ବ୍ୟୁରୋ ରିପୋର୍ଟ: ରାଶିଦ ଖାନ ପୂର୍ଵ ବର୍ଷ ପରି ଭଲ ପ୍ରଦର୍ଶନ କରିବାରେ ଅସଫଳ ରହିଛନ୍ତି। ଗୁଜୁରାଟ ଟାଇଟନ୍ସର ଏହି ମହାନ ସ୍ପିନରଙ୍କ ମାନିବା ଅଟେକି ଏହାର କାରଣ ଏହି ଆଇପିଏଲ ସିଜନରେ ବ୍ୟାଟ୍ସମ୍ୟାନ ତାଙ୍କ ବିରୁଦ୍ଧରେ ସତର୍କ ହୋଇ ଖେଳୁଛନ୍ତି। ରାଶିଦ ଏହି ଆଇପିଏଲ ସିଜନରେ ୪ ମ୍ୟାଚରେ ୬.୬୮ ଇକୋନୋମିରେ ୬ ୱିକେଟ ନେଇଛନ୍ତି। ବ୍ୟାଟ୍ସମ୍ୟାନ ତାଙ୍କ ସାମ୍ନା ଭଲସେ କରିଛନ୍ତି। ଲୋକପ୍ରିୟ ସ୍ପିନର ରାଶିଦ ଖାନ ଏଥିରେ ଆଶ୍ଚର୍ଯ୍ୟ ନୁହଁନ୍ତି। ୨୩ ବର୍ଷୀୟ ରାଶିଦ କହିଛନ୍ତି ସେ ଜଲ୍ଦି ଏହାର ସମାଧାନ କାଢ଼ିବେ।

ରସିଦ ଖାନ କଥାବାର୍ତ୍ତା ସମୟରେ କହିଛନ୍ତି,”ମୁଁ ଏବେ ପର୍ଯ୍ୟନ୍ତ ନିଜ ପ୍ରଦର୍ଶନରେ ଖୁସି ଅଛି। ମୁଁ ପରିସ୍ଥିତି ଉପରେ ଧ୍ୟାନ ଦେଇନଥାଏ ,ଏହା ଏହି ଉପରେ ନିର୍ଭର କରେକି ମୁଁ କିପରି ବୋଲିଙ୍ଗ କରୁଛି। ବରୋଧୀ ଟିମ ମୋ ଓଭରରେ ରିସ୍କ ନେଉ ନାହାଁନ୍ତି ଯାହା ଦ୍ୱାରା ୱିକେଟ ମିଳିଥାଏ”। ସେ କହିଛନ୍ତି କି ଜଣେ ବୋଲର ରୂପରେ ଯେବେ ବି ମତେ ପର୍ଯ୍ୟାପ୍ତ ମୌକା ମିଳିଥାଏ ମୁଁ ଏତେ ସ୍ମାର୍ଟ କି ତାଙ୍କୁ ଆଉଟ କରିପାରିବି। ନିଜ ପୂର୍ଵ ଟିମ ସନରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ସୋମବାରକୁ ରାଶିଦ ୪ ଓଭରରେ ୨୮ ରନ ଦେଇ ଗୋଟେ ୱିକେଟ ନେଇଥିଲେ। ଗୁଜୁରାଟ ସେହି ମ୍ୟାଚ ୮ ୱିକେଟରେ ହାରିଯାଇଥିଲା। ଏହା ଗୁଜୁରାଟର ତିନୋଟି ବିଜୟ ପରେ ପ୍ରଥମ ପରାଜୟ।
ମୋର ଆରମ୍ଭ ଧିମା ହୋଇଥାଏ:
ଆଇପିଏଲରେ ୧୦୦ ୱିକେଟରୁ ଗୋଟେ ୱିକେଟ ଦୂରରେ ଥିବା ରାଶିଦ ଖାନ କହିଛନ୍ତି ସେ ଆଇପିଏଲରେ ସବୁବେଳେ ଧିମା ଆରମ୍ଭ କରିଥାନ୍ତି। ସେ କହିଛନ୍ତି ଆପଣ ଯଦି ମୋ ଆଇପିଏଲରେକର୍ଡ ଦେଖିବେ ମୋର ଆରମ୍ଭ ଧିମା ରହିଥାଏ। ପ୍ରଥମ ୪-୫ ମ୍ୟାଚରେ ୫-୬ ୱିକେଟ ହିଁ। ସବୁବେଳେ ଏପରି ହୋଇଥାଏ କିନ୍ତୁ ମୁଁ ନିଶ୍ଚିତ ସୁଧାରକରିବାକୁ ମୋରସର୍ବଶ୍ରେଷ୍ଠ ପ୍ରୟାସ କରିବି। ନିଶ୍ଚିତ ସମୟ ଆସିବ ଯେବେ ମୁଁ ସ୍ପେଶାଲ ସ୍ପେଲ କରିବି।

ଉପଅଧିନାୟକ ହେବା ବହୁତ ବଡ଼ କଥା:
ଆଇପିଏଲ ୨୦୧୭-୨୦୨୨ ପର୍ଯ୍ୟନ୍ତ ୮୦ ମ୍ୟାଚ ଖେଳିଥିବା ରାଶିଦ କହିଛନ୍ତି ଏହା ମୋ ପାଇଁ ଏକ ଅବିଶ୍ଵନିୟ ଯାତ୍ରା ଅଟେ। ମୁଁ ଆଫଗାନିସ୍ତାନରୁ ଆସି ଏପରି ୫ ବର୍ଷ ଖେଳିବି ବୋଲି ଆଶା କରିନଥିଲି। ୧୦୦ ୱିକେଟ ପାଖରେ ପହଁଚିବା, ଗୁଜୁରାଟର ଉପ ଅଧିନାୟକ ହେବା ବଡ଼ କଥା। ହାଇଦ୍ରାବାଦ ସହ ପରାଜୟ ଉପରେ କହିଛନ୍ତି ଆମେ ୧୫-୨୦ ରନ କମ କରିଥିଲୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।