KKR vs RR: କେକେଆରକୁ ଲଗାତର ୫ଟି ପରାଜୟ ପରେ ମିଳିଲା ବିଜୟ, ରାଣା-ରୀଙ୍କୁଙ୍କ ଚମତ୍କାର ପାରି ବଲରେ ଜିତିଲା KKR!

ବ୍ୟୁରୋ ରିପୋର୍ଟ: ନୀତିସ ରାଣା ଓ ରୀଙ୍କୁ ସିଂ ଶେଷରେ ଅର୍ଦ୍ଧଶତକୀୟ ପାର୍ଟନରସିପ କରି କେକେଆରକୁ ବିଜୟ ଦେଲେ। ଟିମକୁ ଲଗାତର ୫ ଟି ପରାଜୟ ପରେ ବିଜୟ ମିଳିଛି। ଏହା ସହିତ ଟିମର ପ୍ଲେ ଅଫରେ ପହଁଚିବାର ଆଶା ରହିଛି।ଆଇପିଏଲର ୪୭ ତମ ମ୍ୟାଚରେ କେକେଆର ରାଜସ୍ଥାନକୁ ୭ ୱିକେଟରେ ହରାଇଛି। ଏହା ଟିମର ୧୦ ମ ମ୍ୟାଚରେ ପଞ୍ଚମ ବିଜୟ ଅଟେ। ରାଜସ୍ଥାନ ପ୍ରଥମେ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ୧୫୨ ରନ କରିଥିଲା। ଅଧିନାଯକ ସଞ୍ଜୁ ସାମସନ ସିଜନର ଦ୍ୱିତୀୟ ଅର୍ଦ୍ଧଶତକ ମାରିଛନ୍ତି। ଜବାବରେ କେକେଆର ଲକ୍ଷ୍ୟକୁ ୧୯.୧ ଓଭରରେ ତିନୋଟି ୱିକେଟ ହରାଇ ହାସଲ କରିନେଇଥିଲା। ରାଜସ୍ଥାନର ଏହା ୧୦ ମ ମ୍ୟାଚରେ ଚତ୍ରୁର୍ଥ ପରାଜୟ ଅଟେ।

Google

ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା କେକେଆରର ଆରମ୍ଭ ଭଲ ରହିଲା ନାହିଁ ଓପନର ଆରୋନ ଫିଞ୍ଚ ୪ ରନ କରି ପ୍ରସିଦ୍ଧ କ୍ରିଷ୍ଣା ଓ ବାବା ଇନ୍ଦ୍ରଜିତ ୧୫ ରନ କରି କୁଲଦୀପ ସେନଙ୍କ ଶିକାର ହୋଇଥିଲେ। ୩୨ ରନରେ ଦୁଇଟି ୱିକେଟ ଗଳିବା ପରେ କୁଲଦୀପ ଯାଦବ ଓ ଶ୍ରେୟସ ଅୟର ପାରିକୁ ସମ୍ଭାଳିଥିଲେ। ଦୁହେଁ ତୃତୀୟ ୱିକେଟ ପାଇଁ ୬୦ ରନ ଯୋଡିଥିଲେ। ଏହା ପରେ ଅୟର ୩୪ ରନ କରି ବୋଲଟଙ୍କ ଶିକାର ହୋଇଗଲେ।

୧୪ ତମ ଓଭରରେ ୧୦୦ ରନ ପୁରା ହେଲା:

କେକେଆରର ୧୦୦ରନ ୧୪ ତମ ଓଭରରେ ପୁରା ହେଲେ। ଟିମକୁ ଶେଷ ୩୦ବଲରେ ୪୬ ରନର ଆବଶ୍ୟକତା ଥିଲା ଓ ହାତରେ ୭ ଟି ୱିକେଟ ବାକିଥିଲା। ୧୬ ତମ ଓଭରରେ ୭ ରନ ହୋଇଥିଲା,୧୭ ତମ ଓଭରରେ ମଧ୍ୟ ମାତ୍ର ୮ ରନ ଆସିଥିଲା। ଆଉ ୧୮ ବଲରେ ୩୧ ରନର ଆବଶ୍ୟକତା ଥିଲା। ୧୮ ତମ ଓଭର ଚାହଲ ପକେଇଲେ ଓ ଏହି ଓଭରରେ ୧୩ ରନ ହେଲା।

Google

ଶେଷ ୧୨ବଲରେ ୧୮ ରନର ଆବଶ୍ୟକତା ଥିଲା:

କେକେଆରକୁ ଶେଷ ଦୁଇ ଓଭରରେ ୧୮ ରନର ଆବଶ୍ୟକ ଥିଲା। ୧୯ ତମ ଓଭର ପ୍ରସିଦ୍ଧ କ୍ରିଷ୍ଣା ପକାଇଥିଲା ଓ ସେହି ଓଭରରେ ୧୭ ରନ ହେଲା।ଏହାପରେ ଶେଷ ଓଭରରେ ଜିତିବା ପାଇଁ ୧ ରନର ଆବଶ୍ୟକତା ଥିଲା। ରାଣା ଶେଷ ଓଭରର ପ୍ରଥମ ବଲରେ ଛକା ମାରି ମ୍ୟାଚ ଜିତାଇଥିଲେ।ରାଣା ୩୭ ବଲରେ ୪୮ ରନ କରି ନଟଆଉଟ ରହିଥିଲେ ଓ ରୀଙ୍କୁ ୨୩ ବଲରେ ୪୨ ରନ କରି ନଟଆଉଟ ରହିଲେ। ଦୁହେଁ ଚତ୍ରୁର୍ଥ ୱିକେଟ ପାଇଁ ୩୮ ବଲରେ ୬୬ ରନ କରିଥିଲେ।

ବଟଲର ଖେଳିପାରିଲେନି ଭଲ ପାରି:

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ରାଜସ୍ଥାନର ଆରମ୍ଭ ଭଲ ରହିଲା ନାହିଁ ଓପନର ଦେବଦତ ପଡିକଲ ୨ ରନ କରି ଉମେଶ ଯାଦବଙ୍କ ଶିକାର ହେଲେ।ଜୋସ ବଟଲର ମଧ୍ୟ ୨୨ ରନ କରି ଆଉଟ ହୋଇଗଲେ।ତାଙ୍କୁ ଟିମ ସାଉଦି ଆଉଟ କରିଥିଲେ। ଅଧିନାଯକ ସଞ୍ଜୁ ସୈମସନ ୪୯ ବଲରେ ୫୪ ରନର ଅର୍ଦ୍ଧଶତକୀୟ ପାରି ଖେଳି ଟିମର ସ୍କୋର ୧୦୦ ରନ ପାର କରିଥିଲେ। ଶେଷରେ ସିମରାନ ହେଟମାୟର ୧୩ ବଲରେ ୨୭ ରନ କରି ଟିମର ସ୍କୋର ୧୫୦ ରନ ପାର କରିଥିଲେ। କେକେଆର ପାଇଁ ସାଉଦି ଦୁଇଟି, ଉମେଶ ଯାଦବ ,ଅନୁକୁଲ ରୟ ଓ ସିବମ ମାଭିଙ୍କୁ ଗୋଟେ ଗୋଟେ ୱିକେଟ ମିଳିଲା। ସୁନୀଲ ନାରିନ ଭଲ ବୋଲିଙ୍ଗ କଲେ ସେ ୪ ଓଭରରେ ମାତ୍ର ୧୯ ରନ ଦେଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.