ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ ଆରମ୍ଭ ହେବା ପୂର୍ବରୁ କେକେଆର ଟିମକୁ ବଡ଼ ଝଟକା ଲାଗିଛି। ପେସର ପ୍ୟାଟ କମିନ୍ସ ଓ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ ଆରମ୍ଭ ୫ ଟି ମ୍ୟାଚରୁ ବାହାର ହୋଇଯାଇଛନ୍ତି। କେକେଆରର ମେଣ୍ଟର ଡେଭିଡ ହସି ବୁଧବାରକୁ ପ୍ରେସ କନ୍ଫରେନ୍ସରେ ଏହାର ବୟାନ ଦେଇଛନ୍ତି। କେକେଆର ଆଇପିଏଲ ୨୦୨୨ର ମେଗା ଅକ୍ସନରେ କମିନ୍ସଙ୍କୁ ୭.୨୫ କୋଟିରେ କିଣିଥିଲା। ଯେବେକି ଫିଞ୍ଚଙ୍କୁ ଆଲେକ୍ସ ହେଲ୍ସଙ୍କ ରିପ୍ଲେସମେଣ୍ଟ ଆକାରରେ ଟିମରେ ସାମିଲ କରାଯାଇଥିଲା। ଫିଞ୍ଚଙ୍କୁ କେକେଆର ୧.୫୦ କୋଟିରେ ନିଜ ଟିମରେ ସାମିଲ କରିଛି। ଏବେ ଏହି ଦୁଇ ଖେଳାଳି ଆରମ୍ଭ ୫ ମ୍ୟାଚରୁ ବାହାରେ ରହିବେ। ଏହା କେକେଆର ପାଇଁ ବଡ଼ ଝଟକାରୁ କମ ନୁହେଁ।

ଡେଭିଡ ହସି ପ୍ୟାଟ କମିନ୍ସ ଓ ଆରୋନ ଫିଞ୍ଚଙ୍କ ଅନୁଉପଲବ୍ଧି ଉପରେ କହିଛନ୍ତି,”ଏହି ଦୁଇ ଖେଳାଳି ଅନୁପସ୍ଥିତ ଟିମ ପାଇଁ ଚିନ୍ତାର ବିଷୟ। ସବୁ ଟିମ ଚାହିଁଥାଏ କି ସେ ନଜର ସର୍ବଶ୍ରେଷ୍ଠ ଟିମ ସହ ଓହ୍ଲାଉ। କିନ୍ତୁ ଇଣ୍ଟରନେସନାଲ କ୍ରିକେଟରୁ ବଡ଼ କିଛି ନୁହେଁ। ସବୁ ଖେଳାଳି ନିଜ ଦେଶ ପାଇଁ କ୍ରିକେଟ ଖେଳିବାକୁ ଚାହିଁଥାନ୍ତି। ଏଥିପାଇଁ କିଛି ଦାଇତ୍ୱ ହୋଇଥାଏ। ମତେ ଲାଗୁଛି କି କମିନ୍ସ ଓ ଫିଞ୍ଚ ଆରମ୍ଭ ୫ ମ୍ୟାଚ ମିଶ କରିଦେବେ। କିନ୍ତୁ ସେ ଫିଟ ରହିଛନ୍ତି ଯେବେ ଉପଲବ୍ଧ ହେବେ ଖେଳିବେ”।
ଫିଞ୍ଚ ଓ କମିନ୍ସ ୫ ଏପ୍ରିଲ ପରେ କେକେଆର ସହିତ ଯୋଡିହେବେ:
ଏହି ସମୟରେ ଅଷ୍ଟ୍ରେଲିଆ ପାକିସ୍ତାନ ଗ୍ରସ୍ତରେ ଅଛି ଯେଉଁଠି ଦୁଇ ଦେଶ ମଧ୍ୟରେ ଲାହୋରରେ ତୃତୀୟ ବା ଶେଷ ଟେଷ୍ଟ ମ୍ୟାଚ ଖେଳାଯାଉଛି। କହିରଖିବୁ ପ୍ୟାଟ କମିନ୍ସ ଅଧିନାୟକତ୍ୱ କରୁଛନ୍ତି। ଏହା ପରେ ଦୁଇ ଦେଶ ମଧ୍ୟରେ ତିନୋଟି ଏକଦିବସିୟ ଓ ଗୋଟେ ଟି-୨୦ ମ୍ୟାଚ ଖେଳାଯିବ। ଫିଞ୍ଚ ଏକଦିବସିୟ ଓ ଟି-୨୦ ଟିମରେ ଅଧିନାୟକତ୍ୱ କରିବେ। ଏକଦିବସିୟ ସିରିଜର ପ୍ରଥମ ମ୍ୟାଚ ୨୯ ମାର୍ଚ୍ଚକୁ ଖେଳାଯିବାର ଅଛି। ଅଷ୍ଟ୍ରେଲିଆର ପାକିସ୍ତାନ ଗ୍ରସ୍ତ ୫ ଅପ୍ରିଲକୁ ଶେଷ ହେବାର ଅଛି।

ଏହା ପରେ କମିନ୍ସ ଓ ଫିଞ୍ଚ ଆଇପିଏଲରେ ସାମିଲ ହେବାକୁ ଭାରତ ଆସିବେ। ନିଜ ଟିମ କେକେଆରରେ ମିଶିବା ପୂର୍ବରୁ ଦୁଇ ଟିମ ୩-୩ ଦିନର କ୍ବାରେଣ୍ଟାଇନ ରହିବେ। ଏହାପରେ ଦୁହେଁ ଟିମର ବାୟୋବବୁଲରେ ସାମିଲ ହେବେ।ମାନେ ୮ ଏପ୍ରିଲ ପରେ ଟିମରେ ମିଶିବେ। କେକେଆରର ୫ ମ ମ୍ୟାଚ ୧୦ ଏପ୍ରିଲକୁ ଦିଲ୍ଲୀ ସହ ଅଛି। ଏହି ମ୍ୟାଚ ପୂର୍ବରୁ ଦୁଇ ଖେଳାଳି ଖେଳିବାର ଆଶା ଅଛି। କେକେଆର ନିଜର ପ୍ରଥମ ମ୍ୟାଚ ପୁର୍ବ ଚମ୍ପିୟାନ ସିଏସକେ ସହିତ ୨୬ ମାର୍ଚ୍ଚକୁ ଖେଳିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।