ବ୍ୟୁରୋ ରିପୋର୍ଟ: ଜବରଦସ୍ତ ଫର୍ମରେ ଜୋସ ବଟଲର। IPL 2022 ରେ ଜିତିଥିଲେ ଅରେଞ୍ଜ କ୍ୟାପ। ନେଦରଲ୍ୟାଣ୍ଡ ବିପକ୍ଷରେ ଆକର୍ଷଣୀୟ ବ୍ୟାଟିଂ କରି ମ୍ୟାଚ ଜିତାଇବାରେ ମୂଖ୍ୟ ଭୂମିକାଙ୍କ ଜଣେ ଥିଲେ ବଟଲର। ୮୬ ରନର ନଟ ଆଉଟ ପାରି ସେ ୩ୟ ଦିନିକିଆରେ ଖେଳିଥିଲେ।

ଇଂଲଣ୍ଡ ନେଦରଲ୍ୟାଣ୍ଡକୁ ୩-୦ ରେ ହରାଇ ସିରିଜ ଜିତିଛି। ତେବେ ଏହି ମ୍ୟାଚରେ ଜୋସ ଏକ ଜବରଦସ୍ତ ଛକା ଲଗାଇଥିଲେ। ଯାହାକୁ ସେ କ୍ରିଜ ଠୁ ଦୂରକୁ ଯାଇ ଲଗାଇଥିଲେ ଏହି ଛକା। ଆଗ ବ୍ୟାଟିଂ କରି ୩ୟ ODI ରେ ନେଦରଲ୍ୟାଣ୍ଡ କରିଥିଲା ୨୪୪ ରନ। ତେବେ ଇଂଲଣ୍ଡ ପକ୍ଷରୁ ଦମଦାର ବ୍ୟାଟିଂ କରିଥିଲେ ଜୋସ ବଟଲର। ସେ ୬୪ ବଲରେ ୮୬ କରିଥିଲେ। ୭ଟି ଚୌକା ଓ ୫ଟି ଛକା ଏଥିରେ ଥିଲା ସାମିଲ।
ତେବେ ନେଦରଲ୍ୟାଣ୍ଡ ବିରୁଦ୍ଧ ସିରିଜରେ ଜୋସ ବଟଲର ପ୍ଲେୟର ଅଫ ଦି ସିରିଜ ହୋଇଥିଲେ। ସେ ୨ଟି ପାରିରେ ୨୪୮ ବନାଇଥିଲେ। ମୋଟ ୧୯ ଟି ଛକା ଓ ୧୪ ଟି ଚୌକା ଲଗାଇଥିଲେ। ଦେଖନ୍ତୁ ତଳେ ଦିଆଯାଇଥିବା ଭିଡିଓ। ତେବେ ସେ ସୁନ୍ଦର ଫର୍ମରେ ଅଛନ୍ତି। IPL 2022 ରେ ସବୁଠୁ ଅଧିକ ରନ ସେ ବନାଇଥିଲେ ଓ ଅରେଞ୍ଜ କ୍ୟାପ ଜିତିଥିଲେ।
🤣🤣🤣🤣🤣🤣 pic.twitter.com/SYVCmHr2iD
— Sachin (@Sachin72342594) June 22, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।