IPL 2022 ର ଏକ ରୋମାଂଚକ ମ୍ୟାଚରେ ମୁମ୍ବାଇକୁ ହରାଇଛି କୋଲକତା। ଆଗ ବ୍ୟାଟିଂ କରି ମୁମ୍ବାଇ ନିର୍ଧାରିତ ୨୦ ଓଭରରେ ୧୬୧ କରିଥିଲା ଜବାବରେ କୋଲକତା ୫ ୱିକେଟରେ ଏହି ମ୍ୟାଚ ନିଜ ନାମରେ କରିଦେଇଛି। ମୁମ୍ବାଇ ପକ୍ଷରୁ ରୋହିତ ୩ କରି ଆଉଟ ହୋଇଯାଇଥିଲେ। ଇଶାନ କିଷାନ ୧୪କରି ଆଉଟ ହୋଇଯାଇଥିଲେ।

ଡିୱାଲଡ଼ ବ୍ରେଭିଶ ସୁନ୍ଦର ପାରି ଖେଳିଥିଲେ। ସେ ୧୯ ବଲରେ ୨୯ କରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୧୫୨.୬୩ ଥିଲା। ତାଙ୍କର ଏହି ପାରିରେ ୨ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ସୂର୍ଯ୍ୟ କୁମାର ଯାଦବ ସୁନ୍ଦର ପାରି ଖେଳିଥିଲେ। ସେ ୩୬ ବଲରେ ୫୨ କରିଥିଲେ। ତାଙ୍କର ଏହି ପାରିରେ ୫ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ତାଙ୍କର ଷ୍ଟ୍ରାଇକ ରେଟ ୧୪୪.୪୪ ଥିଲା। ତାଙ୍କୁ କମିନ୍ସ ଆଉଟ କରିଥିଲେ।
ତିଲକ ବର୍ମା ୨୭ ବଲରେ ୩୮ କରିଥିଲେ ଯେବେକି ପୋଲାର୍ଡ଼ ୫ ବଲରେ ୨୨।
KKR ଏହି ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇ ପ୍ୟାଟ କମିନ୍ସଙ୍କ ଧୁଆଁଧାର ବ୍ୟାଟିଂ ବଲରେ ହାସଲ କଲା ବିଜୟ। ଭେଙ୍କଟେସ୍ ଅୟର ୪୧ ବଲରେ ୫୦ ମାରିଥିଲେ। ତାଙ୍କର ଏହି ପାରିରେ ୬ଟି ଚୌକା ଓ ୧ଟି ଛକା ସାମିଲ ଥିଲା। ହେଲେ ପ୍ୟାଟ କମିନ୍ସ ଆସି ଖେଳ KKR ଆଡ଼କୁ ନେଇଆସିଥିଲେ। ସେ ଧୁଆଁଧାର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ରସେଲ ଆଉଟ ହେବା ପରେ କମିନ୍ସ ମ୍ୟାଚ ଚେଞ୍ଜିଗ ପାରି ଖେଳିଥିଲେ। ସେ ୧୫ ବଲରେ ୫୬ ମାରିଥିଲେ। ତାଙ୍କର ଏହି ପାରିରେ ଷ୍ଟ୍ରାଇକ ରେଟ ୩୭୩.୩୩ ଥିଲା। ତାଙ୍କର ଏହି ପାରିରେ ୬ଟି ଛକା ଓ ୪ଟି ଚୌକା ସାମିଲ ଥିଲା।

ଏହି ମ୍ୟାଚ ଜିତି KKR ପଏଣ୍ଟସ୍ ଟେବୁଲରେ ନମ୍ବର ୧ ପୋଜିସନ ହାସଲ କରିନେଇଛି। ମ୍ୟାନ ଅଫ ଦି ମ୍ୟାଚ ରହିଥିଲେ ପ୍ୟାଟ କମିନ୍ସ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।