ରାହୁଲ ପ୍ରାୟ ତିନିବର୍ଷରେ ହେଲେ ଭାରତର ସବୁଠୁ ବଡ଼ ଷ୍ଟାର! ଜାଣନ୍ତୁ କିପରି ନିଲମ୍ବନରୁ ପହଁଚିଲେ ଅଧିନାୟକ ପର୍ଯ୍ୟନ୍ତ

ବ୍ୟୁରୋ ନ୍ୟୁଜ: ମାତ୍ର ତିନିବର୍ଷରେ ନିଲମ୍ବନରୁ ଅଧିନାୟକ ପର୍ଯ୍ୟନ୍ତ ପହଁଞ୍ଚିଥିବା କେ ଏଲ ରାହୁଲ ଭାରତୀୟ କ୍ରିକେଟ ଜଗତର ଏକ ବଡ଼ ଷ୍ଟାର ହୋଇଯାଇଛନ୍ତି। ତାଙ୍କର ୭ ବର୍ଷର କ୍ୟାରିଅର ଭଲ ଖରାପ ରହିଥିଲେ ମଧ୍ୟ ତାଙ୍କ ଉପଲବ୍ଧି ବହୁତ ଅଧିକ ଅଟେ। ଏହି କାରଣରୁ ତାଙ୍କୁ ଏକ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜରେ ତାଙ୍କୁ ଟିମର ଅଧିନାୟକ କରାଯାଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଆଘାତ କାରଣରୁ ଉପଲବ୍ଧ ନଥିବାରୁ ରାହୁଲଙ୍କୁ ଅଧିନାୟକ କରାଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ଏକ ଦିବସିୟ ମ୍ୟାଚ ୧୯,୨୧,୨୩ ଜାନୁଆରୀକୁ ଖେଳାଯିବ।

Google

କରଣ ଜୋହରଙ୍କ ଶୋ ପରେ ଟିମରୁ ହୋଇଯାଇଥିଲେ ବାହାର: ଜାନୁଆରୀ ୨୦୧୯ରେ ରାହୁଲଙ୍କ କ୍ୟାରିଅର ଦ୍ଵନ୍ଦରେ ଆସିଯାଇଥିଲା। ଯେବେ ସେ ଆଉ ହାର୍ଦିକ ପାଣ୍ଡ୍ୟା “କଫି ଉଇଥ କରଣ”ରେ ଦୁହେଁ ମହିଳାଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ଯାହା ପରେ ଦୁହିଁଙ୍କୁ ଟିମରେ ଅଷ୍ଟ୍ରେଲିଆ ଗ୍ରସ୍ତ ମଧ୍ୟରେ ବାହାର କରାଯାଇଥିଲା। ଦୁଇ ସପ୍ତାହ ପରେ ଦୁହିଁଙ୍କ ଉପରୁ ପ୍ରତିବନ୍ଧ ଉଠାଯାଇଥିଲା କିନ୍ତୁ ତା ପର ନ୍ୟୁଜଲ୍ୟାଣ୍ଡ ସହ ସିରିଜରେ ମଧ୍ୟ ରାହୁଲ ନଜର ଆସିନଥିଲେ।

ପରେ ରାହୁଲ କହିଥିଲେ କି ଏହି ଘଟଣା ପରେ ସେ ବଦଳିଯାଇଥିଲେ ଓ ଏହା ଦ୍ଵାରା ତାଙ୍କ ଖେଳରେ ଅନେକ ଭଲ ହୋଇଥିଲା। ଏହା ପରେ ସେ ନିଜକୁ ସମୟ ଦେଇଥିଲେ ଓ ନିଜ ଖେଳ ଉପରେ ଅଧିକ ଧ୍ୟାନ ଦେଇଥିଲେ ଯାହା ଦ୍ୱାରା ତାଙ୍କୁ ସଫଳତା ମିଳିଥିଲା।

