T-20 ବିଶ୍ୱକପରେ କାହାକୁ ମିଳିବ ସ୍ଥାନ? କିଏ ବେଷ୍ଟ! ଋଷଭ ପନ୍ତ ନା ଦିନେସ କାର୍ତ୍ତିକ?

ବ୍ୟୁରୋ ରିପୋର୍ଟ: IPL 2022 ରେ ଚମତ୍କାର ଫର୍ମରେ ଥିବା ଦିନେସ କାର୍ତ୍ତିକ ଚତୁର୍ଥ ଟି-୨୦ ରେ ମଧ୍ୟ ସାଉଥ ଆଫ୍ରିକା ବିପକ୍ଷରେ ମ୍ୟାଚ ବିଜୟୀ ପାରି ଖେଳିଥିଲେ। ସେ ଏହି ମ୍ୟାଚରେ ୫୫ ରନର ଜବରଦସ୍ତ ପାରି ଖେଳିଥିଲେ। ତାଙ୍କର ଏହି ଜବରଦସ୍ତ ବ୍ୟାଟିଂ ବଳରେ ଭାରତ ୧୬୯ ରନ ବନାଇଥିଲା। ତେବେ ଷ୍ଟେନ ପନ୍ତ ଏବଂ କାର୍ତ୍ତିକଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଟି-୨୦ ବିଶ୍ୱକପ ପାଇଁ କିଏ ଶ୍ରେଷ୍ଠ ଏନେଇ ମତ ରଖିଛନ୍ତି ବିଶିଷ୍ଟ ବୋଲର ଡେଲ ଷ୍ଟେନ।

Google

ଷ୍ଟେନଙ୍କୁ କ୍ରିକଇନ୍ଫୋରେ ପଚରାଯାଇଥିଲା ଏବଂ ସେ ଜବାବ ଦେଇଥିଲେ ନିଶ୍ଚିତ ଭାବରେ କାର୍ତ୍ତିକ ଭଲ ବିକଳ୍ପ। ପନ୍ତଙ୍କୁ ଏହି ସିରିଜରେ ୪ଟି ସୁଯୋଗ ମିଳିଛି ଓ ସେ ଲଗାତାର ଭୁଲ କରୁଛନ୍ତି। ଭଲ ପ୍ଲେୟର ଭୁଲରୁ ଶିଖୁଥାନ୍ତି ଏବଂ ପନ୍ତ କିଛି ଶିଖୁନାହାନ୍ତି। ହେଲେ ଦିନେସ କାର୍ତ୍ତିକ ପ୍ରତିଥର ଏହା ଦେଖାଇଛନ୍ତି କି ସେ କେଉଁ ଲେଭଲର ଖେଳାଳି।

ତେବେ ସାଉଥ ଆଫ୍ରିକା ବିରୁଦ୍ଧରେ ଚମତ୍କାର ଫର୍ମରେ ଥିବା କାର୍ତ୍ତିକ ୪ଟି ମ୍ୟାଚରେ ୧୫୮.୬ ଷ୍ଟ୍ରାଇକ ରେଟରେ ୯୨ ରନ ବନାଇଛନ୍ତି। ସେ ଶେଷ ଓଭରମାନଙ୍କରେ ୧୮୬.୭ ଷ୍ଟ୍ରାଇକ ରେଟରେ ୮୪ ରନ ବନାଇବାରେ ସକ୍ଷମ ହୋଇଛନ୍ତି। ତେବେ ଅପରପକ୍ଷେ ଋଷଭ ପନ୍ତ ୪ଟି ମ୍ୟାଚରେ ୫୭ ରନ ବନାଇଛନ୍ତି ଓ ଷ୍ଟ୍ରାଇକ ରେଟ ତାଙ୍କର ୧୦୫.୬ ଅଛି। ତେବେ ଆପଣଙ୍କ ମତ କଣ କିଏ ଚାନ୍ସ ପାଇଲେ ଦଳ ପାଇଁ ବିଶ୍ଵକପରେ ଭଲ ହେବ ତାହା କମେଣ୍ଟରେ ଜଣାନ୍ତୁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *