KKR vs RR: ଜୋସ ବଟଲରଙ୍କ ଚମତ୍କାର ବ୍ୟାଟିଂ! KKR ବୋଲରଙ୍କ ବଲକୁ ନିସ୍ତୁକ ପ୍ରହାର ମାରି ହାସଲ କଲେ IPL 2022 ରେ ନିଜର ଦ୍ୱିତୀୟ ଶତକ!

ରାଜସ୍ଥାନ ରୟାଲସ IPL 2022 ରେ ସୁନ୍ଦର ଆରମ୍ଭ କରିଛି। KKR ବିପକ୍ଷ ମ୍ୟାଚରେ ସୁନ୍ଦର ଆରମ୍ଭ କରିଛି RR। ଜୋସ ବଟଲର ଏବଂ ଦେବଦତ ପାଡିକଲ ଓପନ କରିବା ପାଇଁ ଆସି ଜବରଦସ୍ତ ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ପାଡ଼ିକଲ ଆଉଟ ହେବା ପରେ ମଧ୍ୟ  ବଟଲର ସୁନ୍ଦର ଫର୍ମ ଜାରି ରଖି ଆକର୍ଷଣୀୟ ବ୍ୟାଟିଂର ପ୍ରଦର୍ଶନ କରିଥିଲେ। IPL 2022 ରେ ଜୋସ ବଟଲର ଦ୍ୱିତୀୟ ଶତକ ହାସଲ କରିବାରେ ସକ୍ଷମ ରହିଛନ୍ତି।  ଏହି ଆଇପିଏଲରେ ବଟଲର ପୂର୍ବରୁ ମୁମ୍ବାଇ ବିପକ୍ଷରେ ଶତକ ମାରିଥିଲେ ଏବଂ ଆଜି କୋଲକତା ବିପକ୍ଷରେ ଆଉ ଏକ ଶତକ ଲଗାଇଛନ୍ତି।  ପଏଂଟସ ଟେବୁଲରେ KKR ୬ ନମ୍ବରରେ ଏବଂ ରାଜସ୍ଥାନ ୫ ନମ୍ବରରେ ଅଛି।

Google

ପାଡିକଲ ୧୮ ବଲରେ ୨୪ କରି ଆଉଟ ହୋଇଥିଲେ। ତାଙ୍କର ଏହି ପାରିରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।  ସଂଜୁ ସାମସନ ୧୯ ବଲରେ ୩୮ କରି ଆଉଟ ହୋଇଯାଇଥିଲେ। ତାଙ୍କର ଏହି ପାରିରେ ୩ଟି ଚୌକା ଓ ୨ଟି ଛକା ସାମିଲ ଥିଲା।

ହେଲେ ପ୍ରଥମ ପାରି ସରିଲା ବେଳକୁ ରାଜସ୍ଥାନ ୨୧୭ ରନ କରିଛି। ଜୋସ ବଟଲର ୬୧ ବଲରେ ୧୦୩ କରିଛନ୍ତି। ତାଙ୍କର ଏହି ପାରିରେ ୯ଟି ଚୌକା ଓ ୫ଟି ଛକା ସାମିଲ ଅଛି । ବଟଲର ଏହି IPL 2022 ରେ ଦ୍ୱିତୀୟ ଶତକ ଲଗାଇଛନ୍ତି। ଏହି ପାରିରେ ତାଙ୍କର ଷ୍ଟ୍ରାଇକ ରେଟ ୧୬୮.୮୫ ଅଛି। KKR କୁ ଏହି ମ୍ୟାଚରେ ବିଜୟ ପାଇଁ ଦରକାର ୨୧୮ ରନ। ଜୋସ ବଟଲରଙ୍କ ପାଖରେ ଅରେଞ୍ଜ କ୍ୟାପ ରହିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *