ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ୬ ଫେବୁଆରୀରୁ ୱେଷ୍ଟଇଣ୍ଡିଜ ସହ ସୀମିତ ଓଭର ସିରିଜ ଖେଳିବାର ଅଛି। ଏହି ସିରିଜ ପାଇଁ କେ ଏଲ ରାହୁଲଙ୍କୁ ଟିମ ଇଣ୍ଡିଆର ଉପ ଅଧିନାୟକ କରାଯାଇଛି। ପୂର୍ଵ ଭାରତୀୟ ବୋଲର ଅଜିତ ଅଗରକରଙ୍କୁ ଲାଗୁଛି କି ଟିମ ଇଣ୍ଡିଆକୁ ଏହା ନିର୍ଧାରିତ କରିବାର ଆବଶ୍ୟକତା ଅଛି କି ରାହୁଲ ଓପନିଙ୍ଗ କରିବେ ନା ମଧ୍ୟକ୍ରମରେ ଖେଳିବେ।

ଟିମ ଇଣ୍ଡିଆ ୬ ଫେବୁଆରୀରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଖେଳିବା ପାଇଁ ପ୍ରସ୍ତୁତ। ଏହା ପରେ ଟିମ ଇଣ୍ଡିଆ ୧୬ ଫେବୁଆରୀରର କୋଲକତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ତିନୋଟି ମ୍ୟାଚର ଟି-୨୦ ସିରିଜ ଖେଳିବାର ଅଛି। ଅଜିତ ଅଗରକର ଷ୍ଟାର ସ୍ପୋର୍ଟର ଶୋ ରେ କହିଛନ୍ତି,”ମତେ ଲାଗୁଛିକି ପ୍ରଥମ କଥା ଏହା ନିର୍ଧାରିତ କରିବାର ଆବଶ୍ୟକତା ଅଛିକି ରାହୁଲ ଓପନିଙ୍ଗ ନା ମାଧ୍ୟକ୍ରମରେ ବ୍ୟାଟିଙ୍ଗ କରିବେ। ସେ ଦକ୍ଷିଣ ଆଫ୍ରିକା ସହ ସିରିଜରେ ଅଧିନାୟକତ୍ୱ କରିଥିଲେ। ସେବେ ଓପନିଙ୍ଗ କରିଥିଲେ ଓ ନିରାଶ ମଧ୍ୟ କରିଥିଲେ। ସେ ୪ ଓ ୫ ନମ୍ବରରେ ସଫଳ ରହିଛନ୍ତି”।
ସେ ଆଗକୁ କହିଛନ୍ତି ଯଦି ସେ ୪ ଓ ୫ ନମ୍ବରରେ ବ୍ୟାଟିଙ୍ଗ କରୁନାହାନ୍ତି ତେବେ ଆପଣଙ୍କୁ ଓପନିଙ୍ଗ ହିଁ କରିବାକୁ ପଡିବ। ଓପନର ରୂପରେ ଖେଳିଲେ ସେ ରୋହିତଙ୍କ ସହ ଏହି ସିରିଜରେ ଓପନିଙ୍ଗ କରିବେ। ଟିମ ଇଣ୍ଡିଆର ପୂର୍ଵ ପ୍ରେସର କହିଲେ ଟିମ ଇଣ୍ଡିଆ ପାଖରେ ଓପନିଙ୍ଗରେ ଅନେକ ବିକଳ୍ପ ଅଛନ୍ତି ତେଣୁ ଏହା ନିଶ୍ଚିତ ନୁହେଁ କି ରାହୁଲ ଭବିଷ୍ୟତରେ ଏହି କ୍ରମରେ ଖେଳିବେ କି ନାହିଁ। ଅଗରକର କହିଛନ୍ତି,”ଯଦି ଆପଣଙ୍କ ପାଖରେ ଇସାନ କିସନ ଓ ରିଷଭ ପନ୍ତଙ୍କ ଭଳି ଵିସ୍ପୋଟକ ବ୍ୟାଟ୍ସମ୍ୟାନ ଅଛନ୍ତି ତେବେ କିଏ ଜାଣେ ଏହା କେତେ ଭଲ ସାବ୍ୟସ୍ତ ହେବ। ଯାହା ଦ୍ୱାରା ତାଙ୍କୁ ଶୀର୍ଷ କ୍ରମ ପାଇଁ ମୌକା ମିଳିବ”।
ODI squad: Rohit Sharma (Capt), KL Rahul (vc), Ruturaj Gaikwad, Shikhar, Virat Kohli, Surya Kumar Yadav, Shreyas Iyer, Deepak Hooda, Rishabh Pant (wk), D Chahar, Shardul Thakur, Y Chahal, Kuldeep Yadav, Washington Sundar, Ravi Bishnoi, Mohd. Siraj, Prasidh Krishna, Avesh Khan
— BCCI (@BCCI) January 26, 2022
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ODI ସିରିଜ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପଅଧିନାୟକ), ଋତୁରାଜ ଗାୟକବାଡ଼, ବିରାଟ କୋହଲି,ଶିଖର ଧାୱନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର,ଦୀପକ ହୁଡା, ରିଷଭ ପନ୍ତ,ଦୀପକ ଚାହାର, ସାରଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାସିଙ୍ଗଟନ ସୁନ୍ଦର,ରବି ବିସ୍ନୋଇ, ମହମ୍ମଦ ସିରାଜ, ଆବେଶ ଖାନ ଓ ପ୍ରସିଦ୍ଧ କୃଷ୍ଣା।
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ(ଉପ ଅଧିନାୟକ), ଇସାନ କିସନ, ବିରାଟ କୋହଲି, ଶ୍ରେୟସ ଅୟର, ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ତ,ଭେଙ୍କଟେସ ଅୟର, ଦୀପକ ଚାହାର, ସାରଦୁଲ ଠାକୁର,ରବି ବିସ୍ନୋଇ, ଅକ୍ଷର ପଟେଲ,ୟୁଜବେନ୍ଦ୍ର ଚହଲ,ୱାସିଙ୍ଗଟନ ସୁନ୍ଦର,ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର,ଆଭେଶ ଖାନ, ହର୍ଷଲ ପଟେଲ।
T20I squad: Rohit Sharma(Capt),KL Rahul (vc),Ishan Kishan,Virat Kohli,Shreyas Iyer,Surya Kumar Yadav, Rishabh Pant (wk),Venkatesh Iyer,Deepak Chahar, Shardul Thakur, Ravi Bishnoi,Axar Patel, Yuzvendra Chahal, Washington Sundar, Mohd. Siraj, Bhuvneshwar, Avesh Khan, Harshal Patel
— BCCI (@BCCI) January 26, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।