ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ମେଗା ଅକ୍ସନ ଶେଷ ହୋଇଯିବା ପରେ ଏବେ ଟିମ ମାନେ ନିଜ ରଣନୀତି ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି। ବଲିଉଡ଼ର ଷ୍ଟାର ସାହରୁ ଖାନଙ୍କ ଟିମ କେକେଆର ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କୁ ଅଧିନାୟକ ଘୋଷଣା କରିଛନ୍ତି। କେକେଆର ଶ୍ରେୟସ ଅୟରଙ୍କୁ ୧୨.୨୫ କୋଟିରେ କିଣିଥିଲା।

ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ରହିସାରିଛନ୍ତି ଶ୍ରେୟସ:
କହିରଖିବୁ ଶ୍ରେୟସ ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକତ୍ୱ କରିସାରିଛନ୍ତି। କିନ୍ତୁ ପୂର୍ଵ ସିଜନ ଆରମ୍ଭ ପୂର୍ବରୁ ସେ ଆଘାତ ହୋଇଯାଇଥିଲେ ଯେଉଁଠି ପାଇଁ ଦିଲ୍ଲୀ ରିଷଭଙ୍କୁ ଅଧିନାୟକ କରିଥିଲା। ଶ୍ରେୟସ ଫେରିଆସିବା ପରେ ମଧ୍ୟ ଦିଲ୍ଲୀ ରିଷଭଙ୍କୁ ହିଁ ଅଧିନାୟକ ରଖିଲେ ଯେଉଁଠି ପାଇଁ ଶ୍ରେୟସ ଟିମ ଛାଡିବା ପାଇଁ ଫଇସଲା କଲେ।
ଅକ୍ସନ ପୂର୍ବରୁ ଏହି ଚର୍ଚ୍ଚା ହେଉଥିଲାକି ଶ୍ରେୟସ ଆଇପିଏଲରେ ଯୋଡି ହୋଇଥିବା ଦୁଇଟି ନୂଆ ଟିମ ଲକ୍ଷନୌ ଓ ଅହମ୍ମଦାବାଦ ଟିମରେ ସାମିଲ ହୋଇପାରନ୍ତି। କିନ୍ତୁ ସେଠାରେ ତାଙ୍କୁ ଅଧିନାୟକତ୍ୱ ମିଳୁନଥିଲା। ତେଣୁ ଯେବେ ଅକ୍ସନର କେକେଆର ତାଙ୍କୁ କିଣିଥିଲା ଏହା ପ୍ରାୟ ଜଣାପଡିଯାଇଥିଲା କି ସେ କେକେଆରର ଅଧିନାୟକତ୍ୱ କରିବାକୁ ଯାଉଛନ୍ତି।
🚨 Ladies and gentlemen, boys and girls, say hello 👋 to the NEW SKIPPER of the #GalaxyOfKnights
অধিনায়ক #ShreyasIyer @ShreyasIyer15 #IPL2022 #KKR #AmiKKR #Cricket pic.twitter.com/veMfzRoPp2
— KolkataKnightRiders (@KKRiders) February 16, 2022
ମହାନ ଖେଳାଳି ମାନଙ୍କ ହାତରେ ରହିଛି କେକେଆରର ଅଧିନାୟକତ୍ୱ:
କେକେଆର ଦୁଇଥର ଆଇପିଏଲ ଟ୍ରଫି ଜିତିଛି ଓ ତାର ଅଧିନାୟକଙ୍କ ଲିଷ୍ଟରେ ମହାନ ଖେଳାଳିଙ୍କ ନାମ ଅଛି। ସୌରଭ ଗାଙ୍ଗୁଳିଙ୍କ ଠୁ ନେଇ ଗୌତମ ଗମ୍ଭୀର ଓ ଶେଷରେ ଇୟୋନ ମୋର୍ଗାନଙ୍କ ହାତରେ ଅଧିନାୟକତ୍ୱ ଥିଲା।
ସୌରଭ ଗାଙ୍ଗୁଲି–୨୦୦୮-୨୦୧୦-୧୩ ବିଜୟ
ବ୍ରେଣ୍ଡନ ମାକ୍ୟୁଲମ-୨୦୦୯-୩ ବିଜୟ
ଗୌତମ ଗମ୍ଭୀର-୨୦୧୧-୧୭-୬୯ ବିଜୟ
ଜ୍ୟାକ କାଲିସ-୨୦୧୧-୧ ବିଜୟ
ଦିନେସ କାର୍ତ୍ତିକ-୨୦୧୮-୨୦-୧୯ ବିଜୟ
ଇୟୋନ ମୋର୍ଗାନ-୨୦୨୦-୨୧-୧୧ ବିଜୟ
Skipp-Iyer 🤝 Kolkata 🤝 Knight Riders
Stepping into the new era of #GalaxyOfKnights 🔥 @ShreyasIyer15 #IPL2022 #ShreyasIyer #KKR #CricketTwitter #AmiKKR pic.twitter.com/eEZjHLstyZ
— KolkataKnightRiders (@KKRiders) February 16, 2022
କେକେଆରର ସ୍କାର୍ଡ:
ରିଟେନ ଲିଷ୍ଟ: ଆନ୍ଦ୍ର ରସେଲ(୧୨କୋଟି),ବରୁଣ ଚକ୍ରବର୍ତ୍ତୀ(୮ କୋଟି),ଭେଙ୍କଟେସ ଅୟର(୮କୋଟି), ସୁନୀଲ ନାରିନ (୬କୋଟି)
ବ୍ୟାଟ୍ସମ୍ୟାନ/ୱିକେଟକିପର:ଶ୍ରେୟସ ଅୟର(୧୨.୨୫କୋଟି),ସେଲ୍ଡନ ଜେକ୍ସନ(୬୦ଲକ୍ଷ), ଅଜିଙ୍କ୍ୟ ରାହାଣେ(୧କୋଟି), ରିଙ୍କୁ ସିଂହ(୫୫ଲକ୍ଷ),ବାବା ଇନ୍ଦ୍ରଜିତ(୨୦ ଲକ୍ଷ), ଅଭିଜିତ ତୋମନ(୪୦ ଲକ୍ଷ),ସାମ ବିଲଙ୍ଗସ(୨କୋଟି), ଆଲେକ୍ସ ହେଲ୍ସ(୧.୫୦ କୋଟି)।
KKR captain @ShreyasIyer15 🔥💥
— Harbhajan Turbanator (@harbhajan_singh) February 12, 2022
ଅଲରାଉଣ୍ଡର: ପ୍ୟାଟ କମିନ୍ସ (୭.୨୫କୋଟି),ନୀତିସ ରାଣା(୮ କୋଟି),ସିଭମ ମାଭି(୭.୨୫ କୋଟି), ଅନୁକୁଳ ରୟ(୨୦ ଲକ୍ଷ),ଚମିକା କରୁଣାରତନେ(୫୦ ଲକ୍ଷ), ପ୍ରଥମ ସିଂହ(୨୦ ଲକ୍ଷ),ରମେଶ କୁମାର(୨୦ ଲକ୍ଷ), ମହମ୍ମଦ ନବୀ(୧କୋଟି), ଅମନ ଫଫିମ ଖାନ(୨୦ ଲକ୍ଷ)।
ବୋଲର:ରାଶିବ ଡାର(୨୦ ଲକ୍ଷ),ଅଶୋକ ଶର୍ମା(୫୫ଲକ୍ଷ),ଟିମ ସାଉଦି (୧.୫ କୋଟି),ଉମେଶ ଯାଦବ (୨କୋଟି),
ମୋଟ ୨୫ ଖେଳାଳି,୧୭ ଭାରତୀୟ ଓ ୮ ବିଦେଶୀ
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।