ବଡ଼ ଖବର: କୋହଲି ଏବଂ ଶାସ୍ତ୍ରୀଙ୍କ ପିରିୟଡ଼କୁ ନେଇ କପିଲ ଦେବଙ୍କ ବଡ଼ ବୟାନ, ୧୦୦ ରୁ ଦେଲେ ଏତିକି ନମ୍ବର..

ଆଇସିସି ଟି-୨୦ ବିଶ୍ୱକପ ୨୦୨୧ ସରିବା ପରେ ଭାରତୀୟ କ୍ରିକେଟରେ ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କ ପିରିୟଡ଼ ମଧ୍ୟ ଶେଷ ହୋଇଯାଇଛି। ଶାସ୍ତ୍ରୀଙ୍କ ଜାଗାରେ ନୂଆ କୋଚ ରାହୁଲ ଦ୍ରାଭିଡ ହୋଇଥିବା ବେଳେ ବିରାଟ କୋହଲିଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଟି-୨୦ରେ ନୂଆ ଅଧିନାୟକ କରାଯାଇଛି। କୋହଲି ଓ ଶାସ୍ତ୍ରୀ ବର୍ଷ ୨୦୧୭ରୁ ଚାରିବର୍ଷ କୋଚ ଓ ଅଧିନାୟକ ରୂପରେ ଥିଲେ। ଏହି ସମୟରେ ଭାରତୀୟ ଟିମ ଅନେକ ସଫଳତା ନିଜ ନାମରେ କରିଥିଲା। ଭାରତୀୟ ଟିମ ଘରେ ଓ ବାହାରେ ଅନେକ ସୀମିତ ଓଭର ସିରିଜ ଜିତିଛି। ଟିମ ଅଷ୍ଟ୍ରେଲିଆ ମାଟିରେ ଦୁଇଟି ଟେଷ୍ଟ ସିରିଜ ଜିତିକି ଦେଖାଇଛି।

Google

କିନ୍ତୁ ରବି ଶାସ୍ତ୍ରୀ ଓ କୋହଲିଙ୍କ ଯୋଡିରେ ସବୁଠୁ ବଡ଼ କମି ଯାହା ରହିଲା ତାହା ହେଉଛି ଦୁହିଁଙ୍କ କାର୍ଯ୍ୟକାଳରେ ଟିମ କୌଣସି ଆଇସିସି ଟ୍ରଫି ଜିତିପାରିଲା ନାହିଁ। ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଟିମ ୨୦୧୯ ବିଶ୍ୱକପ, ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଓ ଟି-୨୦ ବିଶ୍ୱକପ ୨୦୨୧ ଖେଳିଛି କିନ୍ତୁ ଗୋଟେ ମଧ୍ୟ ଟ୍ରଫି ଜିତିବାରେ ବିଫଳ ରହିଛି।

୨୦୦୭ ଦିନିକିଆ ବିଶ୍ୱକପ ପରେ ସବୁଠୁ ଖରାପ ପ୍ରଦର୍ଶନ: ଏହା ମଧ୍ୟରେ ଭାରତର ପୂର୍ଵ ବିଶ୍ୱ ବିଜେତା ଅଧିନାୟକ କପିଲ ଦେବ ରବି ଶାସ୍ତ୍ରୀଙ୍କ ନେତୃତ୍ୱରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଏକ ରିପୋର୍ଟ କାର୍ଡ ଦେଇଛନ୍ତି । ସେ ଏହା କହିଛନ୍ତି କି ଟିମର ପ୍ରଦର୍ଶନ ଭଲ ରହିଛି କିନ୍ତୁ ବିନା ଆଇସିସି ଟ୍ରଫି ଦ୍ଵାରା ଏହି ପିରିୟଡ଼ ଅଧୁରା ରହିଗଲା। ଟି-୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆ ଜଲ୍ଦି ବାହାରି ଯିବା ପରେ କପିଲ ଦେବ କହିଛନ୍ତି ୨୦୦୭ ଦିନିକିଆ ବିଶ୍ୱକପ ପରେ ପ୍ରଥମ ଥର ଟିମ ଇଣ୍ଡିଆ ଏତେ ଖରାପ ପ୍ରଦର୍ଶନ କରିଛି।

Google

ଆଇସିସି ଟ୍ରଫିର ସବୁଠୁ ବଡ଼ କମି ରହିଗଲା: ଅନକଟ ସହ ଇଣ୍ଟରଭିଉରେ କପିଲ ଦେବ କହିଛନ୍ତି,”ମୁଁ ମାନୁଛି ଟିମ ବଡ଼ ଟ୍ରଫି ଜିତିପାରିନାହିଁ କିନ୍ତୁ ଦୁହିଁଙ୍କ ପ୍ରଦର୍ଶନ ଭଲ ରହିଛି। କାରଣ ପୂର୍ଵ ୫ ବର୍ଷକୁ ଦେଖିଲେ ଟିମର ପ୍ରଦର୍ଶନ ବହୁତ ଭଲ ରହିଛି ଓ ନୁହେଁ କୌଣସି କମି ରଖିନାହାନ୍ତି ଟିମକୁ ଜିତାଇବା ପାଇଁ। ଆଇସିସି ଟ୍ରଫି ସବୁଠୁ ବଡ଼ କମି ସତ କିନ୍ତୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଯାଇ ଟିମ ଯେଉଁପରି ବିଜୟ ହାସଲ କରିଛି ତାହା ବହୁତ ସୁନ୍ଦର ପ୍ରଦର୍ଶନ ଅଟେ”। ସେ କହିଛନ୍ତି,”ବିଶ୍ୱକପ ନକଆଉଟ ପର୍ଯ୍ୟନ୍ତ ପହଁଞ୍ଚିବା ଏକ ବଡ଼ କଥା ଅଟେ। ୨୦୦୭ ଦିନିକିଆ ବିଶ୍ୱକପ ପରେ ପ୍ରଥମ ଥର ଏହି ଟି-୨୦ ବିଶ୍ୱକପରେ ଏପରି ଲାଗିଲା ଯେପରି ଟିମର ପ୍ରଦର୍ଶନ ନିରାଶ ଜନକ ଥିଲା। ଯଦି ଶୀର୍ଷ ୪ ରେ ପହଁଚି ହାରିଥାନ୍ତା ଠିକ ଥିଲା କିନ୍ତୁ ଏବେ ଏପରି ପ୍ରଦର୍ଶନ ପରେ ଟିମର ଆଲୋଚନା ହେବା ସ୍ବାଭାବିକ”।

କପିଲ ଦେବ ବିରାଟ ଓ ଶାସ୍ତ୍ରୀଙ୍କୁ ଦେଲେ ୯୦ ଅଙ୍କ: ମୋଟରେ କପିଲ ଦେବ ଭାରତର ପ୍ରଦର୍ଶନକୁ ୧୦୦ ରୁ ୯୦ ଅଙ୍କ ଦେଇଛନ୍ତି। ସେ ଆଇସିସି ଟ୍ରଫିର କମି କାରଣରୁ ୧୦ ଅଙ୍କ କାଟିଛନ୍ତି। ପୂର୍ଵ ଅଲରାଉଣ୍ଡର କହିଛନ୍ତି,”ଯଦି ଆପଣ ଏହି ଟ୍ରଫି ଦୃଷ୍ଟିରୁ ଦେଖିବେ ଏହା ଏକ ଅଲଗା କଥା। ଯଦି ଆପଣ ଟିମର ପ୍ରଦର୍ଶନ ପୂର୍ଵ ୫ ବର୍ଷରେ ଦେଖିବେ ତ ମୁଁ ୧୦୦ ରୁ ୯୦ ଅଙ୍କ ଦେବି। ଆଇସିସି ଟ୍ରଫି ଜିତିନଥିବାରୁ ୧୦ ଅଙ୍କ କାଟିଛି”।

Google

ତେବେ ଏହାକୁ ନେଇ ଆପଣଙ୍କ କଣ ମତ ଆମକୁ କମେଣ୍ଟ ବିଭାଗରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *