ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତର ଦ୍ୱିତୀୟ ମ୍ୟାଚ ହାରିଲା। ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୩ ରନରେ ହରାଇଦେଇଛି। ଜୋସ ବଟଲରଙ୍କ ଶତକ ଦ୍ଵାରା ରାଜସ୍ଥାନ ମୁମ୍ବାଇକୁ ୧୯୪ ରନର ଲକ୍ଷ୍ୟ ଦେଇଥିଲା। ଲକ୍ଷ୍ୟର ପିଛା କରି ମୁମ୍ବାଇ ୨୦ ଓଭରରେ ୮ ୱିକେଟ ହରାଇ ୧୭୦ ରନ କରିପାରିଲା।

ଏହା ପୂର୍ବରୁ ରାଜସ୍ଥାନ ଜୋସ ବଟଲରଙ୍କ ସୁନ୍ଦର ଶତକ ଦ୍ଵାରା ୧୯୩ ରନ କରିଥିଲା। ମୁମ୍ବାଇ ପାଇଁ ବୁମରା ଓ ଟାଇମଲ ମିଲ୍ସ ୩-୩ ୱିକେଟ ନେଇଥିଲେ। ବଟଲର ୬୮ ବଲରେ ୧୧ ଟି ଚୌକା ଓ ୫ ଟି ଛକାଦ୍ଵାରା ୧୦୦ ରନ କରିଥିଲେ।ତାଙ୍କ ଛଡା ଅଧିନାୟକ ସଞ୍ଜୁସୈମସନ(୩୦), ହେଟମାୟର(୩୫) ରନର ଵିସ୍ପୋଟକ ପାରି ଖେଳିଥିଲେ। ବଟଲର ସୈମସନଙ୍କ ପାଇଁ ତୃତୀୟ ୱିକେଟ ପାଇଁ ୮୨ ରନ ଓ ଚତ୍ରୁର୍ଥ ୱିକେଟ ପାଇଁ ହେଟମାୟରଙ୍କ ସହ ୫୩ ରନର ପାର୍ଟନରସିପ କରିଥିଲେ।
ଟସ୍ ହାରିବା ପରେ ଆଗ ବ୍ୟାଟିଙ୍ଗ କରିବାକୁ ଆସି ବଟଲର ବୁମରା ଓ ମିଲ୍ସଙ୍କ ଦୁଇ ଓଭରରେ ଵିସ୍ପୋଟକ ବ୍ୟାଟିଙ୍ଗ କରିଥିଲେ। ବୁମରା ତୃତୀୟ ଓଭରରେ ୟସସ୍ୱି ଜୟସୱାଲ (୧)ଙ୍କୁ ଆଉଟ କରିଦେଇଥିଲେ। ଏହା ପରେ ମଧ୍ୟ ଜୋସ ବଟଲରଙ୍କୁ କୋୖଣସି ଫରକ ପଡିଲା ନାହିଁ। ସେ ଚତ୍ରୁର୍ଥ ଓଭରରେ ବୋଲିଙ୍ଗ କରିବାକୁ ଆସିଥିବା ବାସୀଲ ଥମ୍ପିଙ୍କ ଓଭରରେ ୨୬ ରନ ମାରିଥିଲେ।

ପାୱାର ପ୍ଲେର ଶେଷ ଓଭରରେ ଟାଇମଲ ମିଲ୍ସ ଦେବଦତ ପଡିକଲ(୭) ଙ୍କୁ ଆଉଟ କରିଦେଇଥିଲେ। ସେହି ସମୟରେ ରାଜସ୍ଥାନର ସ୍କୋର ୨ ୱିକେଟରେ ୪୮ ରନ ଥିଲା।
ଏହା ପରେ ସାମସନ ଓ ବଟଲର ପାରିକୁ ସମ୍ଭାଳିଲେ ଓ ମୁମ୍ବାଇ ବିରୁଦ୍ଧରେ ଆକ୍ରାମକ ଶର୍ଟ ଖେଳିବା ଆରମ୍ଭ କଲେ। ୧୦ ତମ ଓଭରରେ ସାମସନ ଛକା ମାରି ନିଜ ହାତ ଖୋଲିଥିଲେ।
2 wins in a row for @rajasthanroyals as they beat Mumbai Indians by 23 runs ??
Scorecard ➡️ https://t.co/VsJIgyi126 #MIvRR #TATAIPL pic.twitter.com/LyxNwkv7ty
— IndianPremierLeague (@IPL) April 2, 2022
୧୧ ତମ ଓଭରରେ ମୁରଗନ ଅଶ୍ୱିନୀଙ୍କ ଏହି ଓଭରରେ ବଟଲର ଓ ସୈମସନ ୨୧ ରନ ମାରି ଟିମର ସ୍କୋର ୧୦୦ ରନ ପାର କରିଥିଲେ।କାୟରନ ପୋଲାଡ଼ ୧୫ ତମ ଓଭରରେ ଦ୍ୱିତୀୟ ବଲରେ ସୈମସନଙ୍କୁ ଆଉଟ କରିଦେଇଥିଲେ।ଏହା ପରେ ହେଟମାୟର ୧୭ ତମ ଓଭରରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇ ପୋଲାଡ଼ଙ୍କ ଗୋଟେ ଓଭରରେ ୨୬ ରନ ମାରିଲେ।ସେ ମିଲ୍ସଙ୍କ ପର ଓଭରରେ ମଧ୍ୟ ଛକା ଚୌକା ମାରିଲେ।
ବଟଲର ୧୯ ତମ ଓଭରର ପ୍ରଥମ ବଲରେ ସିଙ୍ଗଲ ନେଇ ୬୬ ବଲରେ ଆଇପିଏଲ କ୍ୟାରିଅରର ଦ୍ୱିତୀୟଶତକ ପୁରା କରିଥିଲେ। ଏହା ପରେ ବୁମରା ଆଗାମୀ ବଲରେ ହେଟମାୟର ଓ ବଟଲରଙ୍କୁ ଆଉଟ କରିଦେଲେ।ବମିଲ୍ସଶେଷ ଓଭରରେ ନବଦୀପ ସୈନି (୨) ଓ ରିୟାନ ପରାଗ (୫)ଙ୍କୁ ଆଉଟ କରି ରାଜସ୍ଥାନକୁ ୨୦୦ ପୁର୍ବରୁ ଅଟକାଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।