Google

କେଏଲ ରାହୁଲଙ୍କ ବାପା- ମା ଦୁହେଁ ପ୍ରଫେସର:ରାହୁଲ କହିଛନ୍ତିକି,”ଆମେ ସମସ୍ତେ ଜାଣିଛୁକି ଆମ କ୍ୟାରିୟର ବହୁତ ଲମ୍ବା ନୁହେଁ। ମତେ ଅନୁଭବ ହେଲାକି ମୋ ପାଖରେ ଆଉ ୧୧-୧୨ ବର୍ଷ ବାକିଅଛି। ତେଣୁ ମୁଁ ସବୁ ଧ୍ୟାନ ନିଜ ଖେଳ ଉପରେ ରଖିଲି। ଏହା ପରେ ମୋ କ୍ୟାରିଅର ବଦଳିଲା ଓ ଖେଳରେ ମଧ୍ୟ ବିକଶିତ ହେଲା”। ବେଙ୍ଗଲୋରରେ ୧୮ ଅପ୍ରିଲ୧୯୯୨ରେ ଜନ୍ମ ହୋଇଥିବା ରାହୁଲଙ୍କ ବାପା କେଏନ ଲୋକେସ ଓ ମା ରାଜେଶ୍ୱରି ଦୁହେଁ ପ୍ରଫେସର ଅଟନ୍ତି। ରାହୁଲ ୧୦ ବର୍ଷ ବୟସରେ ଜେବେ ବ୍ୟାଟ ଧରିଲେ ତାଙ୍କୁ ଏହି ଖେଳ ପ୍ରତି ଭଲପାଇବା ଆସିଗଲା।

ରଣଜୀ ଟ୍ରଫିର ଗୋଟେ ସିଜନରେ ମାରିଲେ ୧ ହଜାରରୁ ଅଧିକ ରନ:ରାହୁଲଙ୍କୁ ପ୍ରଥମ ଥର ବଡ଼ ଟୁର୍ଣ୍ଣାମେଣ୍ଟରେ ୨୦୧୦ ଅଣ୍ଡର-୧୯ ବିଶ୍ୱ କପରେ ଖେଳିବାର ମୌକା ମିଳିଲା। ନ୍ୟୁଜଲ୍ୟାଣ୍ଡରେ ହୋଇଥିବା ଏହି ବିଶ୍ୱକପରେ ଟିମର ପ୍ରଦର୍ଶନ ଖରାପ ରହିଥିଲା ଓ ଟିମ ୬ ନମ୍ବରରେ ରହିଥିଲା। ଏଥିରେ ରାହୁଲ ୬ ମ୍ୟାଚରେ ୨୮.୬୦ର ଔସତରେ ୧୪୩ ରନହିଁ କରିପାରିଥିଲେ। ସେହି ବର୍ଷ ସେ କର୍ଣ୍ଣାଟକ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ଓହ୍ଲାଇଥିଲେ। ଏହା ପରେ ବର୍ଷ ୨୦୧୩-୧୩ ରଣଜୀ ମ୍ୟାଚରେ ସେ ୧୦ ମ୍ୟାଚରେ ୬୮.୮୬ ଔସତରେ ୧୦୩୩ ରନ କରିଥିଲେ। ଶୀର୍ଷ ରନ ସ୍କୋରର ହେବା ପରେ ଚୟନକର୍ତାଙ୍କ ନଜର ତାଙ୍କ ଉପରେ ପଡିଲା।

ମହେନ୍ଦ୍ର ସିଂହ ଧୋନି ପ୍ରଥମ ଥର ରାହୁଲଙ୍କୁ ଦେଲେ ମୌକା:ରାହୁଲ ୨୦୧୪-୧୫ ରେ ମଧ୍ୟ କ୍ଷେତ୍ର ବିରୁଦ୍ଧରେ ଦକ୍ଷିଣ କ୍ଷେତ୍ର ତରଫରୁ ୧୮୫ ଓ ୧୩୦ ର ପାରି ଖେଳିବା ପରେ ଚୟନକର୍ତା ତାଙ୍କୁ ଅଷ୍ଟ୍ରେଲିଆ ଗ୍ରସ୍ତରେ ଭାରତ ଟିମରେ ଜାଗା ଦେଇଥିଲେ। ସେତେବେଳେ ଅଧିନାୟକ ଧୋନି ତାଙ୍କୁ ମଲବର୍ଣରେ ହୋଇଥିବା ବକ୍ସିଙ୍ଗ ଡେ ଟେଷ୍ଟରେ ତାଙ୍କୁ ମୌକାଦେଇଥିଲେ କିନ୍ତୁ ସେ ଅସଫଳ ରହିଥିଲେ। ଏହା ପରେ ମଧ୍ୟ ସିଡ଼ନିରେ ହୋଇଥିବା ଟେଷ୍ଟରେ ଧୋନି ତାଙ୍କୁ ମୁରଲି ବିଜୟଙ୍କ ସହିତ ଓପନିଙ୍ଗର ମୌକା ଦେଇଥିଲେ। ସେହି ମ୍ୟାଚରେ ସେ ୧୧୦ ରନର ପାରି ଖେଳି ନିଜର ପ୍ରଥମ ଇଣ୍ଟରନେସନାଲ ଶତକ ମାରିଥିଲେ।

ଏହା ପରେ ପୁଣି ରଣଜୀ ଟ୍ରଫିକୁ ଫେରି ସେ ଉତ୍ତରପ୍ରଦେଶ ବିରୁଦ୍ଧରେ ୩୩୭ ରନର ପାରି ଖେଳି କର୍ଣ୍ଣାଟକ ପାଇଁ ଟ୍ରିପଲ ଶତକ ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯାଇଥିଲେ। ସେ ଓପନିଙ୍ଗ ବ୍ୟାଟ୍ସମ୍ୟାନ ରୂପରେ ପ୍ରଥମ ଏକଦିବସିୟ ମ୍ୟାଚ ଓ ପ୍ରଥମ ଟେଷ୍ଟ ମ୍ୟାଚରେ ଶତକ ମାରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ ଅଟନ୍ତି। ଏହା ପରେ ସେ ନିଜ ପ୍ରଥମ ଟି-୨୦ ମ୍ୟାଚରେ ଜଲଦି ଆଉଟ ହୋଇଯାଇଥିଲେ କିନ୍ତୁ ସେହି ବର୍ଷ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ରେ ସେ ୧୧୦ ରନର ବଡ଼ ପାରି ଖେଳିଥିଲେ।

ସେ ତିନୋଟି ଫର୍ମାଟରେ ଶତକ ମାରିଥିବା ଦୁନିଆର ୧୮ ତମ ଓ ଭାରତର ତିନି ଖେଳାଳିଙ୍କ ମଧ୍ୟରେ ସାମିଲ। ଏହା ପରେ ବର୍ଷ ୨୦୧୮ରେ ଆଇପିଏଲରେ ପଞ୍ଜାଵ କିଙ୍ଗସ ତାଙ୍କୁ ୧୧ କୋଟିରେ କିଣିଥିଲା। ସେ ପ୍ରଥମ ମ୍ୟାଚରେ ହିଁ ୧୪ ବଲରେ ଅର୍ଦ୍ଧଶତକ ମାରି ଆଇପିଏଲ ଇତିହାସରେ ସବୁଠୁ କମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ବ୍ୟାଟ୍ସମ୍ୟାନ ହୋଇନଯାଇଥିଲେ। ବର୍ଷ ୨୦୧୯ ରେ ମୁମ୍ବାଇ ବିରୁଦ୍ଧରେ ଆଇପିଏଲରେ ନିଜର ପ୍ରଥମ ଶତକ ମାରିଥିଲେ।

ବର୍ଷ ୨୦୨୦ରେ ପଞ୍ଜାଵ କିଙ୍ଗସର ଅଧିନାୟକ ଆର ଅଶ୍ୱିନୀ ଦିଲ୍ଲୀ କ୍ୟାପିଟଲ୍ସରେ ମିଶିବ। ପରେ ରାହୁଲଙ୍କୁ ପଞ୍ଜାଵ ଅଧିନାୟକ କରିଥିଲା। ସେହି ସିଜନରେ ସେ ୧୪ ମ୍ୟାଚରେ ୫୫.୮୩ ଔସତରେ ୬୭୦ ରନ କରିଥିଲେ ଓ ଅରେଞ୍ଜ କ୍ୟାପ ନିଜ ନାମରେ କରିଥିଲେ। ବର୍ଷ ୨୦୨୧ ଆଇପିଏଲରେ ମଧ୍ୟ ସେ ୬୨୬ ରନ କରି ତୃତୀୟ ସର୍ବଶ୍ରେଷ୍ଠ ରନ ସ୍କୋରର ଥିଲେ। ତାଙ୍କର ଏହି ପ୍ରଦର୍ଶନ ଦ୍ଵାରା ଏବେ ତାଙ୍କୁ ଏବେ ଭାରତୀୟ ଟିମର ଅଧିନାୟକତ୍ୱ କରିବାର ମୌକା ମିଳିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *