ବ୍ୟୁରୋ ରିପୋର୍ଟ: ଭାରତୀୟ ଅଫସ୍ପିନର ଆର ଅଶ୍ୱିନୀ ରବିବାରକୁ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ଭାରତୀୟ ସଫଳ ବୋଲର ହୋଇଯାଇଛନ୍ତି। ସେ ମହାନ ଅଲରାଉଣ୍ଡର ପୂର୍ଵ ଅଧିନାୟକ କପିଲ ଦେବଙ୍କୁ ପଛରେ ପକାଇଦେଇଛନ୍ତି। ଭାରତୀୟ ଟିମ ଶ୍ରୀଲଙ୍କା ବିରୁଦ୍ଧରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚକୁ ଗୋଟେ ପାରି ୨୨୨ ରନରେ ବିଜୟ ହାସଲ କରିଛି। ଅଶ୍ୱିନୀ ଏହି ମ୍ୟାଚରେ ୬ ଟି ୱିକେଟ ନେଲେ ଓ କପିଲ ଦେବଙ୍କୁ ପଛରେ ପକାଇଦେଇଥିଲେ।

ଅଶ୍ୱିନୀ ମ୍ୟାଚ ପରେ କହିଛନ୍ତି ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମ ଟେଷ୍ଟ ମ୍ୟାଚରେ ୱିକେଟ ନେବାସହଜ ନଥିଲା। ଏଥିପାଇଁ ତାଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ କଡା ବୋଲିଙ୍ଗ କରିବାକୁ ପଡିଲା। ନିଜର ୮୫ ତମ ଟେଷ୍ଟ ମ୍ୟାଚରେ ୩୫ ବର୍ଷୀୟ ଅଶ୍ୱିନୀ ଶ୍ରୀଲଙ୍କାର ଦ୍ୱିତୀୟ ପାରିରେ ଚରିତ ଅସାଲଙ୍କାଙ୍କୁ ଆଉଟ କରି କପିଲ ଦେବଙ୍କ ୪୩୪ ୱିକେଟର ରେକର୍ଡକୁ ପଛରେ ପକାଇଦେଇଥିଲେ।

୩୫ ବର୍ଷୀୟ ଅଶ୍ୱିନୀ କହିଛନ୍ତି ସେ ଯେବେ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ ସେ କେବେ ଭାବିନଥିଲେ କି ସେ ମହାନ କ୍ରିକେଟର କପିଲ ଦେବଙ୍କୁ ଟେଷ୍ଟ ୱିକେଟରେ ପଛରେ ପକାଇଦେବେ। ସେ ଏହା ମଧ୍ୟ କହିଛନ୍ତି ଖେଳ ଯାହା ତାଙ୍କୁଦେଇଛି ସେ ଏହା ପାଇଁ ଚିରରୁଣୀ। ଅଶ୍ୱିନୀ ସୋସିଆଲ ମିଡ଼ିଆରେ ଏକ ସେୟାର କରି କହିଛନ୍ତି ସେ ୨୮ ବର୍ଷ ପୂର୍ବରୁ କପିଲ ଦେବଙ୍କ ପାଇଁ ଚିୟର କରୁଥିଲେ।

କପିଲ ଦେବ ୪୩୪ ୱିକେଟ ୧୩୧ ଟି ମ୍ୟାଚରେ ହାସଲ କରିଥିଲେ। ଏହି ସୁଚିରେ ମହାନ କ୍ରିକେଟର ଅନୀଲ କୁମ୍ବଲେ ୬୧୯ ୱିକେଟ ସହିତ ଶୀର୍ଷରେ ଅଛନ୍ତି ସେ ଏଥିପାଇଁ ୧୩୨ ଟି ମ୍ୟାଚ ଖେଳିଥିଲେ। ଅଶ୍ୱିନୀ ଅଲରାଉଣ୍ଡର ଜାଡେଜାଙ୍କ ଏହି ବିଜୟୀ ପ୍ରଦର୍ଶନ ପାଇଁ ପ୍ରଶଂସା କରି କହିଛନ୍ତି,”ମତେ ଲାଗୁଛି କି ସେ ପୂର୍ଵ ୪-୫ ବର୍ଷରେ ବହୁତ ଆଗକୁ ଯାଇଛନ୍ତି। ମତେ ଲାଗୁଛିକି ଯେଉଁ ନମ୍ବରରେ ସେ ବ୍ୟାଟିଙ୍ଗ କରୁଛନ୍ତି ତାହା ବହୁତ ତଳ ଅଟେ ତାଙ୍କୁ ଆଉ ଆଗରୁ ବ୍ୟାଟିଙ୍ଗ ଦେବା ଉଚିତ। ଏହା ତାଙ୍କ ବ୍ୟାଟିଙ୍ଗରୁ ହିଁ ଜଣାପଡୁଛି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।