ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ପଞ୍ଚମ ଦିନ ୨୯ ମାର୍ଚ୍ଚକୁ ହାଇଦ୍ରାବାଦ ଓ ରାଜସ୍ଥାନ ମଧ୍ୟରେ ପୁନେର ଏମସିଏ ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚରେ ରାଜସ୍ଥାନ ସୁନ୍ଦର ପ୍ରଦର୍ଶନ କରି ହାଇଦ୍ରାବାଦକୁ ୬୧ ରନରେ ହରାଇଦେଲା। ଏହା ଏକ ଏପରି ମ୍ୟାଚ ଥିଲା ଯାହା ହାଇଦ୍ରାବାଦକୁ ଡବଲ ମାଡ଼ ଦେଇଛି। ପ୍ରଥମେ ଟିମ ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ ହାରିଲା ଓ ପରେ ଅଧିନାୟକ କେନ ୱିଲିୟମସନଙ୍କ ଉପରେ ୧୨ ଲକ୍ଷର ଜୋରିମାନା ଲାଗିଲା।

ସନରାଇଜର୍ସ ହାଇଦ୍ରାବାଦ ଉପରେ ଏହି ଜୋରିମାନା ରାଜସ୍ଥାନ ରୟାଲ୍ସ ବିରୁଦ୍ଧରେ ଖେଳାଯାଇଥିବା ମ୍ୟାଚ ପରେ ଲଗାଗଲା। ହାଇଦ୍ରାବାଦ ସ୍ଲୋ ଓଭର କରୁଥିବା ଯୋଗୁ ଏହି ଜୋରିମାନା ଲାଗିଛି। ରାଜସ୍ଥାନ ସହ ହୋଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ଟିମ ନିର୍ଧାରିତ ସମୟରେ ଓଭର ପୁରା କରିବାରେ ଅସଫଳ ରହିଥିଲା। ନିୟମ ଅନୁସାରେ ଯେବେ କୌଣସି ଟିମ ନିର୍ଧାରିତ ସମୟରେ ଓଭର ଶେଷ ନକରିଥାଏ ତା ଉପରେ ଜୋରିମାନା ଲଗାଯାଇଥାଏ।
ୱିଲିୟମସନଙ୍କ ଉପରେ ଲାଗିଲା ୧୨ ଲକ୍ଷର ଜୋରିମାନା:
ଆଇପିଏଲ ୨୦୨୨ରେ ଏହା ନ୍ୟୁନତମ ଓଭର ରେଟ ଅପରାଧର ସମ୍ବଧିତ ଆଇପିଏଲର ଆଚାର ସଂହିତାର ଉଲଘଂନର ଏହାପ୍ରଥମ ମାମଲା ଅଟେ। ଯାହା ଦ୍ୱାରା ସନରାଉଜର୍ସ ହାଇଦ୍ରାବାଦର ଅଧିନାୟକ କେନ ୱିଲିୟମସନଙ୍କ ଉପରେ ଜୋରିମାନା ଲାଗିଲା।

ରାଜସ୍ଥାନ ରୟାଲ୍ସ ୬୧ ରନରେ ଜିତିଲା ମ୍ୟାଚ:
ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରି ୬ ୱିକେଟ ହରାଇ ୨୧୦ ରନ କରିଥିଲା। ସଞ୍ଜୁ ସାମସନ ୫୫ ରନର ପାରି ଖେଳିଥିଲେ। ତାଙ୍କ ଛଡା ଦେବଦତ ପଡିକଲ ୪୧,ଜୋସ ବଟଲର ୩୫,ଓ ସିମରାନ ହେଟମାୟର ୩୨ ରନର ନଟଆଉଟ ପାରି ଖେଳିଥିଲେ। ୨୧୧ ରନର ଲକ୍ଷର ପିଛା କରିବାକୁ ଓହ୍ଲାଇଥିବା ହାଇଦ୍ରାବାଦ ଟିମ ୨୦ ଓଭରରେ ୭ ୱିକେଟରେ ୧୪୯ ରନ କରିଥିଲା। ହାଇଦ୍ରାବାଦ ପାଇଁ ଆଡ଼ମ ମାର୍କରମ ସବୁଠୁ ଅଧିକ ୫୭ ରନ କରିଥିଲେ। ତାଙ୍କ ଛଡା ୱାସିଙ୍ଗଟନ ସୁନ୍ଦର ୪୦ ରନର ପାରି ଖେଳିଥିଲେ। ରୟାଲ୍ସ ପାଇଁ ୟୁଜବେନ୍ଦ୍ର ଚହଲ ୩ ଟି ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।
Just wait and watch CSK is Superstar ???????