଉଛନ୍ତି ଲକ୍ଷନୌ ଏବଂ ଗୁଜୁରାଟ। ସମସ୍ତ ଦଶଟି ଦଳ ହାରାହାରି ୨୪ କିମ୍ବା ୨୫ ଜଣ ଖେଳାଳିଙ୍କୁ ନିଜ ଦଳରେ ରଖି ସାରିଛନ୍ତି। ମୁମ୍ବାଇ ଇଂଡିଆନ୍ସ ଅକ୍ସନରେ ନିଜ ମନ ମୁତାବକ ଖେଳାଳି ଚୟନ କରିସାରିଛି। ଟ୍ରେଣ୍ଟ ବୋଲଟଙ୍କୁ ଦଳରୁ ଛାଡି ମୁମ୍ବାଇ ସଂକଟରେ ଥିଲା। କିନ୍ତୁ ଇଂଲଣ୍ଡର ଘାତକ ବୋଲର ଜୋଫ୍ରା ଆର୍ଚ୍ଚରଙ୍କୁ କିଣିବା ପରେ ମୁମ୍ବାଇ ଇଂଡିଆନ୍ସ ପୁଣି ଅଧିକ ଶକ୍ତିଶାଳୀ ହୋଇ ଯାଇଛି।

ସୂଚନାଯୋଗ୍ୟ ଯେ ମୁମ୍ବାଇ ଆର୍ଚ୍ଚରଙ୍କୁ ୮ କୋଟିରେ କିଣିଥିଲା। ଏହା ପୂର୍ବରୁ ସେ ରାଜସ୍ଥାନରେ ରହିଥିଲେ ଏବଂ କିଛି ଇଂଜୁରି ପାଇଁ ଗତ ବର୍ଷ ଆଇପିଏଲର କିଛି ମ୍ୟାଚ ଖେଳିପାରି ନ ଥିଲେ। ସେଥିପାଇଁ ଜୋଫ୍ରା ଆର୍ଚ୍ଚର ୨୦୨୨ ଆଇପିଏଲ ସିଜିନ-୧୫ ଖେଳିବା ନେଇ ଆଶଙ୍କା ରହିଥିଲା। ସେଥିପାଇଁ ମୁମ୍ବାଇ ଦଳ ଆଗୁଆ ତାଙ୍କୁ ପରବର୍ତ୍ତୀ ସିଜିନ ପାଇଁ ରଖିଥିଲା।
ମାତ୍ର ଯାହା ଜଣାପଡୁଛି ଯେ, ଆର୍ଚ୍ଚର ଏହି ବର୍ଷ ହିଁ ପଡିଆକୁ ଓହ୍ଲାଇ ପାରନ୍ତି। କିଛି ଦିନ ତଳେ ଇଂଲଣ୍ଡ କ୍ରିକେଟ ବୋର୍ଡ କହିଛି ଯେ, ଜୋଫ୍ରା ଆର୍ଚ୍ଚର ଏବଂ ଓଲି ଷ୍ଟନ କିଛି ଦିନ ମଧ୍ୟର ଠିକ ହୋଇ ଯିବେ। ତେଣୁ ପରବର୍ତ୍ତୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଅଭ୍ୟାସ କରିବା ସମୟରେ ସେ ବୋଲିଂ ଅଭ୍ୟାସ କରିପାରନ୍ତି।
Jofra Archer & Trent Boult have effectively swapped IPL teams 🙅♂️
Which franchise has come off better in the exchange? 🤔#IPLAuction2022 #MumbaiIndians #RajasthanRoyals pic.twitter.com/bg5QdKhWfp
— Sport360° (@Sport360) February 20, 2022
ଏହି ଦୁଇ ଖେଳାଳୀ ଇଂଲଣ୍ଡ ଦଳରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସାମିଲ ନଥିଲେ ମଧ୍ୟ ସେମାନେ ଅଭ୍ୟାସ ସମୟରେ ବୋଲିଂ କରି ପାରିବେ। ଏହା ଦ୍ୱାରା ସେମାନଙ୍କୁ ବହୁତ ଲାଭ ହେବ। ଏହି ଖବର ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ଏବଂ ସମର୍ଥକଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି। ଯଦି ସେ ନିଜ ଇଂଜୁରିରୁ ଠିକ ହୋଇ ଯାଆନ୍ତି, ତେବେ ଆଇପିଏଲ ସିଜିନ-୧୫ ରେ ମୁମ୍ବାଇ ଦଳ ପକ୍ଷରୁ ବୁମରା-ଆର୍ଚ୍ଚରଙ୍କ ଯୋଡି ଦେଖିବାକୁ ମିଳିପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।