ଟି-୨୦ ବିଶ୍ୱକପ ଫାଇନାଲ: ଫାଇନାଲ ମ୍ୟାଚ ହାରିବା ପରେ କ୍ୟାପଟେନ ୱିଲିୟମସନ କହିଲେ ଏମିତି, ପଢନ୍ତୁ ପୁରା ଖବର

ମିଚେଲ ମାର୍ସ ଓ ଡେଭିଡ ୱାରନରଙ୍କ ସୁନ୍ଦର ଅର୍ଦ୍ଧଶତକ ଦ୍ଵାରା ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇ ପ୍ରଥମ ଥର ଟି-୨୦ ବିଶ୍ୱକପ ଟ୍ରଫି ଜିତିଛି। ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନଙ୍କ ୪୮ ବଲରେ ୮୫ ରନର ପାରି ଦ୍ଵାରା ୨୦ ଓଭରରେ ୪ ଟି ୱିକେଟ ହରାଇ ୧୭୨ ରନ କରିଥିଲେ। ଜବାବରେ ବଡ଼ ମ୍ୟାଚର ଖେଳାଳି ୱାରନର ୫୩ ଓ ମିଚେଲ ମାର୍ସ ୭୭ ରନ କରିଥିଲେ ଯାହା ଦ୍ୱାରା ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ଜିତିଯାଇଥିଲା। ଦୁଇ ବର୍ଷ ପୂର୍ବେ ଦିନିକିଆ ବିଶ୍ୱକପର ଫାଇନାଲ ଠୁ ହାରିଥିବା ନ୍ୟୁଜିଲ୍ୟାଣ୍ଡ ପୁଣି ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆ ହାତରୁ ହାରି ଉପବିଜେତା ରହିଯାଇଛି। ମାର୍ସ ଓ ୱାରନରଙ୍କ ପାରି ୱିଲିୟମସନଙ୍କ ବ୍ୟାଟିଙ୍ଗ ଉପରେ ଭାରି ପଡିଲା।

Google

ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କହିଲେ,”ଆମକୁ ଲାଗିଲା କି ଏହି ସ୍କୋର ବହୁତ ଭଲ କିନ୍ତୁ ଅଷ୍ଟ୍ରେଲିଆ ବହୁତ ସୁନ୍ଦର ଭାବେ ଏହାର ପିଛା କରିଥିଲେ। ସେ ବହୁତ ଭଲ ଟିମ ଓ ପୁରା ଟୁର୍ଣ୍ଣାମେଣ୍ଟରେ ସେ ଭଲ ପ୍ରଦର୍ଶନ କରିଥିଲା”। ଏହା ପଚରାଯିବା ଦ୍ଵାରାକି କଣ ସ୍କୋର ପର୍ଯ୍ୟାପ୍ତ ଥିଲା ସେ କହିଥିଲେ,”କହିହେବ ନାହିଁ କିନ୍ତୁ ଆମକୁ ଏପରି ହିଁ ଲାଗିଥିଲା। ଆମେ ଅଧିକ ପଛରେ ନଥିଲୁ କିନ୍ତୁ ଅଷ୍ଟ୍ରେଲିଆ ଆମକୁ ଅଧିକ ମୌକା ଦେଲାନାହିଁ।ଏହା ପରେ ମଧ୍ୟ ମତେ ଟିମ ଉପରେ ଗର୍ବ ଅନୁଭବ ହେଉଛି”।

ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ କହିଛନ୍ତି,”ପ୍ରଥମ ଥର ଟି-୨୦ ବିଶ୍ୱକପ ଜିତିବାରୁ ଗର୍ବ ଅନୁଭବ ହେଉଛି। ପୁରା ଟୁର୍ଣ୍ଣାମେଣ୍ଟରେ ଟିମ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଲୋକ ଆମ ଉପରେ ବିଶ୍ୱାସ ରଖିନଥିଲେ କିନ୍ତୁ ଆମେ ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲୁ”। ସେ କହିଛନ୍ତି,”ମୋ ହିସାବରେ ଏଡ଼ମ ଜାମ୍ପା ଟୁର୍ଣ୍ଣାମେଣ୍ଟରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ଭଲ ବୋଲିଙ୍ଗ କରି ବଡ଼ ୱିକେଟ ନେଇଛନ୍ତି। ମିଚେଲ ମାର୍ସ ପ୍ରଥମ ବଲରୁ ହିଁ ବିପକ୍ଷ ଉପରେ ଚାପ ପକାଇଲେ। ମାଥୟୁ ବେଡ଼ ସେମିଫାଇନାଲରେ ଷ୍ଟୋଇନିକ୍ସଙ୍କ ସହିତ ମିଶି କମାଲ କରିଥିଲେ”।

Google

ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିବା ମିଚେଲ ମାର୍ସ କହିଛନ୍ତି,”ମୁଁ ଫାଇନାଲରେ ଟିମକୁ ଯୋଗଦାନ ଦେବାକୁ ଚାହୁଁଥିଲି ଓ ଖୁସି ଅଛିକି ଏପରି ହେଲା। ମୁଁ ଟିମକୁ ଯେଉଁପରି ଯୋଗଦାନ ଦେବାକୁ ଚାହୁଁଥିଲି ସେପରି ହୋଇଛି ଓ ଖୁସି ବିଷୟରେ ମୁଁ ଶବ୍ଦରେ କହିପାରିବି ନାହିଁ। ୱେଷ୍ଟଇଣ୍ଡିଜରେ କୋଚିଙ୍ଗ ଷ୍ଟାପ ମତେ କହିଥିଲେକି ମୁଁ ଟି-୨୦ ବିଶ୍ୱକପରେ ତିନି ନମ୍ବରରେ ବ୍ୟାଟିଙ୍ଗ କରିବି ଓ ମୁଁ ଏହାକୁ ସ୍ୱୀକାର କରିଥିଲି”।

ଅଳ୍ପ ଦିନ ତଳେ ଆଇପିଏଲ ଟିମର ଅଧିନାୟକ ପଦ ଓ ପରେ ଚୂଡାନ୍ତ ଏକାଦଶରୁ ବାହାରିଯାଇଥିବା ଡେଭିଡ ୱାନରଙ୍କୁ ଏହି ଟି-୨୦ ବିଶ୍ୱକପରେ ପ୍ଲେୟାର ଅଫ ଦି ସିରିଜ ଟ୍ରଫି ମିଳିଛି। ସେ କହିଛନ୍ତି,”ମତେ ସବୁବେଳେ ନିଜ ଉପରେ ଭରସା ଥିଲା ଓ ଏଥିପାଇଁ ମୁଁ ବହୁତ ଅଭ୍ୟାସ କରିଥିଲି। ଏହି ଟିମ ଏକ ବହୁତ ଭଲ ଟିମ ଅଟେ। ମୁଁ ଏକ ଭଲ ସ୍କୋର କରିବାକୁ ଚାହୁଁଥିଲି ଓ ମୁଁ ଖୁସି ଅଛିକି ମୁଁ ଏପରି କରିପାରିଲି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *