ବ୍ୟୁରୋ ରିପୋର୍ଟ: KKR ଆଇପିଏଲରେ ଏବେ ପଏଂଟସ ଟେବୁଲରେ ନମ୍ବର ୭ ରେ ଅଛି। ତେବେ ଏହା ପରେ କୋଲକତା ନାଇଟ ରାଇଡ଼ର୍ଶକୁ ଲାଗିଛି ଏକ ବଡ଼ ଝଟକା। ପ୍ୟାଟ କମିନ୍ସ IPL ରୁ ପଡିଛନ୍ତି ବାଦ। ଅଷ୍ଟ୍ରେଲିଆର ଏହି ବୋଲର ଜଲଦି ତାଙ୍କ ଦେଶକୁ ଫେରିପାରନ୍ତି। ଅଷ୍ଟ୍ରେଲିଆ କ୍ରିକେଟ ୱେବସାଇଟରୁ ମଧ୍ୟ ଏହାକୁ ନେଇ ଟ୍ୱିଟ କରା ଯାଇଛି।
🚨 𝗢𝗙𝗙𝗜𝗖𝗜𝗔𝗟 𝗔𝗡𝗡𝗢𝗨𝗡𝗖𝗘𝗠𝗘𝗡𝗧
Pat Cummins will miss the remainder of #IPL2022 owing to a minor hip injury.
Have a speedy recovery, @patcummins30. We will miss you! 💜💛#AmiKKR pic.twitter.com/ozd8vnBXOw
— KolkataKnightRiders (@KKRiders) May 13, 2022
ତେବେ ଏହି ୱେବସାଇଟକୁ ଆଧାର କଲେ କମିନ୍ସଙ୍କୁ ଆଘାତ ଲାଗିଛି। ତେଣୁ ସେ ରେଷ୍ଟ ନେବା ପାଇଁ ସ୍ଥିର କରିଛନ୍ତି। ତେବେ ସେ ଆଗାମୀ ଶ୍ରୀଲଙ୍କା ଦୌଡ଼ ପୂର୍ବରୁ ସୁସ୍ଥ ହୋଇପାରନ୍ତି।
ଶ୍ରୀଲଙ୍କା ଦୌଡ଼ରେ ଯିବ ଟିମ ଅଷ୍ଟ୍ରେଲିଆ:
ଅଷ୍ଟ୍ରେଲିଆ ମଇ ଶେଷ ସପ୍ତାହରେ ଶ୍ରୀଲଙ୍କା ଦୌଡ଼ରେ ଯିବାର ଅଛି। ଦଳ ସେହିଠାରେ ୫ଟି ODI, ୩ଟି ଟି-୨୦ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବାର ଅଛି। ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ଏହି ସିରିଜ ଜୁନ ୭ ରୁ ଆରମ୍ଭ ହେବ। ତେବେ କମିନ୍ସ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜ ନ ଖେଳି ପାରନ୍ତି ବୋଲି ବିଶେଷ ରିପୋର୍ଟ ରୁ ଜଣା ଯାଇଛି।
Pat Cummins is heading home early from the IPL with a minor hip injury https://t.co/VOfg0WdHgz
— cricket.com.au (@cricketcomau) May 13, 2022
ତେବେ ଏହି IPL ରେ କମିନ୍ସ ୪ଟି ମ୍ୟାଚ ଖେଳିଥିବା ବେଳେ ୭ଟି ୱିକେଟ ଅକ୍ତିଆର କରିଥିଲେ। ତେବେ ଏହି IPL ସିଜିନରେ କୋଲକତା ନାଇଟ ରାଇଡ଼ର୍ଶର କ୍ୟାପଟେନ ଶ୍ରେୟସ ଅୟର ଅଟନ୍ତି। ଦଳ ପାଖରେ ରସେଲ, ଅୟର, ଭେଙ୍କଟେସ ଅୟର, ସୁନୀଲ ନାରିନ, ବରୁଣ ଚକ୍ରବର୍ତ୍ତୀ ଭଳି ଖେଳାଳି ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।