ବ୍ୟୁରୋ ରିପୋର୍ଟ: IPL 2022 ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ରହିଛି। ମାର୍ଚ୍ଚ ୨୬ ତାରିଖରେ କେକେଆର ସହ ସିଏସକେର ମୁକାବିଲା ହେବାର ଅଛି। IPL ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି KKR ର ବୋଲର ଟିମ ସାଉଦି।
ନ୍ୟୁଜିଲାଣ୍ଡର ପେସ ବୋଲର ଟିମ ସାଉଦି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସାଉଦି ତାଙ୍କର ବାନ୍ଧବୀ ବ୍ରାୟାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୨୦୧୯ ରେ ତାଙ୍କର ନିର୍ବନ୍ଧ ହୋଇଥିଲା ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ଟିମ ସାଉଦି ଅନୁଭବୀ ବୋଲର ଅଟନ୍ତି। ସେ ଅନେକ IPL ମ୍ୟାଚ ଖେଳିବାର ଅନୁଭବ ରଖିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ବି ସେ ଅନେକ ମ୍ୟାଚ ଖେଳିଛନ୍ତି।
Congratulations Tim & Brya ???♀️??
See you soon ?? pic.twitter.com/kb96Q7nz0m
— KolkataKnightRiders (@KKRiders) March 20, 2022
IPL ରେ ସାଉଦି 2022 ପାଇଁ KKR ଟିମରେ ଅଛନ୍ତି। KKR ବି ତାଙ୍କ ଦୁହିଁଙ୍କ ଫଟୋ ଟ୍ୱିଟ କରି ଜଣାଇଛି। ସାଉଦିଙ୍କ କ୍ୟାରିୟର କଥା ଆଲୋଚନା କରିବା ତ ସେ ନ୍ୟୁଜିଲାଣ୍ଡ ପକ୍ଷରୁ ସେ ଟେଷ୍ଟ ମ୍ୟାଚ ୮୫ ଟି ଖେଳି ୩୩୮ ଟି ୱିକେଟ ଅକ୍ତିଆର କରିଛନ୍ତି। ୧୯୦ ୱିକେଟ ସେ ୧୪୩ ODI ରେ ନେଇଛନ୍ତି। ୧୧୧ ଟି ୱିକେଟ ସେ ୯୨ ଟି ଟି-୨୦ ଆନ୍ତର୍ଜାତୀୟରେ ଅକ୍ତିଆର କରିଛନ୍ତି। ୧.୫ କୋଟି ଟଙ୍କାରେ KKR ତାଙ୍କୁ IPL ଅକ୍ସନରେ ନିଜ ଦଳରେ ସାମିଲ କରିଛି।IPL ରେ ସେ ଏଯାଏ ୩୧ ଟି ୱିକେଟ ଅକ୍ତିଆର କରିଛନ୍ତି ଯେବେକି ମ୍ୟାଚ ୪୩ ଖେଳିଛନ୍ତି। ଏହି ବର୍ଷ ସେ KKR ଟିମରେ ସାମିଲ ହୋଇଛନ୍ତି। ତାଙ୍କର ଅନୁଭଵ IPL ରେ ଉଚ୍ଚକୋଟିର ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।