ଇଂଲଣ୍ଡ ଦଳ ରଚିଲେ ଇତିହାସ। ଦିନିକିଆ କ୍ରିକେଟ ମ୍ୟାଚରେ ରଚିଲେ ଇତିହାସ। ପୂର୍ବରୁ ତାଙ୍କରି ଦଳ ନାମରେ ଥିଲା ରେକର୍ଡ ଏବଂ ସେହି ରେକର୍ଡକୁ ଫୁଣିଥରେ ଭାଙ୍ଗିଛନ୍ତି ଇଂଲଣ୍ଡ ଦଳ। ପୂର୍ବରୁ ଏକଦିବସୀୟ ମ୍ୟାଚରେ ୪୮୧ ରନ ଇଂଲଣ୍ଡ ଦଳ ନାମରେ ଥିଲା ଏବଂ ପୁନଶ୍ଚ ୪୯୮ ରନ କରି ସେ ନୂଆ ରେକର୍ଡ ତିଆରି କରିଛନ୍ତି। ନେଦରଲ୍ୟାଣ୍ଡ ଦଳ ବିରୁଦ୍ଧରେ ସେ କରିଛନ୍ତି ୪୯୮ ରନ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ବିରୁଦ୍ଧରେ କରିଥିଲେ ୪୮୧ ରନ।

ସେ ଏହି ରନ କରିଥିଲେ ଯେତେବେଳେ ତାଙ୍କର ପ୍ରଥମ ବ୍ୟାଟ୍ସମ୍ୟାନ ୧ ରନ କରି ଆଉଟ ହେଇଯାଇଥିଲା। ତାପରେ ଶଲ୍ଟ କରିଥିଲେ ୯୩ ବଲରେ ୧୨୨, ଡେଭିଡ ମଲାନ କରିଥିଲେ ୧୦୯ ବଲରେ ୧୨୫ ତାପରେ ବଟଲର କରିଥିଲେ ୭୦ ବଲରେ ୧୬୨ ଏବଂ ଲିଭିଙ୍ଗଷ୍ଟୋନ କରିଥିଲେ ୨୨ ବଲ ରେ ୬୬। ଏହି ଖେଳ ଦେଖି ଦଳ ଏହି ବର୍ଷ ହେବାକୁ ଯାଉଥିବା ଟି-୨୦ ୱାଲ୍ଡକପ ଜିତିବା ଭଳି ଦେଖାଯାଉଛି ଇଂଲଣ୍ଡ ଦଳ। କାରଣ ଏହି ମ୍ୟାଚରେ ୩ଟି ବ୍ୟାଟ୍ସମ୍ୟାନ ଶତକ ଏବଂ ଗୋଟେ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିଛନ୍ତି।
ଇଂଲଣ୍ଡ ଦଳ ୫ ଥର ୪୦୦ ଉପରକୁ ରନ କରିସାରିଲାଣି ଏହା ପୂର୍ବରୁ ଭାରତ ଯେ କି ଏକୁଟିଆ ଦଳ ଯିଏ ୫ଥର ୪୦୦ ରୁ ଅଧିକ ରନ କରିଥିଲେ। ଏବଂ ଏହି ରନ କଲା ବେଳେ ବଟଲର ଲଗାଇଛନ୍ତି ୧୪ଟି ଛକା, ମଲାନ ଲଗାଇଛନ୍ତି ୩ଟି ଛକା ଏବଂ ଲିଭିଙ୍ଗଷ୍ଟୋନ ଲଗାଇଛନ୍ତି ୬ଟି ଛକା ଏବଂ ଶଲ୍ଟଙ୍କ ୩ଟି ତ ସମୁଦାୟ ୨୬ଟି ଛକା ଇଂଲଣ୍ଡ ଦଳ ଲଗାଇଛି। ଏହି ରନ କରିବା ସମୟରେ ଦଳ ୨୬ଟି ଛକା ଲଗାଇ ୫୦ ଓଭରରେ ୪ଟି ୱିକେଟ ହରାଇ ୪୯୮ ରନ ନେଦରଲ୍ୟାଣ୍ଡ ବିରୁଦ୍ଧରେ କରିଥିଲା।
Jos Buttler now has the second and third-fastest ODI 150s of all time 💪
An unbelievable player. pic.twitter.com/NhZCXxZ696
— ESPNcricinfo (@ESPNcricinfo) June 17, 2022
ଏବେ ଏହି ଦେଶର ଖେଳାଳି ମାନେ ଦେଖାଇଦେବାକୁ ଚାହୁଛନ୍ତି ଅନ୍ୟ ଖେଳାଳି ମାନଙ୍କୁ ଯେ କିପରି ଏକଦିବସୀୟ ଏବଂ ଟି-୨୦ ଖେଳାଯାଏ ଏବଂ ସେ ଦେଖେଇବାକୁ ଚାହୁଁଛନ୍ତି ଯେ କେଉଁପରି ଏହି ଖେଳରେ ବ୍ୟାଟିଂ କରାଯାଏ। ବଟଲର ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ରନ କରିଛନ୍ତି। ଏହି ଇଂଲଣ୍ଡ ଦଳରେ ଖେଳୁଥିବା ଖେଳାଳି ମାନଙ୍କ ଖେଳ ଦେଖି ଜଣାପଡୁଛି ଯେ ଏମାନେ ଏହି ବର୍ଷ ଟି-୨୦ ୱାଲ୍ଡକପ ଜିତିବାର ପୁରା କ୍ଷମତା ରଖିଛନ୍ତି। ତେବେ ଇଂଲଣ୍ଡ ଦଳର ଜବରଦସ୍ତ ପ୍ରଦର୍ଶନ ହୋଇଛି। ବଟଲର IPL ରେ ଏହି ବର୍ଷ ଅରେଞ୍ଜ କ୍ୟାପ ଜିତିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।