IPL ଅକ୍ସନରେ ଏହିଭଳି ଖେଳାଳିଙ୍କୁ ଦଳରେ ସାମିଲ କରିବ KKR! କୋଚ୍ ଦେଲେ ବଡ଼ ବୟାନ!

ବ୍ୟୁରୋ ରିପୋର୍ଟ: ୨୦୨୧ IPL CSK ଚମ୍ପିୟାନ ହୋଇଯାଇଥିଲା ଯେବେକି ଫାଇନାଲରେ KKR ହାରି ଯାଇଥିଲା। ଦଳ ନୂଆ ନୂଆ ପ୍ଲେୟରଙ୍କୁ ଏହି ଅକ୍ସନରେ ନିଜ ଟିମ ସହ ଯୋଡିପାରେ। ଦଳ ପାଖରେ ରସେଲଙ୍କ ପରି ଧୁଆଁଧାର ବ୍ୟାଟ୍ସମାନ ରିଟେନ ହୋଇ ଅଛନ୍ତି। ଏଥିମଧ୍ୟରେ ଚମତ୍କାରି ବୋଲର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଦଳରେ ରିଟେନ ହୋଇ ଅଛନ୍ତି। KKR ନିଜ ଦଳରେ ଓପନିଙ୍ଗ ବ୍ୟାଟ୍ସମାନ ଖୋଜିପାରେ କାରଣ ସୁଭମାନ ଗିଲ ଆଉ KKR ଆଡେ ନାହାନ୍ତି। ତାଙ୍କୁ ଅହମ୍ମଦାବାଦ ନିଜ ଦଳରେ ସାମିଲ କରିନେଇଛି।

Google

IPL ୨୦୨୨ ମେଗା ଅକ୍ସନ ପୂର୍ବରୁ ଟିମ ମାନେ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ୧୨ ଓ ୧୩ ଫେବୃଆରୀକୁ ହେବାକୁ ଥିବା ଅକ୍ସନ ପାଇଁ ବିସିସିଆଇ ୫୯୦ ଖେଳାଳିଙ୍କ ଲିଷ୍ଟ ଜାରି କରିଦେଇଛି। କେକେଆରର ବୋଲିଙ୍ଗ କୋଚ ଭରତ ଅରୁଣ କେକେଆରର ରଣନୀତି ବିଷୟରେ ସୂଚନା ଦେଇଛନ୍ତି। କେକେଆର ଟିମ ଇଣ୍ଡିଆର ବୋଲିଙ୍ଗ କୋଚ ଭରତ ଅରୁଣଙ୍କୁ ବୋଲିଙ୍ଗ କୋଚ ନିଯୁକ୍ତ କରିଛି।

କଣ ହେବ କୋଲକାତାର ରଣନୀତି?:

କୋଲକାତାର ନୂତନ କୋଚ ଭରତ ଅରୁଣ କହିଛନ୍ତି ତାଙ୍କୁ ଏମିତି ବୋଲରର ଆବଶ୍ୟକତା ଅଛି ଯିଏକି ସବୁ ପରିସ୍ଥିତିରେ ନିଜକୁ ସାବ୍ୟସ୍ତ କରିପାରିବ। KKR.ଇନ ସହିତ କଥା ହେଲା ବେଳେ ଭରତ ଅରୁଣ କହିଥିଲେ,”ଆପଣ ସେହି ଖେଳାଳିଙ୍କୁ ବାଛିବା ଆବଶ୍ୟକ ଯିଏ ଅଲଗା ଅଲଗା ପରିସ୍ଥିତିରେ ନିଜକୁ ସାବ୍ୟସ୍ତ କରିପାରିବ। ମହାମାରୀ ପୂର୍ବରୁ ମଧ୍ୟ ଯେବେ ଆପଣ ଟିମର ଚୟନ କରୁଥିଲେ ୭ ଟି ବାହାର ମ୍ୟାଚକୁ ଧ୍ୟାନରେ ରଖୁଥିଲେ”ଆଇପିଏଲର ଏହି ସିଜନ କିଛି ସହର ପର୍ଯ୍ୟନ୍ତ ହିଁ ସୀମିତ ରହିବ। ଟିମ ସେହି ପରିସ୍ଥିତି ଓ ଗ୍ରାଉଣ୍ଡକୁ ଧ୍ୟାନ ରଖିବ।

 

ବୋଲିଙ୍ଗ କୋଚ ଭରତ ଅରୁଣ କହିଛନ୍ତି,” ଦୁନିଆର ଅନେକ ଖେଳାଳିଙ୍କୁ ପାଖରୁ ଦେଖିବା ମୋ ପାଇଁ ଓ କୋଲକତା ପାଇଁ ପ୍ରମୁଖ ହେବ। ଆପଣଙ୍କୁ କିଛି ମାତ୍ରାରେ ଆଇଡ଼ିଆ ହୋଇ ଯାଇଥାଏ ଆପଣଙ୍କ ଖେଳାଳି କଣ କରୁଛନ୍ତି। ଏହା ଦ୍ଵାରା ଭଲ ରଣନୀତି ପ୍ରସ୍ତୁତ ପାଇଁ ସହାୟକ ହୋଇଥାଏ”ବୋଲିଙ୍ଗର କଥା କହିବା ତ ଟେଷ୍ଟ ଓ ଏକଦିବସିୟରେ ଭଲ ବୋଲିଙ୍ଗର ଶ୍ରେୟ ଭରତ ଅରୁଣଙ୍କୁ ଯାଇଥାଏ।

କୋଲକତା ନାଇଟ ରାଇଡ଼ର୍ସ ଏହି ସିଜନ ପାଇଁ ଆନ୍ଦ୍ର ରସେଲ,ସୁନୀଲ ନାରିନ, ଭେଙ୍କଟେସ ଅୟର ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ରିଟେନ କରିଛି। କୋଲକତା ପାଖରେ ମେଗା ଅକ୍ସନ ପାଇଁ ୪୮ କୋଟି ବାକି ଅଛି। କୋଲକତା ଗୋଟେ ଭଲ ଅଧିନାୟକ ଓ ଭଲ ବୋଲର ଦଳରେ ସାମିଲ କରିବାକୁ ଚେଷ୍ଟା କରିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *