RR vs DC: ଦିଲ୍ଲୀ କ୍ୟାପିଟାଲସ ବିରୁଦ୍ଧରେ ବଟଲରଙ୍କ ଜବରଦସ୍ତ ବ୍ୟାଟିଂ! ଏହି IPL ରେ ହାସଲ କଲେ ୩ୟ ଶତକ!

ରାଜସ୍ଥାନର ଓପ୍ନର ଜୋସ ବଟଲର ଏହି IPL ରେ ସୁନ୍ଦର ଫର୍ମରେ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲସ ବିରୁଦ୍ଧରେ ୱାନଖେଡେରେ ଆଉ ଏକ ଶତକ ଲଗାଇଛନ୍ତି ବଟଲର। ଏହି IPL ସିଜିନରେ ତାଙ୍କର ଏହା ୩ୟ ଶତକ ଅଟେ। IPL କ୍ୟାରିଅରରେ ବଟଲରଙ୍କ ଏହି ଚତୁର୍ଥ ଶତକ। ସେ IPL ର ପୂର୍ବ ୮ଟି ପାରିରେ ୪ଟି ଶତକ ଲଗାଇଛନ୍ତି। ଇଂଲଣ୍ଡର ଏହି ବ୍ୟାଟ୍ସମାନ ୫୭ ବଲରେ ଶତକ ଲଗାଇଥିଲେ। ୨୦୨୧ ସିଜିନର ସେ ଗୋଟିଏ ଶତକ ଲଗାଇଥିଲେ।

ଆଗ ବ୍ୟାଟିଂ କରି ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୨୨୨ ରନ କରିଛି। ଜୋସ ବଟଲର ୬୫ ବଲରେ ୧୧୬ କରିଥିଲେ। ତାଙ୍କର ଏହି ପାରିରେ ୯ଟି ଚୌକା ଓ ୯ଟି ଛକା ସାମିଲ ଥିଲା। ପାଡିକଲ ୩୫ ବଲରେ ୫୪ କରିଥିଲେ। ସେ ୭ଟି ଚୌକା ଓ ୨ଟି ଛକା ଲଗାଇଥିଲେ।

Google

ସଂଜୁ ସାମସନ ୧୯ ବଲରେ ୪୬ କରିଥିଲେ। ସେ ନଟ ଆଉଟ ରହିଥିଲେ। ତାଙ୍କର ଏହି ପାରିରେ ୫ଟି ଚୌକା ଓ ୩ଟି ଛକା ଥିଲା। ଷ୍ଟ୍ରାଇକ ରେଟ ତାଙ୍କର ୨୪୨.୧୧ କରିଥିଲେ। ହେଟମେୟର ଗୋଟିଏ ବଲରେ ଗୋଟିଏ ରନ କରି ନଟ ଆଉଟ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *