IND vs SA: ରାହୁଲଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଟିମରେ ମିଳିନଥିଲା ଜାଗା, ଏବେ ବଦଳିଲା ଭାଗ୍ୟ ବନିଲେ କ୍ୟାପଟେନ

କେ ଏଲ ରାହୁଲ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର କ୍ୟାପଟେନ୍ସି କରୁଛନ୍ତି। ବିରାଟ କୋହଲି ଆହତ କାରଣରୁ ଏହି ଟେଷ୍ଟ ଖେଳୁନାହାନ୍ତି। କେ ଏଲ ରାହୁଲଙ୍କୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏକଦିବସିୟ ସିରିଜ ପାଇଁ ମଧ୍ୟ ଅଧିନାୟକ କରା ଯାଇଛି। ତାଙ୍କ ପାଖରେ ଟି-୨୦ ଟିମର ଭାଇସ କ୍ୟାପଟେନ ପଦ ମଧ୍ୟ ଅଛି। ପୂର୍ଵ ୫ ମାସରେ ତାଙ୍କ କ୍ୟାରିୟରର ସବୁଠୁ ଭଲ ସମୟ ଅଟେ। ସେ ଦୁଇ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ ଟିମରୁ ବାହାରେ ଥିଲେ। ତାଙ୍କ ଫେରିବାକୁ ନେଇ କିଛି ଲୋକଙ୍କୁ ସନ୍ଦେହ ଥିଲା।

Google

କେଏଲ ରାହୁଲଙ୍କ କଥା କହିବା ତ ସେ ଅଗଷ୍ଟ ୨୦୧୯ରୁ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଟେଷ୍ଟ ଟିମରୁ ବାହାରେ ଥିଲେ। ମାନେ ସେ ୨ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ ଟିମରୁ ବାହାର ଥିଲେ।ତାଙ୍କୁ ଅଗଷ୍ଟ ୨୦୨୧ରେ ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ମ୍ୟାଚ ଖେଳିବାର ମୌକା ମିଳିଲା। ସେ ନଟିହଂମରେ ଖେଳାଯାଇଥିବା ଟେଷ୍ଟର ପ୍ରଥମ ପାରିରେ ୮୪ ରନ କରିଥିଲେ ଓ ଦ୍ୱିତୀୟ ପାରିରେ ୨୬ ରନ କରିଥିଲେ। ସେହି ମ୍ୟାଚଟି ଡ୍ର ରହିଥିଲା। ଲର୍ଡ଼ସରେ ଖେଳାଯାଇଥିବା ପର ଟେଷ୍ଟରେ ସେ ସୁନ୍ଦର ଶତକ ମାରିଥିଲେ। ଟିମ ସେହି ଟେଷ୍ଟରେ ୧୫୧ ରନରେ ବିଜୟ ହାସଲ କରିଥିଲା।

୫ ଟି ପାରିରେ ଅସଫଳ ହେଲା ପରେ ଶତକ:

ଲର୍ଡ଼ସ ଟେଷ୍ଟର ପ୍ରଥମ ପାରିରେ ଶତକ ମାରିବା ପରେ ଆଗାମୀ ୫ ଟି ପାରିରେ ସେ କିଛି ଖାସ ପ୍ରଦର୍ଶନ କରିପାରିନଥିଲେ। ସେହି ୫ ଟି ପାରିରେ ସେ ୫,୦,୮,୧୭ ,ଓ ୪୬ ରନ କରିଥିଲେ। ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜରେ ସେ ଖେଳିପାରିନଥିଲେ। ଦକ୍ଷିଣ ଆଫ୍ରିକା ସିରିଜରେ ସେ ଭଲ ପ୍ରଦର୍ଶନ କରିଛନ୍ତି। ସେଂଚୁରିଆନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ସେ ୧୨୩ ରନ କରିଥିଲେ। ଟିମ ସେହି ମ୍ୟାଚ ଜିତିଥିଲା ଓ ସେଂଚୁରିଆନରେ ପ୍ରଥମ ଥର ବିଜୟ ହାସଲ କରିଥିଲା।

Google
ମାରିସାରିଛନ୍ତି ୭ ଟି ଶତକ:

କେଏଲ ରାହୁଲଙ୍କୁ ଟେଷ୍ଟ କ୍ୟାରିଅର କଥା କହିବା ତ ସେ ୪୨ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୭୧ ଟି ପାରିରେ ୩୭ର ଔସତରେ ୨୪୮୬ ରନ କରିଛନ୍ତି। ଏଥିରେ ସେ ୭ ଟି ଶତକ ଓ ୧୨ ଅର୍ଦ୍ଧଶତକ ମାରିଛନ୍ତି। ୧୯୯ ରନର ସେ ସବୁଠୁ ବଡ଼ ପାରି ଖେଳିଛନ୍ତି। ଆଇପିଏଲ ୨୦୨୨ରେ ସେ ନୂତନ ଟିମ ସହିତ ଯୋଡି ହୋଇପାରନ୍ତି। IPL ୨୦୨୧ ରେ ସେ ପଞ୍ଜାବ ପକ୍ଷରୁ ଖେଳୁଥିଲେ। ଏଥର ଆଇପିଏଲରେ ୮ ଜାଗାରେ ୧୦ ଟିମ ଖେଳିବାର ଅଛି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *