ବ୍ୟୁରୋ ରିପୋର୍ଟ: ଆଇପିଏଲର ପ୍ରଦର୍ଶନ ଟିମ ଇଣ୍ଡିଆର ଚୟନ ପାଇଁ ଏକ ମାତ୍ର ମାଧ୍ୟମ ନୁହେଁ। କିନ୍ତୁ ଦିନେସ କାର୍ତ୍ତିକ ଓ ରାହୁଲ ତେୱାଟିୟା ନିଜ ଟିମ ପାଇଁ ସୁନ୍ଦର ଫିନିସ କରି ଟି-୨୦ ବିଶ୍ୱକପ ପାଇଁ ନିଜ ଜାଗା ମଜଭୁତ କରିଛନ୍ତି। ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହେବାର ଅଛି ଯାହା ପାଇଁ ପ୍ରାୟ ଚାରିମାସ ସମୟ ଅଛି। କିନ୍ତୁ ଚୟନ କର୍ତା ଜଲଦି ଖେଳାଳିଙ୍କ ଗ୍ରୁପ ଉପରେ ଫଇସଲା କରିବେ। ଯାହାର ଆରମ୍ଭ ପୂର୍ଵ ମାସରୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୫ ଟି ମ୍ୟାଚର ଟି-୨୦ ସିରିଜରୁ ହେବାର ଅଛି।

ଖରାପ ଫିଟନେସ କାରଣରୁ ହାର୍ଦିକ ପାଣ୍ଡ୍ୟାଙ୍କ ଜାଗାରେ ଟି-୨୦ ବିଶ୍ୱକପ ପରେ ମଧ୍ୟକ୍ରମରେ ଦୀପକ ହୁଡ୍ଡା ଓ ଭେଙ୍କଟେସ ଅୟରଙ୍କୁ ମୌକା ମିଳିଥିଲା। ହାର୍ଦିକ ଏବେ ଆଇପିଏଲର ଏହି ସିଜନରେ ଭଲ ପ୍ରଦର୍ଶନ କରିଛନ୍ତି କିନ୍ତୁ ଉପରକ୍ରମରେ କିନ୍ତୁ ନେସନାଲ ଟିମରେ ତାଙ୍କୁ ତଳକ୍ରମରେ ମୌକା ମିଳିପାରେ।
ହାର୍ଦିକ ମଧ୍ୟ ଫେରିପାରନ୍ତି ଟିମକୁ:
ବର୍ତ୍ତମାନ ଭାରତୀୟ ଟିମରେ ଏକମାତ୍ର ଫିନିସର ରୂପରେ ରବିନ୍ଦ୍ର ଜାଡେଜା ଅଛନ୍ତି କିନ୍ତୁ ଏବେ ରାହୁଲ ତେୱାଟିୟା ଓ ଦିନେସ କାର୍ତିକ ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରି ନିଜ ଜାଗା ସୃଷ୍ଟି କରିଛନ୍ତି। ଭାରତୀୟ ପୂର୍ଵ ଲିଫ ଚୟନକର୍ତା ଏମଏସକେ ପ୍ରସାଦଙ୍କୁ ଲାଗୁଛି କି ୯ ଜୁନକୁ ଦକ୍ଷିଣ ଆଫ୍ରିକା ସହ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ସିରିଜ ପାଇଁ ତେୱାଟିୟା ଓ କାର୍ତ୍ତିକଙ୍କୁ ମୌକା ମିଳିବା ଆବଶ୍ୟକ ଓ ହାର୍ଦିକ ମଧ୍ୟ ଟିମକୁ ଫେରିପାରନ୍ତି।

୪ ଜଣ ଫିନିସର ଅଛନ୍ତି ଟିମରେ:
ସେ କହିଛନ୍ତି ହାର୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଦିନେସ କାର୍ତ୍ତିକ ଓ ରାହୁଲ ତେୱାଟିୟାଙ୍କ ରୂପରେ ଏବେ ଟିମରେ ୪ ଜଣ ଫିନିସର ଅଛନ୍ତି। ତେୱାଟିୟା ଓ କାର୍ତ୍ତିକ ଭଲ ପ୍ରଦର୍ଶନ କରିଛନ୍ତି ଓ ହାର୍ଦିକ ମଧ୍ୟ ଏହି ଆଇପିଏଲରେ ଭଲ କରୁଛନ୍ତି। ଟି-୨୦ ବିଶ୍ୱକପକୁ କିଛି ମାସ ବାକି ଅଛି ତେଣୁ ତେୱାଟିୟା ଓ କାର୍ତ୍ତିକଙ୍କୁ ମୌକା ଦେବା ଆବଶ୍ୟକ।
ବୋଲିଙ୍ଗରେ ହିଁ ମିଳିପାରିବ ବିଜୟ:
ସେ ହାର୍ଦିକଙ୍କ ଉପରେ କହିଛନ୍ତି,”ଅଷ୍ଟ୍ରେଲିଆରେ ଆପଣଙ୍କ ମୁଖ୍ୟ ଖେଳାଳି ରହିଥିବେ କିନ୍ତୁ ମୁଁ ହାର୍ଦିକଙ୍କୁ ମଧ୍ୟ ଵୋଲିଙ୍ଗ କରୁଥିବାର ଦେଖିବାକୁ ଚାହିଁବି”। ହାର୍ଦିକ ଏହି ସିଜନରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ସବୁ ମ୍ୟାଚରେ ବୋଲିଙ୍ଗ କରିନାହଁନ୍ତି ସତ କିନ୍ତୁ ୨୦ ରୁ ଅଧିକ ଓଭର ବୋଲିଙ୍ଗ କରିଛନ୍ତି। ପ୍ରସାଦ ଆଗକୁ କହିଛନ୍ତି,”ଉମରାନ ମଲିକ,ୟୁଜବେନ୍ଦ୍ର ଚାହଲ ଓ କୁଲଦୀପ ଯାଦବଙ୍କୁ ମଧ୍ୟ ମୌକା ମିଳିବା ଉଚିତ”।

ଆଉ ଜଣେ ପୂର୍ଵ ଚୟନ କର୍ତା ସରନଦୀପ ଶର୍ମା କହିଛନ୍ତି,”ହାର୍ଦିକ ଖାଲି ବ୍ୟାଟ୍ସମ୍ୟାନ ରୂପରେ ଖେଳିଲେ ଏକ ବୋଲର କମିଯିବେ। କାର୍ତ୍ତିକଙ୍କୁ ମୌକା ମିଳିବା ଆବଶ୍ୟକ କିନ୍ତୁ କଣ ସେ ବ୍ୟାଟ୍ସମ୍ୟାନ ରୂପରେ ଖେଳିବେ ଓ ପନ୍ତ ୱିକେଟ କିପର ରୂପରେ ମତେ ଲାଗୁନାହିଁ। କିନ୍ତୁ କାର୍ତ୍ତିକ ଖେଳିବା ପାଇଁ ପୁରା ଫର୍ମ ଓ ଅନୁଭବ ରଖିଛନ୍ତି”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।