KKR କୁ ଶକ୍ତ ଧକ୍କା! IPL ୨୦୨୧ରେ ପ୍ରତି ୭ ଟି ବଲରେ ନେଇଥିଲେ ୱିକେଟ,ଏହା ପରେ ମଧ୍ୟ ଟିମ କଲା ନାହିଁ ରିଟେନ!

ବ୍ୟୁରୋ ରିପୋର୍ଟ: IPL ୨୦୨୨ ପାଇଁ ସବୁ ପୂର୍ବ ଟିମ ଖେଳାଳି ରିଟେନ କରିସାରିଛନ୍ତି। ଏହି ସମୟରେ ଟିମ କିଛି ଏପରି ଖେଳାଳିଙ୍କୁ ଅଣଦେଖା କରିଛି ଯିଏକି ଆଇପିଏଲରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଏହିପରି ଜଣେ ଖେଳାଳିଙ୍କ ଅଣଦେଖା କରିଛି ସାହାରୁଖ ଖାନଙ୍କ ଟିମ କେକେଆର। ସେହି ଖେଳାଳି ବ୍ୟାଟିଙ୍ଗ ଓ ବୋଲିଙ୍ଗ ଦୁଇଟି ଯାକରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି।

Google

ଆଇପିଏଲ ୨୦୨୧ରେ ମଧ୍ୟ ଏହି ଖେଳାଳି ନିଜର ଗତି ଓ ସୁନ୍ଦର ପ୍ରଦର୍ଶନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏବେ ଏହି ଖେଳାଳି ନିଜ ଦେଶ ନ୍ୟୁଜଲ୍ୟାଣ୍ଡର ଘରୋଇ ସିରିଜ ଫୋର୍ଡ ଟ୍ରଫିରେ ନିଜ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେହି ଖେଳାଳି ହେଉଛନ୍ତି ଲକି ଫର୍ଗୁସନ। ସେ ଏହି ଟୁର୍ଣ୍ଣାମେଣ୍ଟରେ ଅଫଲ୍ୟାଣ୍ଡ ଟରଫରୁ ଖେଳି ନାର୍ଡ଼ନ ଡିଷ୍ଟରିକ ବିପକ୍ଷରେ ସେ ସୁନ୍ଦର ବୋଲିଙ୍ଗ ପ୍ରଦର୍ଶନ କରିଛନ୍ତି।ସେ ଏହି ମ୍ୟାଚରେ ୬ ୱିକେଟ ନେଇ ଟିମକୁ ବିଜୟ ଦେଇଛନ୍ତି।

ଏହି ମ୍ୟାଚରେ ଲକି ଫର୍ଗୁସନଙ୍କ ଟିମ ପଥମେ ବ୍ୟାଟିଙ୍ଗ କରି ୭ ୱିକେଟ ହରାଇ ୩୦୩ ରନ କରିଥିଲା। ଟିମ ପାଇଁ ରବର୍ଟ ଓ ଡୋନେଲ ୯୦ ବଲରେ ୯୫ ରନ କରିଥିଲେ।

ନାର୍ଦନର ବ୍ୟାଟିଙ୍ଗ ପାରି ଥିଲା ଓ ବିଜୟ ପାଇଁ ୩୦୪ର ଲକ୍ଷ୍ୟ ମିଳିଥିଲା। କିନ୍ତୁ ବୋଲର ଲକି ଫର୍ଗୁସନ ପ୍ରଥମ ବଲରେ ହିଁ ଜିତ ରାଵଲଙ୍କୁ ଆଉଟ କରିଦେଇଥିଲେ ।ଏହା ଦ୍ଵାରା ନାର୍ଦନର ଭଲ ଆରମ୍ଭ ହୋଇପାରିନଥିଲା। ୩ୟ ବଲରେ ଲକି ଫର୍ଗୁସନ ଜୋ କାର୍ଟରଙ୍କୁ ଆଉଟ କରିଦେଲେ। ସେ ୨ ରନ କରିଥିଲେ। ପ୍ରଥମ ଓଭରରେ ଦୁଇଟି ଝଟକା ଲାଗିଥିଲା। ଟିମ ସମ୍ଭାଳିବା ପୂର୍ବରୁ ତୃତୀୟ ଓଭରରେ ଲକି ହେନରି କପୁରଙ୍କୁ ଆଉଟ କରି ଟିମକୁ ତୃତୀୟ ଝଟକା ଦେଇଥିଲେ।

Google
ଫର୍ଗୁସନ ୩୪ ରନ ଦେଇ ୬ ଟି ୱିକେଟ ନେଇଥିଲେ:

ଫର୍ଗୁସନ ମାତ୍ର ୭ ବଲରେ ୩ ଟି ୱିକେଟ ଜେଇ ନାର୍ଦନ ଟିମକୁ ପରାଜୟ ଆଡ଼କୁ ଠେଲିଦେଇଥିଲେ। ଏହା ପରେ ପଞ୍ଚମ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଆସିଥିବା ଡି ଗ୍ରାଣ୍ଡହୋମ ଭଲ ପ୍ରଦର୍ଶନ କରିଥିଲେ। ସେ ୧୦୪ ବଲରେ ୧୨୬ ରନ କରିଥିଲେ। ସେ ପାରିରେ ୮ ଟି ଚୌକା ଓ ୬ ଟି ଛକା ମାରିଥିଲେ। ତାଙ୍କ ଶତକ ମଧ୍ୟ ଟିମର କାମରେ ଆସିଲାନି ଓ ଟିମ ୩୯.୫ ଓଭରରେ ୨୫୬ ରନରେ ଅଲଆଉଟ ହୋଇଯାଇଥିଲା। ଲକି ୮ ଓଭରରେ ଦୁଇଟି ମେଡନ ନେଇଥିଲେ ଓ ୩୪ ରନ ଦେଇ ୬ ଟି ୱିକେଟ ନେଇଥିଲେ।

ଆଇପିଏଲ ୨୦୨୧ରେ ପ୍ରତି ୭ ବଲରେ ନେଇଥିଲେ ୱିକେଟ:

ଲକି ଆଇପିଏଲ ୨୦୨୧ରେ ନିଜର ଗତି ଦ୍ଵାରା ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ହଇରାଣ କରଥିଲେ। ସେ ପୂର୍ଵ ସିଜନରେ ଆଇପିଏଲରେ କେକେଆର ପଟୁ ଖେଳିଥିଲେ ଓ ପ୍ରତି ୭ ଟି ବଲରେ ୱିକେଟ ନେଇଥିଲେ। ସେ ୮ ଟି ମ୍ୟାଚରେ ୧୩ ୱିକେଟ ନେଇଥିଲେ। ଏହା ପରେ ମଧ୍ୟ ଆଗାମି ସିଜନ ପାଇଁଦଳ ତାଙ୍କୁ କିଣିନାହିଁ ସେ ଆଗାମି ମାସରେ ହେବାକୁ ଥିବା ମେଗା ଅକ୍ସନରେ ଓହ୍ଲାଇପାରନ୍ତି। ସେ ଯେଉଁ ଭଳି ପ୍ରଦର୍ଶନ କରିଛନ୍ତି ସେ ଆଗାମୀ ମେଗା ଅକ୍ସନରେ ବଡ଼ ଦାମ ପାଇପାରନ୍ତି।

Google

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *