ବ୍ୟୁରୋ ରିପୋର୍ଟ: ଆଇପିଏଲ ଇତିହାସର ଦ୍ୱିତୀୟ ସବୁଠୁସଫଳ ଟିମ ସିଏସକେକୁ ହରାଇ ଆଇପିଏଲ ୨୦୨୨ ଆରମ୍ଭ କରିଥିବା କେକେଆର ପାଇଁ ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଆନ୍ଦ୍ର ରସଲଙ୍କ ଫିଟନେସ। ଆରସିବି ସହ ଦ୍ୱିତୀୟ ମ୍ୟାଚରେ ଆନ୍ଦ୍ର ରସଲଙ୍କୁ ଆଘାତ ଲାଗିଥିଲା। କେକେଆରସେହି ମ୍ୟାଚ ହାରିଥିଲା। ଶୁକ୍ରବାରକୁ ନିଜର ତୃତୀୟ ମ୍ୟାଚରେ ପଞ୍ଜାଵ କିଙ୍ଗସ ସହ ମ୍ୟାଚ ଜିତିବାକୁ ଆଶା ରଖିବ କେକେଆର।

ଆରସିବି ସହ ବାଉଣ୍ଡରିରେ ଡ୍ରାଇଭ ଲଗାଇବା ସମୟରେ ରସଲଙ୍କ କାନ୍ଧରେ ଆଘାତ ଲାଗିଥିଲା। ଯଦି ପଞ୍ଜାଵ ବିରୁଦ୍ଧରେ ରସଲଙ୍କୁ ଆରାମ ଦିଆଯିବ ତେବେ ମହମ୍ମଦ ନବୀଙ୍କୁ ମୌକା ମିଳିପାରେ। ପୂର୍ବରୁ କେକେଆର ପାଖରେ ଦୁଇଟି ସ୍ପିନର ଅଛନ୍ତି ତେଣୁ ପ୍ରେସର ବୋଲର ଚମିକା କରୁଣାରତନେ ଭଲ ବିକଳ୍ପ ହୋଇପାରନ୍ତି।
ବରୁଣ ଚକ୍ରବର୍ତ୍ତୀ ଫର୍ମକୁ ଫେରିବା ଆବଶ୍ୟକ:
ବରୁଣ ଚକ୍ରବର୍ତ୍ତୀଙ୍କ ଫର୍ମ ମଧ୍ୟ କେକେଆର ପାଇଁ ଚିନ୍ତା ବଢ଼ାଇଛି। ପୂର୍ଵ ମ୍ୟାଚରେ ରାହାଣେ ଓ ଭେଙ୍କଟେସ ଅୟର ଫ୍ଲପ ରହିଥିଲେ। ଦୁହିଁଙ୍କ ଉପରେ ଭଲ ଆରମ୍ଭ ଦେବାର ଦାଇତ୍ୱ ରହିବ। ମିଡ଼ିଲ ଅର୍ଡରର ଦାୟୀତ୍ୱ ରସଲଙ୍କ ଅନୁପସ୍ଥିତରେ ସାମ ବିଲିଙ୍ଗସ ଓ ସେଲ୍ଡନ ଜ୍ୟାକ୍ସନଙ୍କ ଉପରେ ରହିପାରେ।
ଏହା ହୋଇପାରେ କେକେଆର ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ: ଶ୍ରେୟସ ଅୟର(ଅଧିନାୟକ), ଭେଙ୍କଟେସ ଅୟର, ଅଜିଙ୍କ୍ୟ ରାହାଣେ, ନିତିସ ରାଣା, ସେଲ୍ଡନ ଜ୍ୟାକ୍ସନ, ଆନ୍ଦ୍ର ରସଲ /ମହମ୍ମଦ ନବୀ/ ଚମିକା କରୁଣାରତନେ,ସାମ ବିଲିଙ୍ଗସ, ସୁନୀଲ ନାରିନ, ଉମେଶ ଯାଦବ,ଟିମ ସାଉଦି, ବରୁଣ ଚକ୍ରବର୍ତ୍ତୀ।

କେକେଆର ଟିମ-କେକେଆର: ଅଭିଜିତ ତୋମର, ଅଜିଙ୍କ୍ୟ ରାହାଣେ,ବାବା ଇନ୍ଦ୍ରଜିତ, ନୀତିସ ରାଣା, ପ୍ରଥମ ସିଂହଜ, ରୀଙ୍କୁ ସିଂହ, ଶ୍ରେୟସ ଅୟର (ଅଧିନାୟକ), ଅଶୋକ ଶର୍ମା, ପେଟ କମିନ୍ସ, ରଶିଖ ଡାର, ସିବମ ମାବି, ଟିମ ସାଉଦି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଅମନ ଖାନ, ଆଣ୍ଡ୍ରେ ରସନ, ଅନୁକୂଳ ରୟ, ଚମିକା କରୁଣାରତନେ, ମହମ୍ମଦ ନବୀ, ରମେଶ କୁମାର, ସୁନୀଲ ନାରିନ, ଭେଙ୍କଟସ ଅୟର, ସାମ ବିଲିଙ୍ଗସ, ସେଲ୍ଡନ ଜେକସନ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।