ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ହାଇଦ୍ରାବାଦକୁ ଶେଷ ଲିଗ ମ୍ୟାଚରେ ନିଜର ନିୟମିତ ଅଧିନାୟକଙ୍କ ବିନା ହିଁ ଖେଳିବାକୁ ଓହ୍ଲାଇବା ପାଇଁ ପଡିବ। କେନ ୱିଲିୟମସନ ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି ଯେଉଁଥିପାଇଁ ସେ ସ୍ୱଦେଶ ଫେରିଯାଇଛନ୍ତି। ଏହା ନିଜେ ସନରାଇଜର୍ସ ହାଇଦ୍ରାବାଦ କହିଛି। ମଙ୍ଗଳବାରକୁ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ଖେଳିଥିବା ମ୍ୟାଚରେ ହାଇଦ୍ରାବାଦ ଜିତିଥିଲା। ଏବେ ହାଇଦ୍ରାବାଦ ନିଜ ଶେଷ ଲିଗ ମ୍ୟାଚ ୨୨ ମଇକୁ ପଞ୍ଜାଵ କିଙ୍ଗସ ବିରୁଦ୍ଧରେ ଖେଳିବାର ଅଛି। ତାହା ଆଇପିଏଲ ୨୦୨୨ର ଶେଷ ଲିଗ ମ୍ୟାଚ ଅଟେ।
Kane Williamson pic.twitter.com/v1LAUS7WIF
— RVCJ Media (@RVCJ_FB) May 18, 2022
ସନରାଇଜର୍ସ ହାଇଦ୍ରାବାଦ ନିଜେ କେନ ଶେଷ ମ୍ୟାଚରେ ଉପଲବ୍ଧ ରହିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ଟିମ ନିଜ ଅଧିକାରୀକ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି,”ଆମ ଅଧିନାୟକ ନିଜ ପରିବାରର ନୂତନ ସଦସ୍ୟଙ୍କ ସହ ଯୋଡି ହେବା ପାଇଁ ନ୍ୟୁଜିଲାଣ୍ଡ ଚାଲିଯାଇଛନ୍ତି। ହାଇଦ୍ରାବାଦ ଟିମର ସବୁ ସସଦ୍ୟ କେନଙ୍କ ପତ୍ନୀଙ୍କର ସୁରକ୍ଷିତ ଡେଲିଭରି ହେଉବୋଲି ପାର୍ଥନା କରୁଛନ୍ତି”।
ପ୍ଲେ ଅଫରେ ପହଁଚିବା କଷ୍ଟକର:
୧୭ ମଇକୁ ହାଇଦ୍ରାବାଦ ଟିମ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ରନରେ ହରାଇ ପ୍ଲେ ଅଫରେ ପହଁଚିବା ଆଶାକୁ ବଜାଇ ରଖିଛି ସତ କିନ୍ତୁ ଟିମ ପ୍ଲେ ଅଫରେ ପହଁଚିବା ବହୁତ କଷ୍ଟକର। ଟିମର ନେଟ ରନରେଟ ବହୁତ କମ ଅଛି ତେଣୁ ଯଦି ପଞ୍ଜାଵ କିଙ୍ଗସ ଜିତିଯିବ ତେବେ ହାଇଦ୍ରାବାଦ ପ୍ଲେ ଅଫରୁ ସିଧା ବାହାର ହୋଇଯିବ। ୱିଲିୟମସନଙ୍କ ଅଧିନାୟକତ୍ୱରେ ଟିମ ଏହି ସିଜନରେ ୧୩ ମ୍ୟାଚରୁ ୬ ଟି ମ୍ୟାଚ ଜିତି ୧୨ ଅଙ୍କ ହାସଲ କରିଛି। ଏବେ ଟିମ ଅଙ୍କ ତାଲିକାରେ ଅଷ୍ଟମ ସ୍ଥାନରେ ଅଛି।
Kane Williamson will miss the final game of SRH due to birth of his child. He's gone back to New Zealand.
— Mufaddal Vohra (@mufaddal_vohra) May 18, 2022
ଅସଫଳ ରହିଛନ୍ତି ୱିଲିୟମସନ:
ଆଇପିଏଲ ୨୦୨୨ରେ ୱିଲିୟମସନ ବ୍ୟାଟିଙ୍ଗରେ ଖାସ ପ୍ରଦର୍ଶନ କରିପାରିନାହାଁନ୍ତି। ହାଇଦ୍ରାବାଦର ଆଶା ଥିଲା କି ୱିଲିୟମସନ ଭଲ ପ୍ରଦର୍ଶନ କରିବେ କିନ୍ତୁ ସେ ୧୩ ଟି ମ୍ୟାଚରେ ମାତ୍ର ୨୧୬ ରନ ହିଁ କରିଛନ୍ତି। ସେ ଏହି ସିଜନରେ ମାତ୍ର ଗୋଟେ ଅର୍ଦ୍ଧଶତକ ମାରିଛି। ତାଙ୍କ ଏହି ଖରାପ ପ୍ରଦର୍ଶନ ଦ୍ଵାରା ଟିମ ପାଇଁ ପ୍ଲେ ଅଫରେ ପହଁଚିବା ପାଖାପାଖି ଶେଷ ହୋଇଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।